ଲିଖିରିଆରେ ଏମ୍ସର ରାପିଡ୍‌ ରେସପନ୍ସ ଟିମ୍‌

ବଲାଙ୍ଗୀର ଅଫିସ, ୭ା୫: ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ୍‌ (ଏମ୍ସ) ଭୁବନେଶ୍ୱର ଶାଖାର ଏକ ରାପିଡ ରେସପନ୍ସ ଟିମ୍‌ (ଆରଆରଟି) ଗୁରୁବାର ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ୍‌ର କଣ୍ଟେମେଣ୍ଟ ଜୋନ୍‌ ପରିଚିହ୍ନତ ଲିଖିରିଆ, ତୁଷରା ଓ ରୁଷୁଡାରେ ପହଞ୍ଚତ୍ ଅନୁସନ୍ଧାନ ପ୍ରକ୍ରିୟାର ସ୍ଥିତି ତଦାରଖ କରିଛନ୍ତି। ଏହି ଟିମ୍‌ରେ ଡା ଅରବିନ୍ଦ ସିଂ, ଡା ସୌରିନ୍‌ ଭୂୟଁା ଓ ଡା ଦୁର୍ଗେଶ ପ୍ରସାଦ ସାହୁ ତିନିଜଣ ସଦସ୍ୟ ଆସିଛନ୍ତି। ଏହି ଟିମ୍‌ କଣ୍ଟେନମେଣ୍ଟ ଜୋନ୍‌ରେ କିଭଳି ଭାବେ କରୋନା ସଂକ୍ରମଣ ପରବର୍ତ୍ତୀ ଅନୁସନ୍ଧାନ କାର୍ଯ୍ୟ, ସ୍ବାବ୍‌ ସଂଗ୍ରହ ଓ କଣ୍ଟ୍ରାକ୍ଟ ଟ୍ରେସିଂ କାର୍ଯ୍ୟକ୍ରମ ଚାଲିଛି ତାହା ତଦାରଖ କରିଛନ୍ତି। ଏହି ଅଞ୍ଚଳରେ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମକୁ କିଭଳି ମଜଭୁତ କରାଯିବ ସେନେଇ ମଧ୍ୟ ନିରୀକ୍ଷଣ କରିଛନ୍ତି। ଭୁବନେଶ୍ୱର ଏମ୍ସ ଆରଆରଟି ସହ ବଲାଙ୍ଗୀର ସ୍ବାସ୍ଥ୍ୟ ବିଭାଗର ଏକ ମେଡିକାଲ ଟିମ୍‌ ମଧ୍ୟ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରିଥିଲେ। ଏହି ଟିମ୍‌ ସଦସ୍ୟ ଡା ଏଲ. ନାୟକ ଓ ଡା ସୁମିତ୍‌ ମେହେର ଭୁବନେଶ୍ୱର ଆରଆରଟି ସହ ଉପସ୍ଥିତ ଥିଲେ ା ଭୁବନେଶ୍ୱର ଆରଆରଟି ତାମିଲନାଡୁ ଫେରାନ୍ତା ଦୁଇ ଶ୍ରମିକଙ୍କ କଣ୍ଟ୍ରାକ୍ଟ ଟ୍ରେସିଂକୁ ଅନୁଧ୍ୟାନ କରି ସେମାନେ ସଂକ୍ରମିତ ହୋଇଛନ୍ତି ଓ ସଂକ୍ରମଣର ଗତିବିଧି କ’ଣ ରହିଛି କାହା ଅନୁଧ୍ୟାନ କରିଛନ୍ତି। କଣ୍ଟ୍ରାକ୍ଟ ଟ୍ରେସିଂ ତାଲିକା ପ୍ରସ୍ତୁତି ଠିକ୍‌ ରହିଛି ନା’ ନାହିଁ ଓ ସମସ୍ତଙ୍କ ଠିକ୍‌ ଅନୁଧ୍ୟାନ ସହ ସ୍ବାବ୍‌ ସଂଗ୍ରହ ହୋଇଛି କି ନାହିଁ ତାହା ତଦାରଖ କରିଛନ୍ତି। ସେଠାରେ ନିୟୋଜିତ ହୋଇଥିବା ସ୍ବାବ୍‌ ସଂଗ୍ରହ ଟିମ୍‌, ସର୍ଭେ କରୁଥିବା ଆଶା, ଅଙ୍ଗନୱାଡି, ଏଏନ୍‌ଏମ୍‌ ଟିମ କିଭଳି କାର୍ଯ୍ୟ କରୁଛନ୍ତି ତାହା ମଧ୍ୟ ତଦାରଖ କରିଛନ୍ତି। ଗତ ମେ ୧ ତାରିଖ ଦିନ ଲିଖିରିଆ ଗଁାରେ ତାମିଲନାଡୁ ଫେରନ୍ତା ଦୁଇ ଯୁବ ଶ୍ରମିକଙ୍କ ସ୍ବାବ୍‌ ପରୀକ୍ଷା ରିପୋର୍ଟ ପଜିଟିଭ ବାହାରିବା ପରେ ଗୁଡଭେଲା ବ୍ଳକ୍‌, ଦେଓଗଁା ବ୍ଳକ୍‌ ଓ ତୁଷରା ସହରାଞ୍ଚଳ ସମେତ ୨୨ଟି ଗଁାକୁ ନେଇ କଣ୍ଟେମେଣ୍ଟ ଜୋନ୍‌ ଓ ବଫର ଜୋନ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ଦ୍ୱାରା ଛତ୍ରପୁର ମହୋତ୍ସବ ଉଦଘାଟିତ, ମନ ମୋହିଲା ଅନ୍ତରା-ଅନୁରାଗଙ୍କ ଗୀତ

