ଲାଗିଲା ମମତା ବିରୋଧୀ ପୋଷ୍ଟର

ପୁରୀ ଅଫିସ,୨୭ା୨: ନାଗରିକତ୍ୱ ସଂଶୋଧିତ ଆଇନ (ସିଏଏ)କୁ ନେଇ ସାରା ଦେଶରେ ଏବେ ବିରୋଧ ଚାଲିଛି। ବିଶେଷ କରି ଦିଲ୍ଲୀରେ ସିଏଏ ବିରୋଧୀ ହିଂସା ଉଗ୍ରରୂପ ନେଇଥିବାବେଳେ ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଛକାପଞ୍ଛା ଚାଲିଛି। ତେବେ ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶ୍ରୀକ୍ଷେତ୍ର ଗସ୍ତକୁ କେତେକ ହିନ୍ଦୁତ୍ୱବାଦୀ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ସିଏଏ ଓ ହିନ୍ଦୁତ୍ୱ ବିରୋଧୀ ମମତା ଗୋ ବ୍ୟାକ୍‌ ବୋଲି କିଛି ସ୍ଥାନରେ ପୋଷ୍ଟର ଲାଗିଛି। ଏହି ପୋଷ୍ଟରରେ ମମତାଙ୍କୁ ହିନ୍ଦୁତ୍ୱ ବିରୋଧୀ ବୋଲି ଚିତ୍ରିତ କରାଯାଇଛି। କିଛି ସ୍ଥାନରେ ଲାଗିଥିବା ଏହି ପୋଷ୍ଟରରେ ରାଷ୍ଟ୍ରବାଦୀ ହିନ୍ଦୁତ୍ୱ ସଙ୍ଗଠନ ଏବଂ ଆଉ କେତେକ ପୋଷ୍ଟରରେ ଜୟ ଶ୍ରୀରାମ ବୋଲି ଲେଖାଯାଇଛି। ଅନ୍ୟପଟେ ମମତାଙ୍କ ଶ୍ରୀମନ୍ଦିର ଗସ୍ତବେଳେ କୌଣସି ଅଘଟଣର ଆଶଙ୍କା କରି ପୁରୀ ପୋଲିସ ବଜରଙ୍ଗ ଦଳର କେତେଜଣ କର୍ମକର୍ତ୍ତାଙ୍କୁ ଘରୁ ଉଠାଇ ନେଇ ବଳିଆପଣ୍ଡା ଥାନାରେ ଅଟକ ରଖିଥିଲା। ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ୨୦୧୯ରେ ମମତାଙ୍କ ଶ୍ରୀମନ୍ଦିର ଦର୍ଶନ ବେଳେ ବଜରଙ୍ଗ ଦଳର କେତେଜଣ କର୍ମକର୍ତ୍ତା ମମତାଙ୍କୁ କଳାପତାକା ଦେଖାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଛାତ୍ରୀଙ୍କ ବ୍ୟାଗ ଲୁଟ ଘଟଣା, ୩ ଗିରଫ

ହିଞ୍ଜିଳିକାଟୁ, ୨୩ା୯(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶିକିରିଠାରେ ଗତ ଅଗଷ୍ଟ ୨୫ରେ ଜଣେ କଲେଜ ଛାତ୍ରୀ ସାଇକେଲରେ ଯାଉଥିବା ବେଳେ ବାଇକରେ ୩ଜଣ ଯୁବକ...

ଅଷ୍ଟମ ଶ୍ରେଣୀ ସାହିତ୍ୟ ବହିରେ ଭୁଲ ତଥ୍ୟ

ସମ୍ବଲପୁର,୨ା୩(ବ୍ୟୁରୋ): ସମ୍ବଲପୁରୀ ନାଟକ ଓ ସିନେମା ଭୁଖାକୁ କୋଶଲି ଲେଖାଯାଇଥିବାରୁ ହୀରାଖଣ୍ଡ ସାମ୍ମୁଖ୍ୟ ପକ୍ଷରୁ ବୁଧବାର ଦୃଢ଼ ବିରୋଧ କରାଯାଇଛି। ଲୋକପ୍ରିୟ ସମ୍ବଲପୁରୀ ନାଟକ ଓ...

ବଜ୍ରପାତରେ ଚାଲିଗଲା ନାବାଳିକାଙ୍କ ଜୀବନ

କୋକସରା,୯।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡ଼ା ଗ୍ରାମରେ ବଜ୍ରପାତ ଘଟି ତରୁଣ ବାଗଙ୍କ ନାବାଳିକା ଝିଅ ମଧୁସ୍ମିତା(୧୩)ଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ,...

କରୋନା ସନ୍ଦେହରେ ସହଯୋଗ କଲେନି ଗ୍ରାମବାସୀ: ପିପିଇ କିଟ୍‌ ପିନ୍ଧି ସ୍ବାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ

ମାଲକାନଗିରି, ୨୦ା୮ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ମାନ୍ଦାପାଲି ଗ୍ରାମରେ ଗୁରୁବାର ଏକ ହୃଦୟ ବିଦାରକ ଘଟଣା ଘଟିଛି। କୋରାପୁଟ ଜିଲା ଲମତାପୁଟ ବ୍ଲକ...

ନିର୍ମାଣ ସ୍ଥଳ ଦେଖିଲେ ବିଧାୟକ

କଣିହାଁ,୧୭ା୨(ଡି.ଏନ.ଏ.) ଅନୁଗୋଳ ଜିଲା କଣିହାଁ ବ୍ଲକ କରଡେଇ-ବୁରୁବାହାଳ ଗ୍ରାମ ଏରିଆରେ ଟିକିରା ନଦୀରେ ପୋଲ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିବା ନେଇ ଅଭିଯୋଗ ହୋଇଛି। ଧାର୍ଯ୍ୟ ସମୟ...

ମାନସିକ ଚାପରୁ ମୁକୁଳି ବାତ୍ୟା ଅନୁଭୂତି ବଖାଣିଲେ ପିଲା

ପୁରୀ ଅଫିସ,୨୬ା୧୦: ବାତ୍ୟା ଫନୀରେ ପୁରୀ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଲକ୍ଷାଧିକ ଗଛ, ଘର, ବିଦ୍ୟୁତ୍‌ଖୁଣ୍ଟ ଭାଙ୍ଗି ପଡ଼ିିଥିଲା। ବାତ୍ୟା ପରେ ବିଦ୍ୟୁତ୍‌ ଯୋଗାଯୋଗ...

୨୮ରୁ ମେ’ ୨ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ପଶ୍ଚିମ ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଗତ କିଛିଦିନ ଧରି କାଳବୈଶାଖୀ ବର୍ଷା ଜାରି ରହିଛି। କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ...

୭ ଚନ୍ଦନ ଗଛ କାଟିନେଲେ

ଲାଞ୍ଜିଗଡ଼,୧ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ପଞ୍ଚାୟତ କେନ୍ଦୁଗୁଡ଼ା ଗଁାରେ କେତେକ ଦୁବୃର୍ତ୍ତ ମୁରଲୀଧର ସାହୁଙ୍କ ୭ଟି ଚନ୍ଦନ ଗଛ କାଟି ଚୋରି କରି...

Advertisement
Archives

Model This Week