ଲଡୁବାବା ମନ୍ଦିରରେ ଭଙ୍ଗହେଲା ୨୦୦ ବର୍ଷର ପରମ୍ପରା: ଶୀତଳଷଷ୍ଠୀରେ କରାଗଲାନି ଠାକୁରଙ୍କ ନଗର ପରିକ୍ରମା, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ

ନୟାଗଡ଼ ଅଫିସ,୯ା୬- ନୟାଗଡ଼ ଜିଲା ଶରଣକୁଳ ଲଡ଼ୁବାବା ମନ୍ଦିରରେ ୨୦୦ ବର୍ଷର ପରମ୍ପରା ଭଙ୍ଗ କରାଯାଇଛି। ଗୁରୁବାର ଶୀତଳଷଷ୍ଠୀରେ ଠାକୁରଙ୍କ ବିଜେ ପ୍ରତିମାଙ୍କୁ ନଗର ପରିକ୍ରମା କରାଯାଇ ନାହିଁ। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, ଶୀତଳଷଷ୍ଠୀରେ ଲଡ଼ୁବାବାଙ୍କ ବିଜେ ପ୍ରତିମା ଚନ୍ଦ୍ରଶେଖର ନିଜ ଗ୍ରାମ ଭିକାରୀପଡ଼ାକୁ ଯାଇ ବରବେଶରେ ସଜାଇ ହୋଇ ରହିଥାନ୍ତି। ମା’ପାର୍ବତୀଙ୍କ ପକ୍ଷରୁ ବିଜେ ପ୍ରତିମା ଗୋପୀନାଥଜୀଉ ମାର୍କେଟରେ ଥିବା ଚାଳିମଣ୍ଡପରେ ଭୋଗ ଖାଇ ନଗର ପରିକ୍ରମା ପରେ ଭିକାରୀପଡ଼ାକୁ ଯାଇ ବିବାହ କାର୍ଯ୍ୟ ପାଇଁ ଚନ୍ଦ୍ରଶେଖରଙ୍କୁ ଆମନ୍ତ୍ରଣ କରନ୍ତି। ଫେରିବା ବେଳେ ମନ୍ଦିରଠାରୁ ୧୦୦ ମିଟର ଦୂରରେ ବର ଓ କନ୍ୟାଯାତ୍ରୀଙ୍କ ମଧ୍ୟରେ ଗୀତ ମାଧ୍ୟମରେ କଥା କଟାକଟି ହୁଏ। ଏହାକୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗେ। ଏହା ପରେ ମନ୍ଦିରରେ ଶିବ ପାର୍ବତୀଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୁଏ। ହେଲେ ପ୍ରଶାସନ ପକ୍ଷରୁ ପୁରୁଣା ଚାଳିମଣ୍ଡପ ଭଙ୍ଗାଯିବା ପରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଗୁରୁବାର ଠାକୁରଙ୍କ ନଗର ପରିକ୍ରମା କରା ନ ଯାଇ ମନ୍ଦିରରେ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଛି। ପ୍ରଶାସନ ପକ୍ଷରୁ ମାର୍କେଟରେ ନୂତନ ଚାଳିମଣ୍ଡପ କରାଯାଇଥିଲେ ମଧ୍ୟ ସେବକଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇ ଠାକୁରଙ୍କ ବାହ୍ୟ ପର୍ବ ବନ୍ଦ କରାଯାଇଛି। ପ୍ରଶାସନ ଓ ସେବାୟତଙ୍କ ବିବାଦରୁ ଠାକୁରଙ୍କ ବାହ୍ୟପର୍ବ ବନ୍ଦ ହେବା ଘଟଣାକୁ ଭକ୍ତମାନେ ନିନ୍ଦା କରିଛନ୍ତି। ସୂଚନାଯୋଗ୍ୟ ଲଡ଼ୁବାବାଙ୍କ ବିଜେପ୍ରତିମା ଶ୍ରୀ ଚନ୍ଦ୍ରଶେଖର ଦଶହରା, ଦୋଳପୂର୍ଣ୍ଣିମା, ଶୀତଳଷଷ୍ଠୀ, ଚନ୍ଦନଯାତ୍ରା, ମାଘସପ୍ତମୀ ଭଳି ୩୭ଟି ବିଶେଷ ପର୍ବପର୍ବାଣିରେ ଷୋଡ଼ଶ ଉପଚାରରେ ଚାଳିମଣ୍ଡପରେ କିଛି ସମୟ ରହି ସେଠାରେ ଚାଚେରି ଭୋଗ କରାଯାଏ। ହେଲେ ଅଗଷ୍ଟ ୨୦୧୭ରେ ରାଜ୍ୟ ରାଜପଥ-୨୧ ପ୍ରଶସ୍ତୀକରଣ ସମୟରେ ଉକ୍ତ ଚାଳିମଣ୍ଡପକୁ ଭଙ୍ଗାଗଲା। ଉକ୍ତ ମଣ୍ଡପର ଶାସ୍ତ୍ରୀୟ ମର୍ଯ୍ୟାଦା କ’ଣ ସେ କଥା ଚିନ୍ତା ନ କରି ଛତିଶା ନିଯୋଗ ତଥା ପଣ୍ଡିତମାନଙ୍କ ବିନା ପରାମର୍ଶରେ ପ୍ରଶାସନ ପୁରୁଣା ମଣ୍ଡପକୁ ଭାଙ୍ଗି ମାର୍କେଟଠାରେ ନୂତନ ଚାଳିମଣ୍ଡପ ତିଆରି କରିଥିବା ସେବାସୀ ସଂଘ ସଭାପତି ତ୍ରିଲୋଚନ ମହାପାତ୍ର ପ୍ରକାଶ କରିଛନ୍ତି। ବର୍ତ୍ତମାନ ମାର୍କେଟରେ ନିର୍ମାଣ ହୋଇଥିବା ନୂତନ ଚାଳିମଣ୍ଡପଠାରେ ପୂର୍ବରୁ ଏକ ଧର୍ମଶାଳା ଥିଲା। ଧର୍ମଶାଳାରେ ଚାଳିମଣ୍ଡପ ତିଆରି ହୋଇଥିବାରୁ ତାହା ଶାସ୍ତ୍ରସମ୍ମତ ନୁହେଁ ବୋଲି ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି। ଏ ବିବାଦ ନେଇ ସେବାୟତ ସଂଘ ଓ ଶରଣକୁଳ ଅଞ୍ଚଳର ୧୦ ଖଣ୍ଡ ମୌଜାର ଲୋକେ ଏଣ୍ଡାଓମେଣ୍ଟ କମିଶନଙ୍କୁ ଜଣାଇଥିଲେ। ପ୍ରଶାସନ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରା ନ ଯାଇ ଅଗଷ୍ଟ ୨୦୧୭ରେ କେତେଜଣ ବ୍ୟକ୍ତିଙ୍କ ସ୍ବାର୍ଥ ସାଧନରେ ଲଡୁବାବାଙ୍କ ଚାଳିମଣ୍ଡପ ଭଙ୍ଗାଯାଇଥିଲା। ଏ ନେଇ ପ୍ରଶାସନକୁ ବାରମ୍ବାର ଜଣାଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରୁନାହିଁ। ଏହାର ଅନୁସନ୍ଧାନ କରି ପୂର୍ବରୁ ଥିବା ଚାଳିମଣ୍ଡପଠାରେ ଅସ୍ଥାୟୀ ଚାଳିମଣ୍ଡପ କରି ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ କରିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଥିଲା। ମେ ୧ ତାରିଖରେ ଏଣ୍ଡାଓମେଣ୍ଟ କମିଶନ ନୟାଗଡ଼ ଦେବୋତ୍ତର ବିଭାଗକୁ ପୂର୍ବ ସ୍ଥାନରେ ଅସ୍ଥାୟୀ ଚାଳିମଣ୍ଡପ କରି ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାକୁ ପ୍ରଶାସନ ପକ୍ଷରୁ ପାଳନ କରାଗଲା ନାହିଁ। ଏ ନେଇ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ଜିତେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ପ୍ରଶାସନ ତ ସେବାୟତମାନଙ୍କୁ ଜୋରଜବରଦସ୍ତ କରି ବାହ୍ୟପର୍ବ କରାଇବ ନାହିଁ, ସେବାୟତମାନେ ଏସବୁ ନିଜଆଡ଼ୁ କରିବା କଥା। ଯେଉଁମାନେ କରିନାହାନ୍ତି ତଦନ୍ତ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିଭଳି ଏଣ୍ଡାଓମେଣ୍ଟ କମିଶନ ଚିଠି କରିଥିବାରୁ ଏହାର ତଦନ୍ତ କରାଯାଇ ସମାଧାନ କରାଯିବ। ଏହାଛଡା ପୁରୁଣା ଚାଳିମଣ୍ଡପଠାରେ ଡ୍ରେନ ନିର୍ମାଣ ହୋଇଥିବାରୁ ସେଠାରେ କିପରି ଅସ୍ଥାୟୀ ମଣ୍ଡପ କରାଯାଇ ଭୋଗ ଲାଗିବ ବୋଲି ଉପଜିଲାପାଳ ସାହୁ ପ୍ରକାଶ କରିଥିଲେ। ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଦେଖାଦେଇଥିବା ଏହି ବିବାଦ ସମାଧାନ ପାଇଁ ଭକ୍ତ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀ ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ, ଆଦର୍ଶ ଥାନା ପୋଲିସକୁ ଦାୟୀ କଲେ ପରିବାର

