ଲୁଟେରା ସୟିଦ, ସଦାମ ଗିରଫ

କଟକ ଅଫିସ,୨୮।୫: ସହରର ଦୁଇ ବଡ଼ ଲୁଟ୍‌ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରିଛି ଲାଲବାଗ ଥାନା ପୋଲିସ। ସେମାନେ ଓଡ଼ିଆ ବଜାରର ସୟିଦ ଖାନ (୩୬) ଓ ଚାନ୍ଦିନୀଚୌକ ଅଞ୍ଚଳର ସୟିଦ ସଦାମ (୨୪)। ଇଦ୍‌ ଅବସରରେ ଅଳଙ୍କାର ଦୋକାନରୁ ଲୁଟ୍‌ ଉଦ୍ୟମ ମାମଲାରେ ପୋଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ସମ୍ପୃକ୍ତ ଅନ୍ୟଜଣେ ଯୁବକ ସେଖ୍‌ ଅଫସର ମଧ୍ୟ ଗିରଫ ହୋଇଛନ୍ତି।
କିଛି ବର୍ଷ ହେବ ସହରରେ ସୟିଦ ଓ ସଦାମଙ୍କ ଉତ୍ପାତ ବଢ଼ିବାରେ ଲାଗିଥିଲା। ଲାଲବାଗ, ମଧୁପାଟଣା, ବାଦାମବାଡ଼ି, ଦରଘାବଜାର, କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ମର୍କତନଗର ଥାନାରେ ଉଭୟଙ୍କ ନାଁରେ ଏକାଧିକ ମାମଲା ରହିଛି। ଗତ ସୋମବାର ଅପରାହ୍ନରେ ସେମାନେ ବାଲୁବଜାରସ୍ଥିତ ଶ୍ରୀସାଇ ଅଳଙ୍କାର ଦୋକାନରେ ପହଞ୍ଚତ୍ ମାଲିକ ପ୍ରଶାନ୍ତ ସାହାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ନଚେତ ତାଙ୍କ ସହ ପରିବାର ସଦସ୍ୟଙ୍କୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଟଙ୍କା ନ ପାଇବାରୁ ଦୋକାନରେ ଥିବା ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ଖସିଯିବା ବେଳେ ପ୍ରଶାନ୍ତ ଚିତ୍କାର କରିଥିଲେ। ଲୋକେ ପହଞ୍ଚତ୍ୟିବାରୁ ସୟିଦ, ସଦାମ ଓ ସେଖ୍‌ ସ୍କୁଟି (ଓଡି-୦୫-ଏଟି-୫୪୩୬) ଓ ସୁନା ଅଳଙ୍କାର ଛାଡ଼ି ଫେରାର ହୋଇଯାଇଥିଲେ। ପ୍ରଶାନ୍ତଙ୍କ ଅଭିଯୋଗ ପରେ ପୋଲିସ ଦୋକାନର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ୨୦୧୧ରେ ସଦାମ ଓ ତାଙ୍କ ସହଯୋଗୀ ପ୍ରଶାନ୍ତଙ୍କ ମା’ଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ବାପାଙ୍କୁ ଧମକ ଦେଇଥିଲେ। ଏ ନେଇ ଲାଲବାଗ ଥାନାରେ ଏତଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରର ବ୍ଳୁ ହୁଇଲ୍‌ ହସ୍ପିଟାଲ୍‌ ସିଲ୍‌

ଭୁବନେଶ୍ୱର,୨୪।୬(ବ୍ୟୁରୋ): ରାଜଧାନୀ ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବ୍ଲୁ ହୁଇଲ୍‌ ହସ୍ପିଟାଲକୁ ବୁଧବାର ସିଲ୍‌ କରିଦିଆଯାଇଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଏହି ହସ୍ପିଟାଲକୁ ବିଏମ୍‌ସି ପକ୍ଷରୁ...

ଯନ୍ତ୍ରୀରେ ମାଓବାଦୀ-ପୋଲିସ ଗୁଳିବିନିମୟ ଘଟଣା: ଜଣେ ମାଓବାଦୀ ମୃତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି,୨୭।୧୧।(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ତୋଟାଗୁଡା ଜଙ୍ଗଲରେ ଗୁରୁବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ହାଡକୋର...

୩ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩।୩(ବ୍ୟୁରୋ): ଓଡ଼ିଶାର ୩ ଜିଲାରେ ମଙ୍ଗଳବାର ଝଡ଼ ତୋଫାନ ଓ ସ୍ବଳ୍ପ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ବାାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର...

କରୋନା ମୁକାବିଲା ନେଇ ଜିଲାପାଳଙ୍କ ସହ କଥାହେଲେ ରାଜ୍ୟପାଳ

ଭୁବନେଶ୍ୱର, ୩୦।୩(ବ୍ୟୁରୋ): କରୋନା ମୁକାବିଲା ନେଇ କୋରାପୁଟ, ଗଜପତି, ନୂଆପଡ଼ା, ନବରଙ୍ଗପୁର ଆଦି ଜିଲାପାଳଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ ସୋମବାର କଥା ହୋଇଛନ୍ତି। ଜିଲା...

ପୂର୍ବତନ ସରପଞ୍ଚଙ୍କ ହତ୍ୟା ପଛରେ ପ୍ରତିଶୋଧ

ବ୍ରହ୍ମପୁର ଅଫିସ,୧୭ା୧୧: କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ଗ୍ରାମର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀ ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦୁଇ ଭାଇଙ୍କୁ ବଡବଜାର ପୋଲିସ ଗିରଫ...

ତାପମାତ୍ରା ୪.୬, ଥରୁଛି ଅନୁଗୋଳ

ବନ୍ତଳା,୩୦।୧୨(ଡି.ଏନ.ଏ.) – ଅନୁଗୋଳ ଜିଲାରେ ଶୀତ ଲହରି ଜାରି ରହିଛି। ଶନିବାର ଜିଲାର ତାପମାତ୍ରା ରେକର୍ଡ ସ୍ତର ୩.୪କୁ ଖସି ଆସିଥିବା ବେଳେ ରବିବାର ତାହା...

ଧସୁଛି ରାସ୍ତା, ଆଡ଼ିବନ୍ଧ: ବିପଦରେ ୪ ଗାଁ

ବାଲେଶ୍ୱର ଅଫିସ, ୧।୬-ବୁଢ଼ାବଳଙ୍ଗ ନଦୀଗର୍ଭକୁ ଧସି ପଡୁଛି ଆଡ଼ିବନ୍ଧ ସହ ରାସ୍ତା। ବିପଦରେ ୪ଖଣ୍ଡ ଗଁାର ବାସିନ୍ଦା। ଜିଲା ଗ୍ରାମ୍ୟ ଉନ୍ନୟନ ଓ ଜଳସେଚନ ବିଭାଗ...

ଅବଧି ସରିଛି, ରିଫିଲ ହେଉନି

ପାଲଲହଡ଼ା, ୨୪ା୨(ଡି.ଏନ.ଏ.) ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଅଗ୍ନି ନିର୍ବାପନ ବ୍ୟବସ୍ଥାର ବୈଧତା ସରିଥିଲେ ହେଁ ଏହାକୁ ରିଫିଲ କରାଯାଉ ନ ଥିବା ଅଭିଯୋଗ ହୋଇଛି।...

Advertisement
Archives

Model This Week