ଛତ୍ରପୁର,୨ା୬(ଦିଲ୍ଲୀପ ସାମଲ) : ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ପାଇଁ ଉଠୁଛି ପଡୁଛି ଛତ୍ରପୁର ସହର । ଜନ ଗହଳି ସାଙ୍ଗକୁ ଆଲୋକ…

ସୌରଚାଳିତ ପ୍ରକଳ୍ପ ଅଚଳ, ଚୁଆପାଣି ଭରସାରେ ଲେଞ୍ଜିଗୁଡ଼ା ଗ୍ରାମବାସୀ

ନନ୍ଦପୁର/ପାଡୁଆ,୨।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): ଖରା ଦିନର ଗ୍ରୀଷ୍ମ ପ୍ରକୋପ ଚର୍ଚ୍ଚା ସବୁଆଡେ ଥିବା ବେଳେ କୋରାପୁଟ ଜିଲା ନନ୍ଦପୁର ବ୍ଲକ ଚାଟୁଆ ପଞ୍ଚାୟତ ଲେଞ୍ଜିଗୁଡ଼ା ଗ୍ରାମରେ…

ପ୍ରଶଂସା ସାଉଁଟିଲେ ସୁଲୋଚନା: ଦୀର୍ଘ ୩୭ ବର୍ଷ ଶିକ୍ଷାଦାନ କରି ଶେଷରେ….

ମହାକାଳପଡ଼ା, ୨ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାୟାବାବା କଲେଜ ଅଧ୍ୟକ୍ଷା ପଦରୁ ମେ ୩୧ରେ ପ୍ରାଧ୍ୟାପିକା ସୁଲୋଚନା ଦାଶ ଅବସରଗ୍ରହଣ କରିଛନ୍ତି। ଏହା ପରେ…

ଭାଲୁଡୁଙ୍ଗୁରୀ ୟୁପି ସ୍କୁଲରୁ ବ୍ୟାପକ ଚୋରି, ରାତି ଅଧରେ କବାଟ ଭାଙ୍ଗି ନେଇଗଲେ…

ଅମରପାଲି,୨।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ଭାଲୁଡ଼ୁଙ୍ଗୁରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସୋମବାର ରାତିରେ ବ୍ୟାପକ ଜିନିଷ ଚୋରି ହୋଇଥିବା ଅଭିଯୋଗ…

ଆନ୍ଦୋଳନ ଚେତାବନୀ ଦେଲେ ଚାଷୀ: ଟୋକନ ସମସ୍ୟାର ସମାଧାନ ନ ହେଲେ…

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ତେବେ ଅନ୍ୟବର୍ଷ ଅପେକ୍ଷା ଏଥର ଧାନବିକ୍ରି ଟୋକନରେ ହୋଇଥିବା ଅନିୟମିତତା ଚାଷୀଙ୍କୁ ଅଡୁଆରେ ପକାଇ ଦେଇଛି। ଅନେକ…

ମଣ୍ଡିରୁ ଉଠୁନି ଧାନ,ଚାଷୀଙ୍କ ରାସ୍ତାରୋକୋ: ଅଟକି ରହିଛି ଶହ ଶହ ଯାନବାହନ

ଭବାନୀପାଟଣା,୨।୬(ଉତ୍ତମ କୁମାର ଦାଶ):ଧାନ ବିକ୍ରି ପ୍ରକ୍ରିୟାରେ ଅନିୟମିତତାକୁ ନେଇ ମଙ୍ଗଳବାର ସକାଳୁ କଳାହାଣ୍ଡି ଜିଲା ମୋଟର -ଜୟପାଟଣା ମୁଖ୍ୟ ରାସ୍ତା ବଡକୁଟରୁ ଛକ ନିକଟରେ ସ୍ଥାନୀୟ ଚାଷୀ…

ଶିମିଳିପାଳରେ ମାଉସ୍‌ ଡିଅର: ଜୋର୍‌ ଧରିଲା ଚର୍ଚ୍ଚା

ବାରିପଦା,୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ଏକ ଅନନ୍ୟ ବନ୍ୟପ୍ରାଣୀ ଆବାସସ୍ଥଳୀ ଭାବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଠାରେ ବିଶ୍ୱର କ୍ଷୁଦ୍ର…

ଶୈବପୀଠକୁ ୨ କୋଟି ଟଙ୍କା ମଞ୍ଜୁର: ଅଞ୍ଚଳରେ ଖେଳିଗଲା ଖୁସିର ଲହରୀ

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମାସ୍ଥିତ ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ଅନ୍ୟତମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାର ୨କୋଟି ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri