Posted inଖେଳ

ଲାମ୍ପାର୍ଡ ଚେଲ୍‌ସିର ମୁଖ୍ୟ କୋଚ୍‌

ଲାମ୍ପାର୍ଡ, ୫ା୭ (ଏଏଫ୍‌ପି)-ଫ୍ରାଙ୍କ୍‌ ଲାମ୍ପାର୍ଡ ଗୁରୁବାର ଚେଲ୍‌ସି ଫୁଟ୍‌ବଲ କ୍ଲବର ମୁଖ୍ୟକୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। କ୍ଲବ ସହିତ ସେ ୩ ବର୍ଷିଆ ଚୁକ୍ତି କରିଛନ୍ତି। ଲାମ୍ପାର୍ଡ ଚେଲ୍‌ସିର ଅନ୍ୟତମ ମହାନ ଖେଳାଳି ବୋଲି ବିବେଚନା କରାଯାଉଛି। କ୍ଲବ ସହିତ ସେ ଜଣେ ଖେଳାଳି ହିସାବରେ ୧୩ବର୍ଷ ଅତିବାହିତ କରିସାରିଛନ୍ତି। ୨୧୧ ଗୋଲ ସହ ସେ ଟିମ୍‌ର ସର୍ବକାଳୀନ ଅଗ୍ରଣୀ ସ୍କୋରର ହୋଇପାରିଛନ୍ତି। ଇଂଲଣ୍ଡର ଏହି ପୂର୍ବତନ ମିଡ୍‌ଫିଲ୍ଡ ଖେଳାଳି ମୌରିଜିଓ ସାରିଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି। ସାରିଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ଗୋଟିଏ ସିଜନ ପାଇଁ ନିଯୁକ୍ତି ଦେଇଥିଲ। ଲାମ୍ପାର୍ଡ ଏହା ପୂର୍ବରୁ ଡର୍ବି କାଉଣ୍ଟିର ମ୍ୟାନେଜର ଥିଲେ। ତାଙ୍କ ତତ୍ତ୍ୱାବଧାନରେ ଏହି ଦଳ ଗତ ମେ ମାସରେ ଚାମ୍ପିୟନଶିପ୍‌ ପ୍ଲେ-ଅଫ୍‌ ଫାଇନାଲରେ ପ୍ରବେଶ କରିଥିଲା। ମାତ୍ର ଦଳ ଆଷ୍ଟନ ଭିଲାଠାରୁ ହାରିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେତାବନୀ ଦେଲା ଅଫଗାନିସ୍ତାନ

ଶାରଜା,୨୬।୧୦: ଟି-୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଏବଂ ସ୍କଟଲ୍ୟାଣ୍ଡ ଭଳି ଦେଶକୁ ଅନେକ ଲୋକ ଭାବନ୍ତି ଯେ ଏହି ଦୁଇଜଣ ଛୋଟ ଏବଂ ଦୁର୍ବଳ ଦଳ। କିନ୍ତୁ...

ଅଲିମ୍ପିକ୍‌ ଜ୍ୟୋତିକୁ ଜାପାନରେ ନୀରବ ସ୍ବାଗତ

ହିଗାଶିମାତ୍ସୁଶିମା, ୨୦।୩ (ଏଏଫ୍‌ପି)-କରୋନା ଭାଇରସ ସାରା ବିଶ୍ୱକ୍ରୀଡ଼ାକୁ ପ୍ରଭାବିତ କରିଥିବା ବେଳେ ଏବେ ଟୋକିଓରେ ଅଲିମ୍ପିକ୍ସ ଆୟୋଜନ ନେଇ ଆଶଙ୍କ ବୃଦ୍ଧିପାଇଛି। ତେବେ ଇତିମଧ୍ୟରେ ଶୁକ୍ରବାର...

