ଲିନ୍ସଲରୀ ପ୍ରୋଜେକ୍ଟ କାର୍ଯ୍ୟ ତଦାରଖ

ବଅଁରପାଳ,୨୪ା୧(ଡି.ଏନ.ଏ.)
ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂତନ ଅଧ୍ୟକ୍ଷ ଶ୍ରୀଧର ପାତ୍ର ଦୁଇ ଦିନିଆ ଅନୁଗୋଳ ଗସ୍ତରେ ଆସି ଗୁରୁବାର ନାଲ୍‌କୋ ସ୍ମେଲଟର ଓ ପାୱାର ପ୍ଲାଣ୍ଟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ସିଏମ୍‌ଡି ନାଲ୍‌କୋରେ କାର୍ଯ୍ୟରତ ସମସ୍ତ ଶ୍ରମିକ ସଙ୍ଗଠନ ସହିତ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହାପରେ ପ୍ଲାଣ୍ଟ ଏବଂ ସମ୍ପ୍ରସାରଣ ନେଇ ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରିଥିଲେ। ନାଲ୍‌କୋର ଲାଇଫ ଲାଇନ କୁହାଯାଉଥିବା ଲିନ୍ସଲରୀ ପ୍ରୋଜେକ୍ଟକୁ ପରିଦର୍ଶନ କରିବା ସହ ଏହାର କାର୍ଯ୍ୟ ତଦାରଖ କରିଥିଲେ। ନାଲ୍‌କୋ ଦ୍ୱାରା ନିର୍ମାଣ କରାଯାଇଥିବା ଚକ୍ଷୁ ଚିକିତ୍ସାଳୟ ପରିଦର୍ଶନ କରି ଏହାକୁ ଚାଲୁ କରିବା ପାଇଁ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ନାଲ୍‌କୋ ସିପିପିର ସ୍ବୀକୃତିପ୍ରାପ୍ତ ସଙ୍ଗଠନ, ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନର କର୍ମକର୍ତ୍ତା ପରେଶ ଜେନା, ବିଭବ ଜେନା, ହେମନ୍ତ ପ୍ରଧାନ, ବିଭୂତି ଶତପଥୀ, ସୁଜିତ ସେଠ, ଆର.କେ. ସିଂହ, ସନ୍ତୋଷ ମହାରଣା, ପ୍ରଣବ ଜେନା ଓ ପ୍ରଦୀପ ସାହୁ ପ୍ରମୁଖ ସିପିପିରେ ପାଣି, ପାଉଁଶ ଓ କୋଇଲା ସମସ୍ୟାର ସମାଧାନ ସହ ପୁରୁଣା ପ୍ଲାଣ୍ଟ ନବୀକରଣ ଏବଂ କର୍ମଚାରୀମାନଙ୍କ କ୍ୱାର୍ଟର୍ସ ମରାମତି ପାଇଁ ସିଏମ୍‌ଡିଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ସିଏମ୍‌ଡି ନାଲ୍‌କୋ ସରସ୍ବତୀ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ନେତାଜୀ ଜୟନ୍ତୀରେ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ। ସିଏମ୍‌ଡିଙ୍କ ଏହି ପରିଦର୍ଶନ ସମୟରେ ନାଲ୍‌କୋ ଇଡି ମନସା ପ୍ରସାଦ ମିଶ୍ର, ମାନବ ସମ୍ବଳ ମହାପ୍ରବନ୍ଧକ ଏସ.ଏନ. ସାହୁ, ସ୍ମେଲ୍ଟର ମହାପ୍ରବନ୍ଧକ ମୃତ୍ୟୁଞ୍ଜୟ ଦାସ, ସିପିପି ମହାପ୍ରବନ୍ଧକ ଅମ୍ବିକା ପ୍ରସାଦ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଗନ୍ନାଥପ୍ରସାଦ NAC ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୧୨ ଓ୍ବାର୍ଡରେ ହେବ ବିଭକ୍ତ, ଆସନ ସଂରକ୍ଷଣ ନେଇ…

ଜଗନ୍ନାଥପ୍ରସାଦ,୧୯ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳକୁ ନେଇ ନବଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦ(NAC)ର ଓ୍ବାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ଅଧିସୂଚନା…

ଗାଁକୁ ଆସି ପାରିଲାନି ଜନନୀ ଏକ୍ସପ୍ରେସ୍‌, ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ୨ କିଲୋମିଟର ବୋହିଲେ ଗ୍ରାମବାସୀ

ଭବାନୀପାଟଣା/ଥୁଆମୂଳ ରାମପୁର,୧୯ା୭(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଦୁର୍ଗମ ଥୁଆମୂଳ ରାମପୁର ବ୍ଲକରେ ରାସ୍ତା ସମସ୍ୟା ପୁଣିଥରେ ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣିଛି। ପ୍ରସବ…

ରାସ୍ତା ଉପରେ ଆଣ୍ଠୁଏ ପାଣି, ବହୁବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ, ମରାମତି ଦାବି କରି…

କେସିଙ୍ଗା,୧୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ଅଧିନସ୍ଥ କିକିଆ ଗ୍ରାମ ପଞ୍ଚାୟତର ଖଜୁରପଡ଼ାଠାରୁ କିକିଆ ୩କିମି ରାସ୍ତା ଶୋଚନୀୟ ଅବସ୍ଥାରେ ଦୀର୍ଘ ୧୫…

ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା…. 

ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ…

ସିର୍ଜାପାଲିରେ ଶ୍ରୀ ଜଗନ୍ନାଥଙ୍କ ବରାହ ବେଶ ଦର୍ଶନ

କେସିଙ୍ଗା, ୧୯।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିର୍ଜାପାଲି ଗ୍ରାମସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଶନିବାର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପାରମ୍ପରିକ ବରାହ ବେଶରେ…

ଖୋଲୁନି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏଗ୍ରୋ ମଲ୍ : ନିର୍ମାଣ ଶେଷକୁ ବର୍ଷେ ବିତିଲାଣି,ତଥାପି….

ଦାରିଙ୍ଗବାଡି, ୧୯।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବସ୍‌ଷ୍ଟାଣ୍ଡ ନିକଟରେ ନବନିର୍ମିତ କୃଷି ବଜାର (ଏଗ୍ରୋ ମଲ୍) ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଆଶା କରି…

ଜାରି ହୋଇଥିଲା ଜାମିନବିହୀନ ଗିରଫ ପରୱାନା: ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ

ଦିଗପହଣ୍ଡି, ୧୯।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଧର୍ମରାୟପୁର ଗ୍ରାମର ରମେଶ ଚନ୍ଦ୍ର ଜେନାଙ୍କୁ ପାଟପୁର ପୋଲିସ କୋର୍ଟଙ୍କ ଜାରି କରାଯାଇଥିବା ୱାରେଣ୍ଟ…

‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ

ଭୁବନେଶ୍ୱର,୧୯।୭ (ସୌମ୍ୟରଞ୍ଜନ ରାଉତ): ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୪ ବର୍ଷ ପାଇଁ ଶନିବାର ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ‘ଲହରୀ’ ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri