ଲାଞ୍ଚ: ଲ୍ୟାମ୍ପ୍‌ସ ପରିଚାଳନା ନିର୍ଦ୍ଦେଶକ ଗିରଫ

କଟକ ଅଫିସ, ୪ା୧: ଦେଢହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ନବରଙ୍ଗପୁରଠାରେ ଥିବା ଲାର୍ଜ ଏରିଆ ମଲ୍‌ଟି ପର୍ପୋଜ୍‌ କୋଅପରେଟିଭ ସୋସାଇଟି (ଲାମ୍ପ୍‌ସ)ର ପରିଚାଳନା ନିର୍ଦ୍ଦେଶକ ବାନାମ୍ବର ପଟ୍ଟନାୟକ। ଶୁକ୍ରବାର ୯୯.୩୨ କୁଇଣ୍ଟାଲ ଧାନ ମଣ୍ଡିରେ କ୍ରୟ କରିବା ପାଇଁ ମୋତିରାମ ଭାତ୍ରା ନାମକ ଜଣେ ବ୍ୟକ୍ତିଙ୍କଠାରୁ ପଟ୍ଟନାୟକ ଦେଢହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଶୁକ୍ରବାର ମଣ୍ଡି ନିକଟରେ ପରିଚାଳନା ନିର୍ଦ୍ଦେଶକ ପଟ୍ଟନାୟକ ମୋତିରାମଙ୍କଠାରୁ ପୂର୍ବ ଦାବି ମୁତାବକ ଲାଞ୍ଚ ଗ୍ରହଣ କରିଥିଲେ। ଏହି ସମୟରେ ସେଠାରେ ଛପି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ଏହାପରେ ପଟ୍ଟନାୟକଙ୍କ ରାୟଗଡ଼ା ଜିଲା ଗୁଣୁପୁରଠାରେ ଥିବା ଭଡ଼ାଘରକୁ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଇଛି। ଏ ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ଥାନାରେ ଏକ ମାମଲା(ନଂ.୧/୨୦୨୦) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶମୂଳକ କାର୍ଯ୍ୟକୁ ରୋକିଲା କରୋନା

ଭୁବନେଶ୍ୱର,୯ା୯(ବ୍ୟୁରୋ): କରୋନା କେବଳ ଯେ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରି ନାହିଁ, ସମସ୍ତ ପ୍ରକାର ବିକାଶମୂଳକ କାର୍ଯ୍ୟ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରିଛି। ଆସନ୍ତା...

ମାଈ ହାତୀର ମୃତଦେହ ଠାବ

ବଇଣ୍ଡା/ ମାଧପୁର, ୨୯ା୧୦ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ବାମୁର ରେଞ୍ଜ ଶାନ୍ତିପୁର ଜଙ୍ଗଲରୁ ଶୁକ୍ରବାର ଏକ ମାଈ ହାତୀର ମୃତଦେହ ବନ ବିଭାଗ...

୨୪ ଘଣ୍ଟାରେ ମୌସୁମୀ: କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୦।୬(ବ୍ୟୁରୋ)-ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ଏଥିପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ...

ଭବାନୀପାଟଣା ବଜାରରେ ବେକାବୁ ହେଉଛି ପନିପରିବା ଦର

ଭବାନୀପାଟଣା,୨୦।୯(ଡି.ଏନ୍‌.ଏ.): ବର୍ଷା ଓ ବନ୍ୟା ପରିବା ବଜାରରେ ନିଆଁ ଲଗାଇଲା ଭଳି ସ୍ଥିତି ସୃଷ୍ଟି କଲାଣି। ରାଜ୍ୟ ବାହାରୁ ଆମଦାନୀ ହେଉଥିବା ପନିପରିବା ଦର ଆକାଶଛୁଆଁ...

ଆଜିଠାରୁ ବିଧାନସଭା

ଭୁବନେଶ୍ୱର,୨୯।୯(ବ୍ୟୁରୋ): ଷୋଡ଼ଶ ବିଧାନସଭା ମୌସୁମୀ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଅଧିବେଶନ ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ଯାଏ ଚାଲିବ। ଅକ୍ଟୋବର...

ଅଗଷ୍ଟ ୧୫ରେ କାରାଗାରରୁ ମୁକୁଳିବେ ୬ କଏଦୀ

ବ୍ରହ୍ମପୁର ଅଫିସ,୧୩ା୮: ରାଜ୍ୟ ଆଇନ ବିଭାଗ ଚିଠି ନମ୍ବର ୮୯୫୧ କ୍ରମେ ବ୍ରହ୍ମପୁର ମଣ୍ଡଳକାରାଗାରରେ ସଜା କାଟୁଥିବା ୬ କଏଦୀଙ୍କୁ ଅଗଷ୍ଟ ୧୫ରେ ଜେଲରୁ ଛଡ଼ାଯିବ।...

ଭୂଲିଗଲେ ସାମାଜିକ ଦୂରତା

ଖଇରା,୨୭।୪(ଡି.ଏନ.ଏ.)- ୩ଦିନର ଶଟଡାଉନ ପରେ ପ୍ରଶାସନର ନିର୍ଦ୍ଦେଶକ୍ରମେ ରବିବାର ୧୦ଟା ପରଠାରୁ ଏଥିରେ ସାମାନ୍ୟ କୋହଳ କରାଯାଇ କିଛି ନିର୍ଦ୍ଦିଷ୍ଟ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି।...

ସରକାରୀ କଲେଜ ଅଧ୍ୟାପକ ନିଯୁକ୍ତି:କୋହଳ ହେଲା ଆବେଦନ ବୟସ ସୀମା

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ସରକାରୀ କଲେଜ ଅଧ୍ୟାପକ ପଦବୀ ପୂରଣ ପାଇଁ ବୟସସୀମା ବୃଦ୍ଧି କରାଯାଇଛି। ଏଣିକି ୩୩ ବର୍ଷ ପରିବର୍ତ୍ତେ ୪୮ ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଚାକିରି ପାଇଁ...

Advertisement
Archives

Model This Week