ଲଣ୍ଡନରେ ଚିହ୍ନଟ ହେଲେ ସର୍ବକନିଷ୍ଠ କରୋନା ସଂକ୍ରମିତ

ଲଣ୍ଡନ,୧୪।୩: ଉତ୍ତର-ପୂର୍ବ ଲଣ୍ଡନରେ ଜନ୍ମର ମାତ୍ର କେଇ ମିନିଟ୍‌ ପରେ ଜଣେ ଶିଶୁ କରୋନା ଭାଇରସରେ ପୀଡିତ ଥିବା କୁହାଯାଉଛି। ବିଶ୍ୱର ସେ ସର୍ବ କନିଷ୍ଠ କରୋନା ସଂକ୍ରମିତ ରୋଗୀ ବୋଲି ଜଣାପଡିଛି। ପ୍ରାୟ ୨ ଦିନ ତଳେ ଜଣେ ଗର୍ଭବତୀ ନର୍ଥ ମିଡିଲସେକ୍ସ ୟୁନିଭର୍ସିଟି ହସ୍ପିଟାଲରେ ସନ୍ତାନ ପ୍ରସବ ପାଇଁ ପହଞ୍ଚିଥିଲେ। ସେ ନିମୋନିଆରେ ପୀଡ଼ିତ ଥିବାରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ଏହାପରେ ସେ କରୋନାରେ ପୀଡ଼ିତ ଥିବା ଜଣାପଡିଥିଲା। କିନ୍ତୁ ସେ ଯେଉଁ ସନ୍ତାନ ପ୍ରସବ କରିଥିଲେ ମାତ୍ର ଅଳ୍ପ କେତେ ସମୟ ମଧ୍ୟରେ ଶିଶୁଟି ମଧ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏବେ ଉକ୍ତ ଶିଶୁ ଓ ମା’ଙ୍କୁ ଅଲଗା ଅଲଗା ରଖାଯାଇ ଚିକିତ୍ସା କରାଯାଉଛି। ଶିଶୁଟି କରୋନା ସଂକ୍ରମିତ ସର୍ବକନିଷ୍ଠ ରୋଗୀ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୮୦୦କି.ମି. ପଛେଇ ଚାଲିଲେ ଇଣ୍ଡୋନେସୀୟ ବ୍ୟକ୍ତି

ଜାକର୍ତ୍ତା: ପୂର୍ବ ଜାଭାର ଜଣେ ବ୍ୟକ୍ତି ଅବିଚାରିତ ଗଛକଟା ବିରୋଧରେ ସଚେତନତା ସୃଷ୍ଟିଲାଗି ପଛେଇ ପଛେଇ ଚାଲି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସେ...

ରମଜାନ୍‌ରେ ରୋଜା ପରେ ଇଫତାର୍‌ରେ ମିଳୁନି ଗ୍ଲାସେ ମିଶ୍ରି ସର୍ବତ: ପାକିସ୍ତାନରେ ଲେମ୍ବୁ କିଲୋ ୪ ଶହ

ଇସଲାମାବାଦ୍‌,୧୮।୫: ପାକିସ୍ତାନ ମୁଦ୍ରା ଡଲାର ତୁଳନାରେ ଦୁର୍ବଳ ହେବାରେ ଲାଗିଛି। ଫଳରେ ଏଠାରେ ରମଜାନ ମାସରେ ରୋଜା ରଖିଥିବା ଶ୍ରଦ୍ଧାଳୁଙ୍କୁ ଇଫତାର୍‌ ସମୟରେ ଗ୍ଲାସେ ମିଶ୍ର...

ପାକିସ୍ତାନରେ ଖାଇବାକୁ ମିଳିବନି ରୁଟି: ଗହମ କିଲୋ ଟପିଲା ୬୦

ଇସଲାମାବାଦ, ୭।୧୦: ଆଗକୁ ପାକିସ୍ତାନରେ ଲୋକଙ୍କୁ ଖାଇବାକୁ ରୁଟି ମିଳିବନି। ଏନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି। ଦେଶରେ ଇତିମଧ୍ୟରେ ଗହମ କିଲୋ ପିଛା ଦାମ...

କୁଳଭୂଷଣ ଅଧ୍ୟାଦେଶ’ ଆଣିବେ ପାକ୍‌ ସରକାର

ଇସ୍‌ଲାମାବାଦ,୨୮।୭: ବିରୋଧୀ ଦଳ ଦ୍ୱାରା ସମାଲୋଚିତ ହୋଇଥିବା ଇମ୍ରାନ ଖାନ୍‌ ସରକାର ପାକିସ୍ତାନ ଜାତୀୟ ଆସେମ୍ବ୍ଲିରେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ସମୀକ୍ଷା ଓ ପୁନର୍ବିଚାର...

ମସ୍କୋ ଥର୍ମାଲ ପାଓ୍ବାର ଷ୍ଟେଶନରେ ଭୟାବହ ଅଗ୍ନିକାଣ୍ଡ: ୫୦ ମିଟର ଉଚ୍ଚକୁ ଉଠିଲା ନିଆଁ

ମସ୍କୋ,୧୧।୭: ରୁଷ ରାଜଧାନୀ ମସ୍କୋର ମିଟିଶ୍ଚି ନିକଟରେ ଥିବା ଥର୍ମାଲ ପାଓ୍ବାର ପ୍ଲାଣ୍ଟରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ସମୟରେ ଏହି ନିଆଁ ଏତେ...

କରୋନା ଭାଇରସ: ଦୃଷ୍ଟି ଆକର୍ଷଣ କରିବାକୁ ଖବର କାଗଜର ପ୍ରଥମ ପୃଷ୍ଠାରେ ଛପାଗଲା ମୃତକଙ୍କ ନାମ

ନ୍ୟୁୟର୍କ,୨୪।୫: ଆମେରିକା ସରକାରଙ୍କ ମୁଣ୍ଡ ବିଗାଡିଲାଣି କରୋନା ଭାଇରସ। ଏଠାରେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ...

ଆମେରିକାରେ ‘ମୋଦି ଅଭିନନ୍ଦନ’ କାର୍ଯ୍ୟକ୍ରମ: ଯୋଗଦେବେ ୬୦ କଂଗ୍ରେସ ସଦସ୍ୟ

ହ୍ୟୁଷ୍ଟନ,୧୪ା୯(ପି.ଟି.): ହ୍ୟୁଷ୍ଟନ ସହରରେ ସେପ୍ଟେମ୍ବର ୨୨ରେ ଅନୁଷ୍ଠିତ ହେବାକୁ ଥିବା ମେଗା ପ୍ରବାସୀ ଭାରତୀୟ ସମ୍ମିଳନୀ ‘ହାଓଡି ମୋଦି’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରିବା...

ମେଦବହୁଳତା ଯୋଗୁ କମୁଛି ଛୋଟପିଲାଙ୍କ ମନେରଖିବା ଶକ୍ତି

ଓ୍ବାଶିଂଟନ,୧।୧: ଖାଦ୍ୟପେୟ ତଥା ନିତିଦିନିଆ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ କେତେକ ଛୋଟ ପିଲାଙ୍କଠାରେ ମେଦବହୁଳତା ଦେଖାଯାଉଛି। ଏହାର ପ୍ରଭାବରେ ସେମାନଙ୍କ ମନେ ରଖିବା ଶକ୍ତି କମିଯାଉଛି।...

Coronavirus Update

Archives

Model This Week

Why Dharitri