Posted inଖେଳ

ଲର୍ଡ୍ସ ଟେଷ୍ଟ: ଇଂଲଣ୍ଡ ୮୫ରେ ଅଲ୍‌ଆଉଟ: ଆୟର୍ଲାଣ୍ଡ ଅଗ୍ରଣୀ

ଲଣ୍ଡନ,୨୫।୭(ଏଏଫ୍‌ପି)- ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟସ୍‌ ଜିତି ଇଂଲଣ୍ଡ ପ୍ରଥମ ଇନିଂସରେ ୨୩.୪ ଓଭରରେ ମାତ୍ର ୮୫ ରନକରି ଅଲଆଉଟ୍‌ ହୋଇଛି। ୧୩୫ ବର୍ଷରେ ଇଂଲଣ୍ଡ ପ୍ରଥମ ଦିନର ଲଞ୍ଚ୍‌ ପୂର୍ବରୁ ଅଲଆଉଟ ହୋଇ ଏକ ଅଲୋଡା ରେକର୍ଡର ଅଧିକାରୀ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଆୟର୍ଲାଣ୍ଡ ପ୍ରଥମ ଦିନରେ ୫୮.୨ ଓଭରରେ ୨୦୭ ରନ କରି ଅଲଆଉଟ୍‌ ହୋଇଛି ଓ ଏହାପରେ ପ୍ରଥମ ଦିନର ଖେଳ ସମାପ୍ତ ହୋଇଛି। ଏଥିସହ ଆୟର୍ଲାଣ୍ଡ ୧୨୨ ରନର ଅଗ୍ରଣୀ ହାସଲ କରିଛି। ଆୟର୍ଲାଣ୍ଡ ତରଫରୁ ଆଣ୍ଡ୍ର୍ୟୁ ବାଲବିର୍ଣ୍ଣି ସର୍ବାଧିକ ୫୫, ପଲ ଷ୍ଟିର୍ଲିଂ ୩୬, ଅଧିନାୟକ ଓ୍ବିଲିୟମ ପୋର୍ଟରଫିଲ୍ଡ ୧୪, ଜେମ୍ସ ମ୍ୟାକୋଲମ ୧୯, ଟିମ୍‌ ମୁର୍ତ୍ତାଘ ୧୬, ଆଣ୍ଡି ମ୍ୟାକ୍‌ବ୍ରାଏନ ୧୧ ରନକରି ଆଉଟ ହୋଇଥିବାବେଳେ କେଭିନ ଓ’ବ୍ରାଏନ ୨୮ରନ କରି ଅପରାଜିତ ଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଷ୍ଟୁଆର୍ଟ ବ୍ରଡ, କ୍ରିସ ଓ୍ବକ୍ସ ଓ ସାମ କୁରାନ ୩ଟି ଲେଖାଏ, ମୋଇନ ଅଲି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ଇଂଲଣ୍ଡ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଆୟର୍ଲାଣ୍ଡ ଦ୍ରୁତ ବୋଲର ଟିମ୍‌ ମୁର୍ତ୍ତାଘ ଦମ୍‌ଦାର ବୋଲିଂ କରି ଇଂଲଣ୍ଡ ବିପର୍ଯ୍ୟୟର ମୁଖ୍ୟ କାରଣ ସାଜିଥିଲେ। ୯ ଓଭର ବୋଲିଂ କରି ୨ଟି ମେଡେନ ନେବା ସହ ମାତ୍ର ୧୩ରନ୍‌ ବ୍ୟୟ କରି ସେ ୫ ଉଇକେଟ ଅକ୍ତିଆର କରିଥିଲେ। ଇଂଲଣ୍ଡ ୮ ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରି ନ ଥିଲେ। ଦଳ ତରଫରୁ ଜୋ ଡେନଲି ୨୩, ସାମ କୁରାନ ୧୮ ଓ ଓଲି ଷ୍ଟୋନ ୧୯ ରନ କରି ଆଉଟ ହୋଇଥିଲେ। ଜନ୍ନି ବେୟାରଷ୍ଟୋ, ମୋଇନ ଅଲି ଓ କ୍ରିସ୍‌ ଓ୍ବକ୍ସ ଖାତା ଖୋଲିପାରି ନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋରି ବନର୍‌ସ ୬, ଜାସନ ରୟ ୫, ଅଧିନାୟକ ଜୋ ରୁଟ ୨, ଷ୍ଟୁଆର୍ଟ ବ୍ରଡ ୩ ରନ କରି ଆଉଟ ହୋଇଥିବା ବେଳେ ଜ୍ୟାକ୍‌ ଲିଚ୍‌ ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ୩୭ ବର୍ଷୀୟ ମୁର୍ତ୍ତାଘ ପ୍ରଥମ ଆୟର୍ଲାଣ୍ଡ ବୋଲର ଭାବେ ଗୋଟିଏ ଟେଷ୍ଟ ଇନିଂସରେ ୫ ଉଇକେଟ ଅକ୍ତିଆର କରି ବିରଳ ସଫଳତା ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମାର୍କ ଆଡେର ୩, ବୋଡି ରନ୍‌କିନ ୨ଟି ଉଇକେଟ ଅକ୍ତିଆର କରିଥିଲେ। ଉଲ୍ଲେଖଥାଉ କି, ଇଂଲଣ୍ଡ ଗତ ୩ ବର୍ଷ ମଧ୍ୟରେ ଗୋଟିଏ ସେସନରେ ଇଂଲଣ୍ଡ ତୃତୀୟଥର ପାଇଁ ୧୦ଟି ଯାକ ଉଇକେଟ ହରାଇ ଅଲ୍‌ଆଉଟ ହୋଇଛି। ଏହାପୂର୍ବରୁ ୧୯୯୭ରେ ଇଂଲଣ୍ଡ ଲଡର୍‌ସରେ ଅଷ୍ଟ୍ରେଲିଆ ବିପକ୍ଷରେ ୭୭ ରନ କରି ଅଲଆଉଟ ହୋଇଥିଲା। ଗତ ଜାନୁୟାରୀରେ ବାର୍ବାଡୋସ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ମଧ୍ୟ ଇଂଲଣ୍ଡ ୭୭ ରନ କରି ଅଲଆଉଟ ହୋଇଥିଲା।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସରେ ୨୩.୪ ଓଭରରେ ୮୫ ଅଲ୍‌ଆଉଟ୍‌
(ଡେନଲି- ୨୩, ଷ୍ଟୋନ- ୧୯, କୁରାନ- ୧୮, ମୁର୍ତ୍ତାଘ- ୫/୧୩, ଆଡେର- ୩/୩୨, ରାନକିନ- ୨/୫)।
ଆୟର୍ଲାଣ୍ଡ ପ୍ରଥମ ଇନିଂସରେ ୫୮.୨ ଓଭରରେ ୨୦୭ ଅଲଆଉଟ୍‌
(ବାଲବିର୍ଣ୍ଣି- ୫୫, ଷ୍ଟିର୍ଲିଂ- ୩୬, ଓ’ବ୍ରାଏନ- ୨୮*, ବ୍ରଡ- ୩/୬୦, ଷ୍ଟୋନ- ୩/୨୯, କୁରାନ-୩/୨୮)।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri