ଲିଜାଙ୍କ ପସନ୍ଦ ପଜିଟିଭ୍‌ ଭୂମିକା

ଲିଜା ପଣ୍ଡା ଓରଫ ଲିଜା ଓଡ଼ିଆ ଯାତ୍ରା ଜଗତରେ ବେଶ୍‌ ଜଣାଶୁଣା। ଚଳିତ ବର୍ଷ ଅପେରା ସୂର୍ଯ୍ୟମନ୍ଦିରରେ ସେ ନିଜ ଅଭିନୟର ଯାଦୁ ବିତରଣ କରି ଚାଲିଛନ୍ତି। ଦର୍ଶକମାନେ ତାଙ୍କୁ ନେଗେଟିଭ୍‌ ଭୂମିକାରେ ବେଶ୍‌ ଗ୍ରହଣ କରିଛନ୍ତି। ନେଗେଟିଭ୍‌ ଭୂମିକା ମଧ୍ୟ ତାଙ୍କୁ ବେଶ ସୁହାଏ। ତେବେ ପୂଜାଙ୍କର ପସନ୍ଦ ହେଉଛି ପଜିଟିଭ୍‌ ଭୂମିକା। ଚଳିତ ବର୍ଷ ସେ ଖଣ୍ଡିଏ ନାଟକରେ ମଧ୍ୟ ପଜିଟିଭ୍‌ ଭୂମିକା ପାଇଛନ୍ତି। ନାଟକଟି ହେଉଛି ‘ଭିତିରି କଥା’। ଏଥିରେ ତାଙ୍କୁ ତାଙ୍କର ଦକ୍ଷତା ଦେଖେଇବାର ଭରପୂର ସୁଯୋଗ ମିଳିଛି। ‘ଭିତିରି କଥା’ ନାଟକରେ ସେ ‘ଦୀପିକା’ ଚରିତ୍ରରେ ମଞ୍ଚ ଉପରକୁ ଆସୁଛନ୍ତି। ଆଉ ଦର୍ଶକଙ୍କର ବାହାବା ମଧ୍ୟ ସାଉଣ୍ଟୁଛନ୍ତି।

୨୦୦୭ ମସିହାରେ ସେ ପ୍ରଥମେ ଆସିଲେ ଅନୁଗୋଳର ‘ସୂର୍ଯ୍ୟ ଗଣନାଟ୍ୟ’କୁ। ଅବଶ୍ୟ ସେ ଯାତ୍ରାକୁ ଆସିବା ନେଇ ତାଙ୍କର କୌଣସି ଯୋଜନା ନ ଥିଲା। ନାଟ୍ୟକାର ମନୋଜ ପଣ୍ଡା ହିଁ ତାଙ୍କୁ ପେସାଦାର ଯାତ୍ରାକୁ ଆସିବା ପାଇଁ ପ୍ରସ୍ତାବ ଦେଲେ। ଅଭିନୟ ପ୍ରତି ତ ରୁଚିଥିଲା। ପୁଣି ତାଙ୍କ ଦ୍ୱାରା ଭଲ ଅଭିନୟ ବି ହେଉଥିଲା। ପିଲାବେଳେ ସ୍କୁଲ୍‌ରେ ସେ ଏକକ ଅଭିନୟ କରୁଥିଲେ। ତାଙ୍କ ଅଭିନୟ ଏତେ ଜୀବନ୍ତ ହେଉଥିଲା ଯେ, ଯିଏ ଦେଖୁଥିଲା ସେ ଘଡ଼ିଏ ରହିଯାଉଥିଲା। ସେହି ଆତ୍ମବିଶ୍ୱାସକୁ ପୁଞ୍ଜିକରି ଲିଜା ଆସିଲେ ‘ସୂର୍ଯ୍ୟ ଗଣନାଟ୍ୟ’କୁ। ଇତିମଧ୍ୟରେ ସେ ୧୨ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତାଇ ସାରିଲେଣି ଯାତ୍ରା ଜଗତରେ। ‘ସୂର୍ଯ୍ୟ ଗଣନାଟ୍ୟ’ ପରେ ପରେ ସେ ‘ତାରାପୁର’, ‘ଧଉଳି’, ‘ପାର୍ବତୀ’, ‘ବିଶ୍ୱ ଦରବାର’, ‘ଗୌରୀ’, ‘କଳିଙ୍ଗ’ ଆଦି ଗଣନାଟ୍ୟରେ ଅଭିନୟ ସାରି ଚଳିତବର୍ଷ ଆସି ପହଞ୍ଚତ୍ଛନ୍ତି ‘ଅପେରା ସୂର୍ଯ୍ୟମନ୍ଦିର’ରେ। ସେ ଅଭିନୟ କରିଥିବା ସଫଳ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଗାନ୍ଧୀ ଫେରୁଛନ୍ତି’, ‘ଲକ୍ଷେ ଟଙ୍କିଆ ବୋହୂ’, ‘ବେଶ୍ୟା ପାଳୁଛି ସାବିତ୍ରୀ ବ୍ରତ’, ‘ମୋ ଠିକଣା ମୋତେ ଅଜଣା’, ‘ଠିକଣା ହଜିଛି ଜଗା ଭାଇର’, ‘ମୋତେ ଭୁଲିଯିବୁ ତତେ ମୋ ରାଣ’ ଏବଂ ଆହୁରି ଅନେକ। ଚଳିତବର୍ଷ ‘ଅପେରା ସୂର୍ଯ୍ୟମନ୍ଦିର’ରେ ତାଙ୍କ ଅଭିନୀତ ନାଟକ ମଧ୍ୟରେ ରହିଛି ‘ମାୟାବିନୀ ମୌସୁମୀ’, ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’, ‘ଭିତିରି କଥା’ ଏବଂ ‘ପ୍ରେମିକାର ନଁା ଚନ୍ଦ୍ରଭାଗା’।


Enter your email to get our daily news in your inbox.

All Right Reserved By Dharitri.Com

ବକ୍ସ ଅଫିସରେ ଖାତା ଖୋଲିପାରିବ ନାହିଁ ରାଧେ : ସଲମାନ

ମୁମ୍ବାଇ,୧୧।୫ : ବଲିଉଡ ଷ୍ଟାର ସଲମାନ ଖାନ ସୋମବାର ସନ୍ଧ୍ୟାରେ ଜୁମ ଜରିଆରେ ଯୋଡ଼ି ହୋଇଥିଲେ କିଛି ସାମ୍ବାଦିକଙ୍କ ସହ। ତାଙ୍କ ଅପ୍‌କମିଂ ଫିଲ୍ମ ‘...

ଆଗରେ ‘ରାଧେ ଶ୍ୟାମ’

ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗଙ୍ଗୁବାଇ କାଠିଆୱାଡି’ ଫେବୃଆରୀରେ ମୁକ୍ତିଲାଭ କରିଥିଲା। ଏହା ସହିତ ତେଲୁଗୁର ଅନେକ ଫିଲ୍ମ ମଧ୍ୟ ପରଦାକୁ ଆସିଥିଲା। ବର୍ତ୍ତମାନ ମାର୍ଚ୍ଚର ପାଳି...

ବାପାଙ୍କ ମୃତ୍ୟୁ ପରେ ଯମଜ ସନ୍ତାନଙ୍କୁ ହରାଇଥିଲେ ଫର୍ଦ୍ଦିନ; ଏବେ ବଖାଣିଲେ ଦୁଃଖ

ବମ୍ବେ: ଦୀର୍ଘ ୧୨ ବର୍ଷର ଲମ୍ବା ବ୍ୟବଧାନ ପରେ ବଲିଉଡ୍‌କୁ ଫେରୁଛନ୍ତି ଅଭିନେତା ଫର୍ଦ୍ଦିନ ଖାନ୍‌। ଚଳଚ୍ଚିତ୍ର ‘ବିସ୍ଫୋଟ’ରେ ନଜର ଆସିବେ ସେ। ଫିଲ୍ମରେ ତାଙ୍କ...

ଶ୍ରୀଦେବୀଙ୍କ ମୃତ୍ୟୁ ଦୁର୍ଘଟଣା ନା ହତ୍ୟା: କେରଳ ଡିଜିପି ଦେଲେ ଚାଞ୍ଚଲ୍ୟକର ବୟାନ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁକୁ ବର୍ଷେ ପୂରିଗଲାଣି। ୨୪ ଫେବୃଆରୀ,୨୦୧୮ରେ ବାଥ୍‌ଟବ୍‌ରେ ବୁଡ଼ି ଶ୍ରୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପରଲୋକରେ ପୂରା ବଲିଉଡ୍‌ ଜଗତରେ...

ବବି ଦେଓଲଙ୍କ ଲାଗି ପୋଷ୍ଟ ଶେୟାର କରି ଏମିତି କହିଲେ ଭାଇଜାନ୍‌

ବବି ଦେଓଲଙ୍କ ଫିଲ୍ମ ‘ଲଭ ହଷ୍ଟେଲ’ ରିଲିଜ ହେବା ଦିନଠାରୁ ତାଙ୍କ ଅଭିନୟ ପାଇଁ ଅନେକ ପ୍ରଶଂସା ମିଳିଛି। ଜି ଫାଇଭ୍‌ରେ ମୁକ୍ତିଲାଭ କରିଥିବା ଏହି...

ଆଲିଆଙ୍କୁ ପୂରିଲା ୨୭: ଗତବର୍ଷ ରୋଜଗାର କରିଛନ୍ତି ୫୯.୨୧ କୋଟି

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଚୁଲ୍‌ବୁଲୀ ଅନିନେତ୍ରୀ ଆଲିଆ ଭଟ୍ଟ ରବିିବାର ୨୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୯୩ ମାର୍ଚ୍ଚ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ।...

ଭାଇରାଲ ହେଉଛି ପ୍ରିୟଙ୍କାଙ୍କ କାର୍ ସେଲ୍ଫି

ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପୁଣି ଚର୍ଚ୍ଚାରେ । ନିକଟରେ ସେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଛି...

ମାତୃତ୍ୱ ସମୟରେ ପିନ୍ଧିଥିବା ଡ୍ରେସ୍‌କୁ ନିଲାମ କରିବେ ଅନୁଷ୍କା: କାରଣ ଜାଣିଲେ କରିବେ ବାଃ ବାଃ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନର ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଚଳିତ ବର୍ଷ ଜାନୁଆରୀରେ ସେ ଝିଅ ଭାମିକାଙ୍କୁ ଜନ୍ମ ଦେଇଥିଲେ।...

Advertisement
Archives

Model This Week