ଲଣ୍ଡନ ଯିବେ ଅକ୍ଷୟ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ପାଇଁ ମାର୍ଚ୍ଚ ମାସରୁ ଦେଶରେ ଲାଗୁ କରାଯାଇଥିଲା ଲକ୍‌ଡାଉନ। ଏଥିପାଇଁ ବଲିଉଡ୍‌ର ସମସ୍ତ ଫିଲ୍ମ ଶୁଟିଂ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ବଲିଉଡ୍‌ର ଖିଲାଡି ବୟେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବେଲ ବଟମ’ର ଶୁଟିଂ ବନ୍ଦ ଥିବା ବେଳେ ଏବେ ମହାରାଷ୍ଟ୍ର ସରକାର ଉକ୍ତ ଫିଲ୍ମର ଶୁଟିଂ ଜୁନ ୧୫ ତାରିଖ ପରେ ଆରମ୍ଭ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ତେଣୁ ବାକିଥିବା କାମକୁ ଶୀଘ୍ର ପୁରା କରିବାକୁ ଏବେ ଅକ୍ଷୟ ପୁରା ଦମ୍‌ରେ ଲାଗି ପଡିଛନ୍ତି। ଏଥିପାଇଁ ଅକ୍ଷୟ ଜୁଲାଇ ମାସରେ ଲଣ୍ଡନ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। କାରଣ ଫିଲ୍ମର ବାକିଥିବା କିଛି ସିନ୍‌ ଲଣ୍ଡନରେ ହିଁ ଶୁଟିଂ କରାଯିବ। ଏହି ଥ୍ରୀଲର ଫିଲ୍ମକୁ ସଞ୍ଜିତ ତିଓ୍ବାରି ନିର୍ଦ୍ଦେଶନା ଦେଇଛନ୍ତି। ନିଖିଲ ଆଡଭାନି ଓ ବାସୁ ଭଗନାନୀ ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି। ଏଥିରେ ଅକ୍ଷୟଙ୍କ ଲୁକ୍‌ର ପ୍ରଥମ ପୋଷ୍ଟର ଆସିଯାଇଥିବା ବେଳେ ଦର୍ଶକେ ଏହାକୁ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ନିଙ୍କ ପରେ କଲେଜ ମେରିଟ ଲିଷ୍ଟରେ ନେହା କକ୍କରଙ୍କ ନାମ

ନୂଆଦିଲ୍ଲୀ, ୩୧।୮-ପଶ୍ଚିମବଙ୍ଗର ଏକ କଲେଜର ମେରିଟ ତାଲିକାରେ ଗତକାଲି ଅଭିନେତ୍ରୀ ସନ୍ନି ଲିଓନିଙ୍କ ନାମ ଆସିଥିଲା। ବର୍ତ୍ତମାନ ଏହି ତାଲିକାରେ ବଲିଉଡ ଗାୟିକା ନେହା କକ୍କରଙ୍କ...

‘ଦ ଫ୍ୟାମିଲି ମ୍ୟାନ-୨’ର ଟ୍ରେଲର ରିଲିଜ୍‌: ଏଥିରେ ଦେଖିବାକୁ ମିଳିବ ଏହି ଅଭିନେତାଙ୍କ ଶେଷ ଅଭିନୟ

ମୁମ୍ବାଇ: ଆମାଜନ ପ୍ରାଇମ୍‌ ଭିଡିଓର ସବୁଠାରୁ ପପୁଲାର ଓ୍ବେବ୍‌ ସିରିଜ୍‌ ‘ଦ ଫ୍ୟାମିଲି ମ୍ୟାନ-୨’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଟ୍ରେଲରଟି ୨ ମିନିଟ୍‌ ୪୯...

ଟ୍ରାନ୍ସପରେଣ୍ଟ ଡ୍ରେସରେ ଫଟୋ ଶେୟାର କଲେ ପ୍ରିୟଙ୍କା: ଏମିତି କମେଣ୍ଟ ଦେଲେ ହ୍ରିତିକ୍‌

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କୌଣସି ନା କୌଣସି କାରଣରୁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଗତ ମାସରେ ପ୍ରିୟଙ୍କା ଚୋପ୍ରାଙ୍କ ପୁସ୍ତକ ’ଅନ୍‌ଫିନିଷ୍ଟ’ ଉନ୍ମୋଚିତ...

ଲକ୍‌ଡାଉନରେ ରହି ଚାଷ କରୁଛନ୍ତି ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡ୍‌ର ହି ମ୍ୟାନ ଭାବେ ପରିଚିତ ଧର୍ମେନ୍ଦ୍ର ଏବେ ଅଧିକାଂଶ ସମୟ ତାଙ୍କ ଫାର୍ମ ହାଉସରେ କାଟୁଛନ୍ତି। ଏହାସହ କରୋନା ଭାଇରସକୁ ନେଇ ଏବେ...

କୋମାରୁ ବର୍ତ୍ତି ଯାଇଥିଲେ ନିକ୍‌

ଲସ୍‌ ଆଞ୍ଜେଲସ୍‌: ଆମେରିକାର ପପ୍‌ ସିଙ୍ଗର ତଥା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍‌ ଜୋନାସ୍‌ ଜଣେ ଇଣ୍ଟରନ୍ୟାଶନାଲ ଷ୍ଟାର। ପ୍ରିୟଙ୍କାଙ୍କୁ ବିବାହ କରିବା...

ବିଗ୍‌ବସ୍‌ ସିଜନ୍‌ ୧୪: ବାଜି ମାରିଲେ ରୁବିନା

ମୁମ୍ବାଇ: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। କଲର୍ସ ଟେଲିଭିଜନ୍‌ରେ ପ୍ରସାରିତ ବିଗ୍‌ବସ୍‌ ସିଜନ୍‌ ୧୪ରେ ବାଜି ମାରିଛନ୍ତି ଲୋକପ୍ରିୟ ଟିଭି ଆକ୍ଟ୍ରେସ୍‌ ରୁବିନା...

ଏହି ଯୁବତୀ କରିଥିଲେ ଅନୁଷ୍କା ଏବଂ ପ୍ରିୟଙ୍କାଙ୍କ ଓ୍ବେଡିଂ ପ୍ଲାନିଂ

ବଲିଉଡ୍‌ର ସେଲିବ୍ରିଟିଙ୍କ ବିବାହ ପ୍ରସଙ୍ଗ ଉଠିବ ତ ଅନୁଷ୍କା ଏବଂ ପ୍ରିୟଙ୍କାଙ୍କ ନାଁ ଚର୍ଚ୍ଚା ପରିସରକୁ ଆସିବ। ଅନୁଷ୍କା ଶର୍ମା-ବିରାଟ କୋହଲି ଇଟାଲୀରେ ବିବାହ କରିଥିବାବେଳେ...

ପ୍ରଥମ ଦେଖାରୁ ୪ ବର୍ଷ ବଡ଼ ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ମହେଶ ବାବୁ

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରହିଟ୍ ହିରୋ ମହେଶ ବାବୁ ଏବଂ ବଲିଉଡ ଅଭିନେତ୍ରୀ ନମ୍ରତା ଶିରୋଦକର ୧୦ ଫେବୃୟାରୀରେ ସେମାନଙ୍କର ୧୬ ତମ ବିବାହ ବାର୍ଷିକୀ...

Advertisement
Seven Jackpot


Archives

Model This Week