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁ ବିପକ୍ଷରେ କେରଳର ପ୍ରଥମ ବିଜୟ

କୋଚି, ୧୬।୨ (ପି.ଟି.)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଖେଳାଯାଇଥିବା ଏକ ମୁକାବିଲାରେ କେରଳ ବ୍ଲାଷ୍ଟର୍ସ ୨-୧ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି।...

ବାପୁ ନାଦକର୍ଣ୍ଣୀଙ୍କ ବିରଳ କ୍ରିକେଟ୍‌ ରେକର୍ଡ…

ଚେନ୍ନାଇ,୧୨।୧: ଟେଷ୍ଟ୍‌ କ୍ରିକେଟରେ ଜଣେ କଞ୍ଜୁସ୍‌ ବୋଲର ଭାବେ ଭାରତୀୟ କ୍ରିକେଟର ବାପୁ ନାଦକର୍ଣ୍ଣୀଙ୍କ ନାମରେ ରେକର୍ଡ ରହିଛି। ୫୭ ବର୍ଷ ତଳେ ନାଦକର୍ଣ୍ଣୀ ଏକ...

ଡବ୍ଲ୍ୟୁବିବିଏଲରେ ନ ଖେଳି ପାରନ୍ତି ହରମନପ୍ରୀତ, ମନ୍ଧାନା, ରୋଡ୍ରିଗୁଏଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ବ୍ୟାଟ୍ସଓମ୍ୟାନ ହରମନପ୍ରୀତ କୌର, ସ୍ମ୍ରିତି ମନ୍ଧାନା ଓ ଜେମିମା ରୋଡ୍ରିଗୁଏଜ ଆସନ୍ତା ୧୮ରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମହିଳା...

କ୍ରିକେଟରଙ୍କ ଭାଲେଣ୍ଟାଇନ୍‌ ଡେ’: କାହାର ଫେସବୁକ୍‌ରେ ପ୍ରେମ, ତ ଆଉ କିଏ ପ୍ରେମ ପାଇଁ ଛାଡିଥିଲେ ଘର

ଆଜି ଭାଲେଣ୍ଟାଇନ୍‌ ଡେ’ ଅର୍ଥାତ ପ୍ରେମ ଦିବସ। ଏହି ଦିନଟି ପ୍ରେମିକା-ପ୍ରେମିକଙ୍କ ପାଇଁ ସ୍ବତନ୍ତ୍ର ଦିନ। ପ୍ରେମ ଦିବସରେ ଆମେ ଏମିତି କିଛି କ୍ରିକେଟରଙ୍କ ବିଷୟରେ...

ଟୋକିଓ ଅଲିମ୍ପିକ୍ସରୁ ଓହରିଲା କାନାଡା

ଟୋକିଓ,୨୩।୩- ବିଶ୍ୱକୁ ଗ୍ରାସ କରୁଥିବା କରୋନା ଭାଇରସ ଟୋକିଓ ଅଲିମ୍ପିକ୍ସକୁ ସାଙ୍ଘାତିକ ଭାବେ ପ୍ରଭାବିତ କରୁଛି। ବିଶ୍ୱର ସବୁଠୁ ବଡ଼ କ୍ରୀଡ଼ା ମହାକୁମ୍ଭରୁ ଦଳ ଓହରିବା...

୨୧ ବର୍ଷରୁ କମ୍‌ ମହିଳା ହକି: ଭାରତକୁ ଚତୁଃରାଷ୍ଟ୍ରୀୟ ଟାଇଟଲ

ଡବ୍‌ଲିନ୍‌ (ଆୟର୍ଲାଣ୍ଡ), ୫ା୬ (ପି.ଟି.)- ଭାରତୀୟ ଜୁନିୟର ମହିଳା ହକି ଦଳ କ୍ୟାଣ୍ଟର ଫିଜରଲାଡ୍‌ ୨୧ ବର୍ଷରୁ କମ୍‌ ଚତୁଃରାଷ୍ଟ୍ରୀୟ ମହିଳା ହକି ଟାଇଟଲ ହାସଲ...

Advertisement
Archives

Model This Week