ଲାଞ୍ଚ ନେଇ ଆର୍‌ଡି କିରାଣି ଗିରଫ

ଫୁଲବାଣୀ ଅଫିସ, ୧୩ା୨-କାମ କରୁନି ସରକାରଙ୍କ ୫-ଟି ଫର୍ମୁଲା । ସାଧାରଣ ଲୋକଙ୍କୁ ସରକାରୀ କର୍ମଚାରୀମାନେ ହଇରାଣ କରିବା କଥା ଛାଡ, ଖୋଦ ନିଜ ବିଭାଗର କର୍ମଚାରୀଙ୍କୁ ବି ଛାଡୁ ନାହାନ୍ତି। ଅବସରକାଳୀନ ସହାୟତା ଏବଂ ପେନସନ୍‌ କରିଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗ୍ରାମ ନିର୍ମାଣ ବିଭାଜନ(ଆର୍‌ଡି)ର ଜଣେ କନିଷ୍ଠ କିରାଣି ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେ ହେଲେ ଅମୂଲ୍ୟ କୁମାର ସାହୁ। ଭିଜିଲାନ୍ସ କର୍ମଚାରୀ ଅମୂଲ୍ୟଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛନ୍ତି। ଏଥିସହ ଫୁଲବାଣୀ ସହର କେନ୍ଦୁପଦରସ୍ଥିତ ତାଙ୍କ ଘର ଉପରେ ମଧ୍ୟ ଚଢ଼ାଉ କରାଯାଇଛି ।
ରାଇକିଆର ଶଙ୍କର୍ଷଣ ଶତପଥୀ ଆର୍‌ଡି ବିଭାଗରେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି। ପେନ୍‌ସନ ଏବଂ ଅନ୍ୟାନ୍ୟ ଅବସରକାଳୀନ ସହାୟତା ପାଇଁ କାର୍ଯ୍ୟାଳୟରେ ସେ ଆବେଦନ କରି ଆସୁଥିଲେ । ଫାଇଲ କାର୍ଯ୍ୟ ସାରିବା ଲାଗି ଶଙ୍କର୍ଷଣଙ୍କୁ କନିଷ୍ଠ ଯନ୍ତ୍ରୀ ଅମୂଲ୍ୟ ୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ଶଙ୍କର୍ଷଣ ଭିଜିଲାନ୍ସ କାର୍ଯ୍ୟାଳୟରେ ଜଣାଇଥିଲେ। ଯୋଜନା ମୁତାବକ ଗୁରୁବାର ସେ ଆର୍‌ଡି କାର୍ଯ୍ୟାଳୟକୁ ଯାଇ କିରାଣି ଅମୂଲ୍ୟଙ୍କୁ ୫ହଜାର ଟଙ୍କା ଦେଇଥିଲେ । ତେବେ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ କର୍ମଚାରୀ ଅମୂଲ୍ୟଙ୍କ ପାଖରୁ ଉକ୍ତ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ । ଏ ନେଇ ଭିଜିଲାନ୍ସ ପକ୍ଷରୁ ନଂ.୪/୨୦ରେ ମାମଲା ରୁଜୁ ହୋଇଛି । ଭିଜିଲାନ୍ସ ଡିଏସ୍‌ପି ରବିକାନ୍‌ ସୁନା, ଇନ୍ସିପେକ୍ଟର ପୁଲସ୍ତି ଛତ୍ରିଆଙ୍କ ସମେତ ଅନ୍ୟ କର୍ମଚାରୀମାନେ ଚଢ଼ାଉରେ ସାମିଲ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦର ଅଧିକରୁ ମଟନ ବ୍ୟବସାୟ ମାନ୍ଦା

ବ୍ରହ୍ମପୁର,୨୯।୧୧(ତନୁଶ୍ରୀ ନାହାକ): ଧର୍ମ ମାସ କାର୍ତ୍ତିକ ସରିଛି। ମାସେ ହେଲା ରେଶମ ସହରର ଆମିଷ ବଜାର ମାନ୍ଦା ଥିବାବେଳେ ମଙ୍ଗଳବାର ଛାଡ଼ଖାଇ ପାଇଁ ଚଳଚଞ୍ଚଳ ହୋଇ...

ହାତୀ ଉପଦ୍ରବ: ବ୍ୟାପକ ଫସଲ

ଭଞ୍ଜନଗର,୨୭ା୧୧(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡରେ ହାତୀ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଛି। ସନ୍ଧ୍ୟା ପୂର୍ବରୁ ହାତୀପଲ...

କରୋନା ପରେ ନିମୋନିଆକୁ ନେଇ ବଢିଲା ଚିନ୍ତା

ବ୍ରହ୍ମପୁର,୨୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): କରୋନା ପରେ ଏବେ ଚୀନରେ ପିଲାମାନେ ନିମୋନିଆ ଆକ୍ରାନ୍ତ ହେଉଥିବାରୁ ଚାରିଆଡେ ଚିନ୍ତା ବଢିଛି। ଭାରତ ସରକାର ରାଜ୍ୟଗୁଡିକୁ ସତର୍କତା ଅବଲମ୍ବନ...

ବିଜେଡିରେ ଯୋଗଦେବା ପରେ ମା’ ତାରାତାରିଣୀଙ୍କ ଆଶିଷ ନେଲେ ଭି.କେ ପାଣ୍ଡିଆନ

ପୁରୁଷୋତ୍ତମପୁର,୨୭।୧୧(ସିମାଞ୍ଚଳ ମିଶ୍ର): ଅବସରପ୍ରାପ୍ତ ଆଇଏଏସ ତଥା ୫ଟି-ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ସୋମବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଜଦରେ ସାମିଲ ହୋଇଛନ୍ତି। ବିଜେଡିରେ...

ଆବର୍ଜନା ଦୁର୍ଗନ୍ଧରେ ଅତିଷ୍ଠ ସହରବାସୀ

ବ୍ରହ୍ମପୁର,୨୭ା୧୧(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ଚଳିତବର୍ଷ ନିଗମ ସ୍ବଚ୍ଛ ସର୍ବେକ୍ଷଣ ଦାୈଡରେ ସର୍ବାଧିକ ଜନମତ ସଂଗ୍ରହ କରିଛି। ସହରର ପରିମଳ ଦାୟିତ୍ୱ ବିଇଏମସିର ସାନିଟେସନ...

ପାଠ ଛାଡ଼ି ଗାଈ ଚରାଉଛନ୍ତି ରାହୁଳ

ମୋହନା,୨୭ା୧୧(ମନ୍ମଥ ମିଶ୍ର): ଯେଉଁ ବୟସରେ ହାତରେ କଲମ ଧରି ପାଠ ପଢ଼ିବା କଥା, ସେହି ବୟସରେ ହାତରେ ଏବେ ବାଡ଼ି ଧରି ଗାଈ ଚରାଉଛନ୍ତି। ମା’ଙ୍କୁ...

ଭଉଣୀଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଇ କରିଛନ୍ତି ହତ୍ୟା

ହିଞ୍ଜିଳିକାଟୁ,୨୬।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ଜଣେ ମହିଳାଙ୍କ ବିଷକ୍ରିୟାରୁ ମୃତ୍ୟୁ ଘଟିଛି। ମୃତା ମହିଳା ଜଣକ ହେଲେ ପବିତ୍ର ସାହୁଙ୍କ...

ଲଜ୍‌ ଭିତରୁ ମହିଳାଙ୍କୁ ଗଳିତ ମୃତଦେହ ଜବତ, ସ୍ବାମୀ ଫେରାର

ବ୍ରହ୍ମପୁର,୨୬ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଗୋଇଲୁଣ୍ଡି- କୋର୍ଟପେଟା ରାସ୍ତାରେ ଥିବା ଏକ ଲଜ୍‌ ଭିତରୁ ଜଣେ ମହିଳାଙ୍କ ମୃତଦେହ ଜବତ ହୋଇଛି। ମୃତକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri