ଲାଲ୍‌ ଚୁଡ଼ି ପିନ୍ଧି ଫଟୋ ଶେୟାର କଲେ ନେହା କକ୍କର

ମୁମ୍ବାଇ: ଟେଲିଭିଜନଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ଏବଂ ଆଦିତ୍ୟ ନାରାୟଣଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି। ‘ଇଣ୍ଡିଆନ୍‌ ଆଇଡଲ୍‌-୧୧’ରେ ନେହା ଜଜ୍‌ ଭୂମିକା ତୁଲାଉଥିବା ବେଳେ ଆଦିତ୍ୟ ଶୋ’ର ହୋଷ୍ଟ କରୁଥିଲେ। ଏହି ଶୋ’ରୁ ହିଁ ଦୁହିଁଙ୍କ ବିବାହ ଖବର ଚର୍ଚ୍ଚାକୁ ଆସିଥିଲା। ଦିନକୁ ଦିନ ଏମାନଙ୍କ ବିବାହକୁ ନେଇ ନୂଆ ନୂଆ କଥା ଶୁଣିବାକୁ ମିଳୁଛି। ଏବେ ନେହା ହାତରେ ଲାଲ୍‌ ଚୁଡ଼ି ପିନ୍ଧିଥିବା ନଜର ଆସିଛି। ଖୋଦ୍‌ ନେହା ମଧ୍ୟ ଏହାର ଏକ ଭିଡିଓ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭିଡିଓଟି ପୋଷ୍ଟ କରିବାର ମାତ୍ର କିଛିକ୍ଷଣ ମଧ୍ୟରେ ଏହା ବେଶ୍‌ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ନେହା ଏକ କାର୍‌ରେ ବସିଥିବା ଦେଖିବାକୁ ମିଳିଥିବା ବେଳେ ପାଶ୍ଚାତ ଡ୍ରେସ୍‌ ସହିତ ହାତରେ ଲାଲ୍‌ ଏବଂ ଧଳା ରଙ୍ଗର ଚୁଡ଼ି ପିନ୍ଧିଛନ୍ତି। ସେ ଏକ ଗୀତ ‘କବ୍‌ ଓ୍ବ ଦିନ୍‌ ଆୟେଗା, ଜବ୍‌ ହମ୍‌ ଭି ମେହେନ୍ଦୀ ଲଗ୍‌ଓ୍ବାଙ୍ଗେ ନା ଜାନେ କବ୍‌ ଆୟେଙ୍ଗେ ଔର୍‌ ଡୋଲି ମେ ଲେ ଯାଏଙ୍ଗେ’ ଗାଉଛନ୍ତି। ଗୀତରୁ ଯାହା ଜଣାପଡୁଛି ନେହା କୌଣସି ଖାସ୍‌ ଲୋକଙ୍କୁ ବହୁତ ମିସ୍‌ କରୁଛନ୍ତି। ଆଉ ତାଙ୍କୁ ଅପେକ୍ଷା କରି ରହିଛନ୍ତି। ଏହା ପୁଣି ଭାଲେଣ୍ଟାଇନ୍‌ ଓ୍ବିକ୍ସରେ। ନେହାଙ୍କ ଗୀତ ସାଙ୍ଗକୁ ହାତରେ ଚୁଡ଼ି ଦେଖି ଫ୍ୟାନ୍‌ମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

ତେଣୁ ପ୍ରକୃତ କଥାଟା ହେଲା ‘ଗୋଆ ବିଚ୍‌’ର ଗୀତରେ ନେହା ଏବଂ ଆଦିତ୍ୟ ଦୁଇଜଣ ମିଶି କଣ୍ଠଦାନ କରିଛନ୍ତି। ନେହାଙ୍କ ଭାଇ ଟୋନି କକ୍କର ଏଥିରେ ସ୍ବର ଦେଇଛନ୍ତି। ସେ ଯାହା ବି ହେଉନା କାହିଁକି ନେହାଙ୍କ ବିବାହ ଖବର କେତେଦୂର ସତ ତାହା ଆସନ୍ତା ୧୪ ତାରିଖ ଅର୍ଥାତ୍‌ ଭାଲେଣ୍ଟାଇନ୍‌ ଡେ’ରେ ସ୍ପଷ୍ଟ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନୟରେ ସଫଳ ରହିଥିବା ସଲମାନ୍‌ ପ୍ରେମରେ ସବୁବେଳେ ବିଫଳ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାଁଙ୍କର ଫିଲ୍ମ ଜୀବନ ପରି ବ୍ୟକ୍ତିଗତ ଜୀବନ ମଧ୍ୟ ରୋମାଞ୍ଚକର। ଜୀବନରେ ତାଙ୍କର ବହୁ ଅଭିନେତ୍ରୀଙ୍କ ସହିତ ପ୍ରେମ ସମ୍ପର୍କ...

