ଲାଞ୍ଚ ନେବାବେଳେ ଧରାପଡ଼ିଲେ ଅଗ୍ନିଶମ ଅଧିକାରୀ

ଭଦ୍ରକ ଅଫିସ, ୧୪।୬ – ଗୁରୁବାର ସନ୍ଧ୍ୟାରେ ଭଦ୍ରକ ଅଗ୍ନିଶମ ଅଧିକାରୀ ସଂଗ୍ରାମ କୁମାର ହଁାସଦା ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ତାଙ୍କ ସହ ଫାୟାରମ୍ୟାନ ବିଭୁପ୍ରସାଦ ଜେନାଙ୍କୁ ମଧ୍ୟ ଭିଜିଲାନ୍ସ ଟିମ୍‌ ଗିରଫ କରିଛି। ସୂଚନା ଅନୁଯାୟୀ, ଗତ ୪ ତାରିଖରେ ଗ୍ରାମାଞ୍ଚଳ ଥାନା ସମ୍ମୁଖ ଆର୍‌ଏମ୍‌ସି ମାର୍କେଟ୍‌ କମ୍ପ୍ଲେକ୍ସ ପରିସରରେ ଏକ ଚୂନ ଓ ବ୍ଲିଚିଂ ଗୋଦାମରେ ନିଅଁା ଲାଗି ୩ଟି ଗୋଦାମ ବିସ୍ଫୋରଣ ହୋଇ ପ୍ରାୟ ଶତାଧିକ ଟନର ବ୍ଲିଚିଂ ନଷ୍ଟ ହୋଇଯାଇଥିଲା। ସେହି ସମୟରେ ଭଦ୍ରକ ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ ଚତୁରତାର ସହ ନିଅଁାକୁ ଆୟତ୍ତ କରିଥିଲେ। ନଷ୍ଟ ହୋଇଥିବା ବ୍ଲିଚିଂ ଓ ଅନ୍ୟାନ୍ୟ ସାମଗ୍ରୀର କ୍ଷୟକ୍ଷତି ଆକଳନ ଦାୟିତ୍ୱ ନେଇଥିଲେ ଭଦ୍ରକ ଅଗ୍ନିଶମ ଅଧିକାରୀ ହଁାସଦା। ଉକ୍ତ ରିପୋର୍ଟ ପ୍ରଦାନ ନିମନ୍ତେ ଗୁରୁବାର ସନ୍ଧ୍ୟାରେ ଭଦ୍ରକ ଦମକଳ କେନ୍ଦ୍ର ପରିସର ନିଜ କାର୍ଯ୍ୟାଳୟରେ ସେ ଗୋଦାମ ମାଲିକଙ୍କ ଆକାଉଣ୍ଟାଣ୍ଟ ଶେଖ୍‌ ଅବଦୁଲ ମୋଜିଦ୍‌ଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଜଗି ରହିଥିବା ଭଦ୍ରକ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଥିଲେ। ହେଲେ ଭିଜିଲାନ୍ସ ଟିମ୍‌ଙ୍କୁ ଲାଞ୍ଚ ଟଙ୍କା ଜବତ କରିବାକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ହଁାସଦାଙ୍କଠାରୁ ଉକ୍ତ ଟଙ୍କା ଫାୟାରମ୍ୟାନ ବିଭୁପ୍ରସାଦ ନେଇ ଏକ ଆଲମାରୀ ଭିତରେ ରଖି ଦେଇଥିଲେ। ଭିଜିଲାନ୍ସ ଟିମ୍‌ ଛାନ୍‌ଭିନ କରିବା ପରେ ଟଙ୍କା ପାଇଥିଲେ। ଭଦ୍ରକ ଭିଜିଲାନ୍ସ ଡିଏସ୍‌ପି ସଞ୍ଜୟ କୁମାର ଦାସ ମହାପାତ୍ରଙ୍କ ସମେତ ବାଲେଶ୍ୱର ଡିଏସ୍‌ପି ଡିସି ମୁର୍ମୁ, ଇନ୍ସପେକ୍ଟର ଅନିରୁଦ୍ଧ ନାୟକ, ସୁନୀଲ ଏକ୍କା ପ୍ରମୁଖ ଚଢ଼ାଉରେ ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତା ଓଡ଼ିଆ ଯୁବକ ପଶ୍ଚିମବଙ୍ଗରୁ ଉଦ୍ଧାର: ୮ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ

ସୋର, ୩ା୩: ବାଲେଶ୍ୱର ଜିଲା ସୋର ଥାନା ଅଧୀନ ସାଜନପୁର ଅଞ୍ଚଳର ଜଣେ ଯୁବକଙ୍କୁ କେହି ଦୁର୍ବୃତ୍ତ ବନ୍ଧୁକ ମୂନରେ ପଣବନ୍ଦୀ କରି ୮ ଲକ୍ଷ...

ଚିକିତ୍ସିତ ଅବସ୍ଥାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବାଲେଶ୍ୱର ଅଫିସ/ସଜନାଗଡ଼ ୨୩।୬(ଡି.ଏନ୍‌.ଏ.): ବାଲେଶ୍ବର ଜେଲରେ ଥିବା ଜଣେ କଏଦୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ମୃତ୍ୟୁ ଘଟିଛି। ସେ ହେଲେ ରାଜୁ ସିଂ(୩୦)। ତାଙ୍କ ଘର...

ପୃଥ୍ବୀ-୨ର ଦୁଇଥର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୧।୧୧- ବାଲେଶ୍ୱର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଆଣବିକ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ରଖୁଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ରର ବୁଧବାର ରାତ୍ରିକାଳୀନ...

ବଧୂହତ୍ୟା ଅଭିଯୋଗ

ପଦ୍ମପୁର,୨୪।୫ (ଡି.ଏନ.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ରାଜଘରପୋଖରୀ ପଞ୍ଚାୟତ ସାନକୋରବାଟିଆ ଗ୍ରାମର ଉଷାରାଣୀ ଜେନା ନାମ୍ନୀ ଜଣେ ମହିଳାଙ୍କୁ ଶାଶୁଘର ଲୋକେ...

ନାଁକୁ ବାହ୍ୟ ମଳମୁକ୍ତ ଗ୍ରାମ: ୨୫ ପରିବାରରେ ନାହିଁ ପାଇଖାନା

ଖଇରା,୩୦।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ନନ୍ଦୁର ଗ୍ରାମ ପଞ୍ଚାୟତ ଅଧୀନ ମଠନୂଆଗାଁ ଗ୍ରାମକୁ ବାହ୍ୟ ମଳମୁକ୍ତ ଗ୍ରାମ ଭାବେ ସରକାର ଘୋଷଣା କରିଛନ୍ତି। ଏଥିସହ ଜିଲା...

୬୮ ଗ୍ରାମ୍‌ ବ୍ରାଉନ୍‌ ସୁଗାର, ୩ଲକ୍ଷ ୨୨ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଜବତ: ମିର୍‌ ସୁଦ୍ଧିକ ଗିରଫ

ବାଲେଶ୍ବର ଅଫିସ, ୧୮।୧୧: ବାଲେଶ୍ୱର ଜିଲା ଜଳେଶ୍ୱର ପୋଲିସ ବୁଧବାର ଗେଟ୍‌ ବାଡ଼ ଅଞ୍ଚଳର ମିର୍‌ ସୁଦ୍ଧିକ୍‌ଙ୍କୁ ଗିରଫ କରିଛି। ବ୍ରାଉନ୍‌ ସୁଗାର କାରବାରରେ ଲିପ୍ତ...

୮୧ଜଣଙ୍କ ସ୍ବାବ ସଂଗ୍ରହ

ଖଇରା,୨୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ବିଭିନ୍ନ ପଞ୍ଚାୟତର କ୍ୱାରାଣ୍ଟାଇନ କେନ୍ଦ୍ରରେ ରହୁଥିବା ମୋଟ ୮୧ ଜଣଙ୍କ ନିକଟରୁ ସ୍ବାବ ସଂଗ୍ରହ କରାଯାଇଛି। ପୂର୍ବରୁ ୨୧ଜଣଙ୍କର...

ମାର୍କେଟ କମ୍ପ୍ଲେକ୍ସ ଉଦ୍‌ଘାଟନକୁ ୩ବର୍ଷ ବିତିଲାଣି: ଥଇଥାନ ହୋଇ ପାରୁନାହାନ୍ତି ୪୦ ବ୍ୟବସାୟୀ

ତିହିଡ଼ି, ୨୩।୫(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ପଞ୍ଚାୟତରେ ମାର୍କେଟ କମ୍ପ୍ଲେକ୍ସ ଉଦ୍‌ଘାଟନକୁ ୩ବର୍ଷ ବିତିଲାଣି। ଏଯାଏ ଏହାକୁ ବ୍ୟବହାର ଉପଯୋଗୀ କରାଯାଇ ନାହିଁ।...

Advertisement
Archives

Model This Week