ଅଟୋ କମ୍ପୋନେଣ୍ଟ ସେକ୍ଟରରେ ମାନ୍ଦାବସ୍ଥା ମାଡ;ନିଯୁକ୍ତି ହରାଇବେ ୧୦ ଲକ୍ଷ କର୍ମଚାରୀ

ନୂଆଦିଲ୍ଲୀ,୨୫-୭: ଅଟୋ ଉଦ୍ୟୋଗ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଅଟୋ କମ୍ପୋନେଣ୍ଟ କମ୍ପାନୀ ଗୋଟିଏ ପରେ ଗୋଟିଏ ବନ୍ଦ ହେବାରେ ଲାଗିଛି। ପରିସ୍ଥିତି ଏପରି ହେଲାଣି ଯେ, ଆଗାମୀ ଦିନରେ ଏହି ଶିଳ୍ପରେ ନିଯୁକ୍ତ ପ୍ରାୟ ୧୦ ଲକ୍ଷ କର୍ମଚାରୀ ଚାକିରି ହରାଇବାକୁ ଯାଉଛନ୍ତି।
ଅଟୋ କମ୍ପୋନେଣ୍ଟ ମାନୁଫାକ୍‌ଚରର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏକ୍‌ମା) ଅଧ୍ୟକ୍ଷ ରାମ ଭେଙ୍କଟରମଣୀ କହିଛନ୍ତିି ଯେ, ଗାଡି ଏବଂ ଏହାର କେତେକ ପାଟର୍‌ସ ଉପରେ ଏବେ ୨୮% ଜିଏସ୍‌ଟି ଆଦାୟ ହେଉଛି। ଏହି କାରଣରୁ ଗାଡି ନିର୍ମାଣ ଖର୍ଚ୍ଚ ଅନେକାଂଶରେ ବଢ଼ିଯାଇଛି। ଫଳରେ ଗତ ୬ ମାସ ହେଲା ଗାଡ଼ି ବିକ୍ରି କ୍ରମାଗତ କମିବାରେ ଲାଗିଛି। ଏଥିଯୋଗୁ ଦେଶର ଅନେକ ସ୍ଥାନରେ ସୋ’ରୁମ୍‌ ବନ୍ଦ ବନ୍ଦ ହୋଇଗଲାଣି। କମ୍ପାନୀଙ୍କ ନିକଟରେ ପୂର୍ବରୁ ଷ୍ଟକ୍‌ ମହଜୁଦ୍‌ ରହିଥିବାରୁ ଗାଡ଼ି ଉତ୍ପାଦନ ହେଉନାହିଁ। କମ୍ପାନୀଗୁଡ଼ିକ ଖର୍ଚ୍ଚକାଟ କରିବାକୁ ଯାଇ କର୍ମଚାରୀଙ୍କୁ ଛୁଟିରେ ପଠାଇ ଦେଉଛନ୍ତି। ଏହା ବେଶିଦିନ ଚାଲିପାରିବ ନାହିଁ। ଏଣୁ ସମ୍ପୂର୍ଣ୍ଣ ଅଟୋ ଉଦ୍ୟୋଗ ପାଇଁ ୧୮% ଜିଏସ୍‌ଟି ଆଦାୟ କରାଯାଉ ବୋଲି ସେ ଦାବି କରିଛନ୍ତି। ଏହାଦ୍ୱାରା ଏହି ଉଦ୍ୟୋଗରେ ଚାହିଦା ବୃଦ୍ଧି ପାଇବ ଏବଂ ଅଟୋ କମ୍ପୋନେଣ୍ଟ ଉଦ୍ୟୋଗରେ କାର୍ଯ୍ୟରତ ପ୍ରାୟ ୧୦ ଲକ୍ଷ କର୍ମଚାରୀଙ୍କ ନିଯୁକ୍ତିକୁ ରକ୍ଷା କରାଯାଇପାରିବ ବୋଲ ସେ କହିଛନ୍ତି। ଭେଙ୍କଟରମଣୀ କହିଛନ୍ତି ଯେ, କମ୍ପୋନେଣ୍ଟ ଉଦ୍ୟୋଗ ସମ୍ପୂର୍ଣ୍ଣ ରୂପେ ଗାଡ଼ି ଉଦ୍ୟୋଗ ଉପରେ ନିର୍ଭରଶୀଳ। ବର୍ତ୍ତମାନ ସ୍ଥିତିରେ ଅଟୋ ଉଦ୍ୟୋଗରେ ଉତ୍ପାଦନ ୧୫ରୁ ୨୦ ପ୍ରତିଶତ ହ୍ରାସ ପାଇଛି। ଫଳରେ କମ୍ପୋନେଣ୍ଟ ଉଦ୍ୟୋଗରେ ସଙ୍କଟ ଦେଖାଦେଇଛି। ପୂର୍ବରୁ ୭୦% କମ୍ପୋନେଣ୍ଟ ଉପରେ ୧୮% ଜିଏସ୍‌ଟି ଆଦାୟ ହେଉଛି। ଅବଶିଷ୍ଟ ୩୦% ଉପରେ ୨୮% ଜିଏସ୍‌ଟି ଲାଗୁଛି। ଏଥିସହ ଗାଡ଼ି ଉପରେ ୨୮% ଜିଏସ୍‌ଟି ସହିତ ଏହାର ଲମ୍ବା, ଇଞ୍ଜିନ ଆକାର ଓ ପ୍ରକାର ଆଧାରରେ ୧ରୁ ୧୫% ଅତିରିକ୍ତ ସେସ୍‌ ଆଦାୟ କରାଯାଉଛି। ସେ କହିଛନ୍ତି ଯେ, ଚାହିଦା ହ୍ରାସ, ବିଏସ୍‌-୪ରୁ ବିଏସ୍‌-୬ ଉର୍ତ୍ସଜନ ମାନଦଣ୍ଡ ଲାଗି ନିକଟରେ ହୋଇଥିବା ନିବେଶ, ଇ-ଯାନ ନୀତିକୁ ନେଇ ଅସ୍ପଷ୍ଟତା ଯୋଗୁ ଗାଡ଼ି ଉଦ୍ୟୋଗର ଭବିଷ୍ୟତ ଅନିଶ୍ଚିତ ହୋଇଛି। ଏହି କାରଣରୁ ଭବିଷ୍ୟତ ଲାଗି ନିବେଶ ବନ୍ଦ ହୋଇଯାଇଛି। ସରକାରଙ୍କୁ ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ହେବ। ଗାଡ଼ି ଓ ଯନ୍ତ୍ରାଂଶ ଉପରେ ୧୮% ଜିଏସ୍‌ଟି ଆଦାୟ କରାଯିବା ଆବଶ୍ୟକ ବୋଲି ଭେଙ୍କଟରମଣୀ କହିଛନ୍ତି। ଇ-ଯାନ ନୀତିରେ ସ୍ଥିରତା ଆଣିବା ଉପରେ ସେ ଜୋର୍‌ ଦେଇଛନ୍ତି। ଏଥିରେ ଆହୁରି ପରିବର୍ତ୍ତନ କରାଗଲେ ଦେଶର ଆମଦାନୀ ବ୍ୟୟ ଅନେକାଂଶରେ ବୃଦ୍ଧି ପାଇବ ଏବଂ ଅଟୋ କମ୍ପୋନେଟ ଉଦ୍ୟୋଗ ଭୁଶୁଡି ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହାଦ୍ୱାରା ବହୁ କର୍ମଚାରୀ ବେକାର ହୋଇଯିବେ। ଏଣୁ ସରକାର ପରିବର୍ତ୍ତନକୁ ସହଜ କରିବା ସହ ଘରୋଇ ଉଦ୍ୟୋଗକୁ ବଞ୍ଚାଇବାକୁ ସେ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ...

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯ା୩ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ‘ନାଲ୍‌କୋ’ର ନୂତନ ଉତ୍ପାଦ ‘ଆଲୁମିନିୟମ...

ପହିଲାରେ ଜମାହେବନି ୨୦୦୦ ଟଙ୍କିଆ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): ୨୦୨୪ ଏପ୍ରିଲ ୧ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋବକୁ ଯାଉଛି। ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର...

ଇପିଏଫ୍‌ଓରେ ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ରେ ସାରା ଦେଶରେ କୋଟି କୋଟି ସଂଖ୍ୟାରେ ଆକାଉଣ୍ଟଧାରୀ ଅଛନ୍ତି। ଗ୍ରାହକମାନଙ୍କ ପାଇଁ ଇପିଏଫ୍‌ଓ ପକ୍ଷରୁ ଇ-କେୱାଇସି ବାଧ୍ୟତାମୂଳକ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri