ଲିଙ୍ଗରାଜ ଆଇନ୍‌ ମହାବିଦ୍ୟାଳୟ: ଶୈକ୍ଷିକ ବାତାବରଣ ପାଇଁ ଆନ୍ଦୋଳନ

ବ୍ରହ୍ମପୁର ଅଫିସ୍‌,୨୨ା୯-ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ଆଇନ ମହାବିଦ୍ୟାଳୟ ତଥା ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥା ଘେରରେ ଗତିକରୁଛି । ପାଠ ପଢ଼ିବା ପାଇଁ ଉତ୍ତମ ଶ୍ରେଣୀ ଗୃହ ନାହିଁ । ଅନେକ ବିଷୟରେ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଏପରିକି ଛାତ୍ରୀଛାତ୍ରମାନେ ପିଇବା ପାଇଁ ପାଣି ପାଉନାହାନ୍ତି । ଏଭଳି ଅନେକ ସମସ୍ୟାର ସମାଧାନ ପାଇଁ ୨୦୧୭ରୁ ବିଭିନ୍ନ ସମୟରେ ଛାତ୍ରୀଛାତ୍ରମାନେ ଆନ୍ଦୋଳନ କରୁଛନ୍ତି । ତଥାପି ଫଳ ଶୂନ। ଏବେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇଛି । ଏଣୁ ନବାଗତ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଏଠାରେ ରହିଥିବା ସମସ୍ୟାର ସମାଧାନ ପାଇଁ ଶନିବାର ଛାତ୍ରୀଛାତ୍ରମାନେ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯଦି ତୁରନ୍ତ ଏ ଦିଗରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆସନ୍ତା ୨୫ତାରିଖରୁ ଆମରଣ ଅନଶନ ସହ ଆନ୍ଦୋଳନ କରାଯିବ ବୋଲି ଛାତ୍ରୀଛାତ୍ରମାନେ ଚେତାବନୀ ଦେଇଛନ୍ତି ।
ଆନ୍ଦୋଳନକାରୀ ଛାତ୍ରୀଛାତ୍ରଙ୍କ କହିବାନୁଯାୟୀ, ଅନେକ ବିଭାଗରେ ସ୍ଥାୟୀ ଶିକ୍ଷକ ନାହାନ୍ତି, ଫଳରେ ପାଠପଢ଼ା ହୋଇପାରୁ ନାହିଁ। କମନ୍‌ରୁମ୍‌ ଏବଂ ସମ୍ମିଳନୀ କକ୍ଷ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଲାଣି । ବିପଦପୂର୍ଣ୍ଣ କୋଠାରେ ବସିବାକୁ ବାଧ୍ୟ କରାଯାଉଛି । ତୁରନ୍ତ ଉଭୟ କୋଠରିକୁ ମରାମତି କରାଯାଉ। ସେହିଭଳି ପାନୀୟ ଜଳ ଯୋଗାଣ ପାଇଁ ଆର୍‌ଓ ଏବଂ ୟୁଭି ୱାଟର୍‌ ପ୍ୟୁରିଫାୟର୍‌, ନିୟମିତ କ୍ୟାମ୍ପସର ସଫେଇ, କ୍ୟାମ୍ପସ୍‌ରେ ଫ୍ରି ୱାଇଫାଇ, ମହାବିଦ୍ୟାଳୟ ସମ୍ମୁଖରେ ସ୍ପିଡ୍‌ ବ୍ରେକର୍‌, ମୁଖ୍ୟ ଫାଟକର ନବୀକରଣ ସହ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପୂରଣ କରିବାକୁ ଛାତ୍ରୀଛାତ୍ରମାନେ ଦାବି କରିଛନ୍ତି। ଲାଇବ୍ରେରିଆନ୍‌ ଆସନ୍ତା ଦୁଇ ମାସ ଭିତରେ ଅବସର ନେବେ । ଏଣୁ ଜଣେ ନୂତନ ଲାଇବ୍ରେରିଆନ୍‌କୁ ନିଯୁକ୍ତି ଦିଆଯାଉ। ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କଠାରୁ ଲାଇବ୍ରେରି ଫି’ ବାବଦରେ ୧୫୦ଟଙ୍କା ଆଦାୟ କରାଯାଉଛି । ହେଲେ ନୂଆ ବହି ଦିଆଯାଉନି। କମନ୍‌ରୁମ୍‌ ବାବଦରେ ୩୦ଟଙ୍କା ଆଦାୟ ହେଉଥିଲେ ମଧ୍ୟ କମନ୍‌ରୁମ୍‌କୁ ମରାମତି କରାଯାଉନି। କ୍ରୀଡ଼ା ଏବଂ ଛାତ୍ର ସଂସଦ ବାବଦରେ ୩୦୦ ଟଙ୍କା ଆଦାୟ କରୁଥିବା ବେଳେ କୌଣସି ପ୍ରକାର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହେଉନି । ମୁଟ୍‌ କୋର୍ଟ ପାଇଁ ୧୦୦ଟଙ୍କା ଆଦାୟ ହେଉଥିବା ବେଳେ ଏଭଳି କୌଣସି କ୍ଲାସ୍‌ ହେଉନାହିଁ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଥଲେଟିକ୍‌ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅଯଥାରେ ୧୦୦ଟଙ୍କା ଲେଖାଏ ଆଦାୟ କରୁଛନ୍ତି। ଏଭଳି ଅନେକ ପ୍ରକାରର ଫି’ ଆଦାୟ ହେଉଛି । କିନ୍ତୁ ଭିତ୍ତିଭୂମିର ବିକାଶ କିମ୍ବା ଛାତ୍ରୀଛାତ୍ରଙ୍କୁ ଉତ୍ତମ ଶୈକ୍ଷିକ ବାତାବରଣ ପ୍ରଦାନ କରିବାରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି। ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି ଜଣାଇବା ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନି। ତୁରନ୍ତ ଏସବୁ ସମସ୍ୟାର ସମାଧାନ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ, ଜିଲାପାଳ, ବ୍ରହ୍ମପୁର ଏସ୍‌ପି, ଓଡ଼ିଶା ବାର୍‌ କାଉନସିଲ୍‌, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍‌, ଗୋପାଳପୁର ବିଧାୟକ, ବ୍ରହ୍ମପୁର ଏମ୍‌ପିଙ୍କ ପାଖକୁ ପତ୍ର ପଠାଯାଇଛି । ଚିନ୍ମୟ କୁମାର ହୋତା, ଅନିଲ କୁମାର ବେହେରା, ବି.ମନୋଜ, ବି.ତେଜେଶ୍ୱର, ଶ୍ରୀକାନ୍ତ କୁମାର ସେଠୀ, ସାଇ ପ୍ରସାଦ ପାଢୀ, ଅମରେଶ ଚୌଧୁରୀ, ପି.ଭରତ, ଶୁଭାଶିଷ ବେହେରା, ବି.ନଳିନୀଙ୍କ ସମେତ ବହୁ ଛାତ୍ରୀଛାତ୍ର ଏହି ଆନ୍ଦୋଳନରେ ସାମିଲ୍‌ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri