ଲିଖିରିଆରେ ଏମ୍ସର ରାପିଡ୍‌ ରେସପନ୍ସ ଟିମ୍‌

ବଲାଙ୍ଗୀର ଅଫିସ, ୭ା୫: ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ୍‌ (ଏମ୍ସ) ଭୁବନେଶ୍ୱର ଶାଖାର ଏକ ରାପିଡ ରେସପନ୍ସ ଟିମ୍‌ (ଆରଆରଟି) ଗୁରୁବାର ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ୍‌ର କଣ୍ଟେମେଣ୍ଟ ଜୋନ୍‌ ପରିଚିହ୍ନତ ଲିଖିରିଆ, ତୁଷରା ଓ ରୁଷୁଡାରେ ପହଞ୍ଚତ୍ ଅନୁସନ୍ଧାନ ପ୍ରକ୍ରିୟାର ସ୍ଥିତି ତଦାରଖ କରିଛନ୍ତି। ଏହି ଟିମ୍‌ରେ ଡା ଅରବିନ୍ଦ ସିଂ, ଡା ସୌରିନ୍‌ ଭୂୟଁା ଓ ଡା ଦୁର୍ଗେଶ ପ୍ରସାଦ ସାହୁ ତିନିଜଣ ସଦସ୍ୟ ଆସିଛନ୍ତି। ଏହି ଟିମ୍‌ କଣ୍ଟେନମେଣ୍ଟ ଜୋନ୍‌ରେ କିଭଳି ଭାବେ କରୋନା ସଂକ୍ରମଣ ପରବର୍ତ୍ତୀ ଅନୁସନ୍ଧାନ କାର୍ଯ୍ୟ, ସ୍ବାବ୍‌ ସଂଗ୍ରହ ଓ କଣ୍ଟ୍ରାକ୍ଟ ଟ୍ରେସିଂ କାର୍ଯ୍ୟକ୍ରମ ଚାଲିଛି ତାହା ତଦାରଖ କରିଛନ୍ତି। ଏହି ଅଞ୍ଚଳରେ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମକୁ କିଭଳି ମଜଭୁତ କରାଯିବ ସେନେଇ ମଧ୍ୟ ନିରୀକ୍ଷଣ କରିଛନ୍ତି। ଭୁବନେଶ୍ୱର ଏମ୍ସ ଆରଆରଟି ସହ ବଲାଙ୍ଗୀର ସ୍ବାସ୍ଥ୍ୟ ବିଭାଗର ଏକ ମେଡିକାଲ ଟିମ୍‌ ମଧ୍ୟ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରିଥିଲେ। ଏହି ଟିମ୍‌ ସଦସ୍ୟ ଡା ଏଲ. ନାୟକ ଓ ଡା ସୁମିତ୍‌ ମେହେର ଭୁବନେଶ୍ୱର ଆରଆରଟି ସହ ଉପସ୍ଥିତ ଥିଲେ ା ଭୁବନେଶ୍ୱର ଆରଆରଟି ତାମିଲନାଡୁ ଫେରାନ୍ତା ଦୁଇ ଶ୍ରମିକଙ୍କ କଣ୍ଟ୍ରାକ୍ଟ ଟ୍ରେସିଂକୁ ଅନୁଧ୍ୟାନ କରି ସେମାନେ ସଂକ୍ରମିତ ହୋଇଛନ୍ତି ଓ ସଂକ୍ରମଣର ଗତିବିଧି କ’ଣ ରହିଛି କାହା ଅନୁଧ୍ୟାନ କରିଛନ୍ତି। କଣ୍ଟ୍ରାକ୍ଟ ଟ୍ରେସିଂ ତାଲିକା ପ୍ରସ୍ତୁତି ଠିକ୍‌ ରହିଛି ନା’ ନାହିଁ ଓ ସମସ୍ତଙ୍କ ଠିକ୍‌ ଅନୁଧ୍ୟାନ ସହ ସ୍ବାବ୍‌ ସଂଗ୍ରହ ହୋଇଛି କି ନାହିଁ ତାହା ତଦାରଖ କରିଛନ୍ତି। ସେଠାରେ ନିୟୋଜିତ ହୋଇଥିବା ସ୍ବାବ୍‌ ସଂଗ୍ରହ ଟିମ୍‌, ସର୍ଭେ କରୁଥିବା ଆଶା, ଅଙ୍ଗନୱାଡି, ଏଏନ୍‌ଏମ୍‌ ଟିମ କିଭଳି କାର୍ଯ୍ୟ କରୁଛନ୍ତି ତାହା ମଧ୍ୟ ତଦାରଖ କରିଛନ୍ତି। ଗତ ମେ ୧ ତାରିଖ ଦିନ ଲିଖିରିଆ ଗଁାରେ ତାମିଲନାଡୁ ଫେରନ୍ତା ଦୁଇ ଯୁବ ଶ୍ରମିକଙ୍କ ସ୍ବାବ୍‌ ପରୀକ୍ଷା ରିପୋର୍ଟ ପଜିଟିଭ ବାହାରିବା ପରେ ଗୁଡଭେଲା ବ୍ଳକ୍‌, ଦେଓଗଁା ବ୍ଳକ୍‌ ଓ ତୁଷରା ସହରାଞ୍ଚଳ ସମେତ ୨୨ଟି ଗଁାକୁ ନେଇ କଣ୍ଟେମେଣ୍ଟ ଜୋନ୍‌ ଓ ବଫର ଜୋନ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ପରିସରରେ ଜଳିଗଲା ଜବତ ଗାଡ଼ି

ଠାକୁରମୁଣ୍ଡା,୧୩ା୨(ଡି.ଏନ.ଏ.):ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ପରିସରରେ ଜବତ ହୋଇ ରହିଥିବା ୨୦ରୁ ଊର୍ଦ୍ଧ୍ୱ ଗାଡ଼ି ନିଅଁା ଲାଗି ଜଳି ଯାଇଛି। ସୂଚନା ଅନୁଯାୟୀ, ରବିବାର ପୂର୍ବାହ୍ନ...

ବିଷାକ୍ତ ପାଣି ଛାଡୁଛନ୍ତି ରାଇସ୍‌ ମିଲ୍‌

ଯାଜପୁର ଅଫିସ୍‌/କୋରେଇ (ଡି.ଏନ୍‌.ଏ.),୯ା୪: ଯାଜପୁର ଜିଲାର ବିଭିନ୍ନ ରାଇସ୍‌ ମିଲ୍‌ରୁ ବାହାରୁଥିବା ବର୍ଜ୍ୟ ପାଣି ପରିବେଶ ଏବଂ ସ୍ବାସ୍ଥ୍ୟ ପ୍ରତି ବିପଦର କାରଣ ହୋଇଛି। ଏହାର...

ବାରମ୍ବାର ସ୍ଥାନ ପରିବର୍ତ୍ତନ: ଏନ୍‌ଏସି କାର୍ଯ୍ୟାଳୟ ଘେରିଲେ ମାଛ ବ୍ୟବସାୟୀ

ଛତ୍ରପୁର,୧୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ମାଛ ବ୍ୟବସାୟୀମାନଙ୍କୁ ପ୍ରଶାସନ ପକ୍ଷରୁ ବାରମ୍ବାର ଜାଗା ପରିବର୍ତ୍ତନ କରାଯାଉଥିବା ପ୍ରତିବାଦରେ ସୋମବାର ଶତାଧିକ ବ୍ୟବସାୟୀ ଏନ୍‌ଏସି କାର୍ଯ୍ୟାଳୟ ଘେରାଉ...

ଚାକିରି ଦେବା ନାଁରେ ଲୁଟୁଥିଲେ ୩ଭଉଣୀ,ଭାଇ

ଝାରସୁଗୁଡ଼ା ଅଫିସ,୨୫ା୧୦: ସହଜ ଉପାୟରେ ଲକ୍ଷାଧିକ ଟଙ୍କା ରୋଜଗାର ପାଇଁ ୩ ଭଉଣୀଭାଇ ରଚିଥିଲେ ଯୋଜନା। ଜଣେ ଯୁବକଙ୍କୁ ରେଳବାଇରେ ଚାକିରି ଦେବା ନାମରେ ତାଙ୍କ...

ବର୍ଷା ଯୋଗୁ ସ୍ଥଗିତ ରହିଲା ଗୋଷାଣି ଯାତ୍ରା

ପୁରୀ ଅଫିସ,୬।୧୦: ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ଗୋଷାଣି ଯାତ୍ରା ପ୍ରବଳ ବର୍ଷା ପାଇଁ ଗୁରୁବାର ସ୍ଥଗିତ ରହିଛି। ସିଂହଦାର ପାଖରେ ସାତ ସାହି ୪୨କନ୍ଦିର ପ୍ରାୟ ୬୦...

ନୂଆଁଖାଇ ସରିଲା, ଦାଦନ ଯିବାକୁ ସଜବାଜ

ସୋନପୁର, ୬।୯(ନି.ପ୍ର.): ଗଣପର୍ବ ନୂଆଁଖାଇ ଗତ ୧ତାରିଖରେ ସରିଛି। ସୁବର୍ଣ୍ଣପୁର ଜିଲାର କୃଷକ, ଗରିବ ଓ ଶ୍ରମଜୀବୀ ଖୁସି ମନାଇଛନ୍ତି। ଗଣପର୍ବ ପୂର୍ବରୁ ଦାଦନ ସର୍ଦ୍ଦାରମାନେ...

ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ

କଟକ ଅଫିସ,୧୧ା୫: ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ଗୁରୁବାର ପରଲୋକ ଘଟିଛି। ତେଲଙ୍ଗାବଜାରସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ...

ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ, ପାଣି ପାଇଁ ଲୋକେ ହିନସ୍ତା: ହାଣ୍ଡି, ବାଲ୍‌ଟି ରଖି ରାସ୍ତା ଅବରୋଧ

ବଡବିଲ, ୨୩ା୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ପିଏଚ୍‌ଡି ରୋଡସ୍ଥିତ ଗୋପବନ୍ଧୁ ସ୍କୁଲ ନିକଟବର୍ତ୍ତୀ ଅଞ୍ଚଳରେ ପାନୀୟଜଳ ଅଭାବ ଦେଖାଦେଇଛି। ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ଯୋଗୁ ଏହି...

Advertisement
Archives

Model This Week