ଟୁ-ଇନ୍‌-ଓ୍ବାନ୍‌ ଅଭି

ଥରେ ଅପେରା ସିଜନ ଅଧାରେ ଏକ ପାର୍ଟିର ଆଙ୍କର କୌଣସି କାରଣବଶତଃ ପାର୍ଟି ଛାଡ଼ି ଚାଲିଗଲେ। ଠିକ୍‌ ସେତିକିବେଳେ ଜଲିଉଡ୍‌ର ବର୍ଷୀୟାନ ଅଭିନେତା କୈଳାସ ବେହେରା...

‘ଦବଙ୍ଗ-୩’ର ଶୁଟିଂସେଟ୍‌ରେ ସଲମାନ୍‌

ଜୟପୁର: ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନ୍‌ ‘ଦବଙ୍ଗ’ର ତୃତୀୟ ଭାଗ ଶୁଟିଂରେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ସେ ଏଠାରେ ଶୁଟିଂ ଆରମ୍ଭ...

‘ବେଲ୍ ବଟମ’ର ଟିଜର ରିଲିଜ୍‌

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ‘ବେଲ ବଟମ’ର ଟିଜରକୁ ନେଇ ଚର୍ଚ୍ଚା ଚାଲିଛି । ନିକଟରେ ପୁରା ଟିମ୍...

କରୋନା ଲଢେଇ ଜିତିବା ପରେ ଏମିତି କହିଲେ ଅମିତାଭ ବଚ୍ଚନ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ କରୋନା ଲଢେଇ ଜିତିଛନ୍ତି। କରୋନା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଡାକ୍ତରଖଶନାରୁ...

୧୦ ବର୍ଷ ପରେ ପୁଣିଥରେ ଫିଲ୍ମକୁ ଫେରୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

୧୦ ବର୍ଷ ପରେ ବଡ଼ ପରଦାକୁ ପୁଣିଥରେ ଫେରୁଛନ୍ତି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଭାଗ୍ୟଶ୍ରୀ। କଙ୍ଗନା ରଣାଓ୍ବତ୍‌ଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଥଲାଇଭି’ ଜରିଆରେ ଭାଗ୍ୟଶ୍ରୀ...

ବିବାହ ବନ୍ଧନରେ ବାନ୍ଧି ହେଲେ ବାହୁବଲୀ ଫେମ୍‌ ରାଣା ଦଗ୍ଗୁବତୀ

ବମ୍ବେ: ଦକ୍ଷିଣ ଭାରତୀୟ ସିନେ କଳାକାର ରାଣା ଦଗ୍ଗୁବତୀ ହାତକୁ ଦୁଇ ହାତ ହୋଇଛନ୍ତି। ପ୍ରେମିକା ମିହିକା ବଜାଜଙ୍କୁ ସେ ବିବାହ କରିଛନ୍ତି। ଉଭୟଙ୍କ ବିବାହ...

ଚର୍ଚ୍ଚାରେ ମଜ୍‌ନୁ

ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ଏବଂ ଜାଗୀ ମଙ୍ଗତ ପଣ୍ଡାଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେଉଛି ନୂଆ ଓଡ଼ିଆ ସିନେମା ‘ମିଷ୍ଟର ମଜ୍‌ନୁ’। କମେଡି ଫ୍ଲେଭର ଥିବା...

Coronavirus Update

Archives

Model This Week

Why Dharitri