ଫୁଲବାଣୀ,୧୫।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି । ତେବେ…

ଦଣ୍ଡନାଚ ଦେଖିବା ବେଳେ ଠେଲାପେଲାକୁ ନେଇ ମାରପିଟ; ୫ ଆହାତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଭାଲିଆଝୋଳା ଗ୍ରାମରେ ଦଣ୍ଡନାଚ ଚାଲିଥିବା ବେଳେ ଠେଲାପେଲା । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ…

ଚା’ ପିଇବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ତାପରେ…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାହା ପିଇବାକୁ ଘର ନିକଟ ଦୋକାନକୁ…

କାର୍ ଭିତରୁ ୮.୪୭ଲକ୍ଷର ଜାଲ ନୋଟ ଜବତ, ବରଗଡ-ଛତିଶଗଡକୁ ଲମ୍ବିଛି ଚେର

ସୋନପୁର,୧୫।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଏଥିରେ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ସ୍ବତନ୍ତ୍ର ଅଧିବେଶନ ଡାକିବାକୁ କଲେ ଦାବି

ଭୁବନେଶ୍ବର,୧୫।୪: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଡିଲିମିଟେସନ ପ୍ରସଙ୍ଗ ଉଠାଇ ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଚିଠିରେ…

ସାମ୍ବାଦିକତା କ୍ଷେତ୍ରରେ ବଢୁଛି ନିଯୁକ୍ତି ସୁଯୋଗ, ଜଣେ ଭଲ ସାମ୍ବାଦିକ….

ଭଞ୍ଜନଗର,୧୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଶେଷ ବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟ ସମ୍ବର୍ଦ୍ଧନା…

କ୍ଳଚ ତାରରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା ମାମଲା, ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ପାରଳାଖେମୁଣ୍ଡି,୧୫।୪(ଗିରିଧାରୀ ପରିଛା): ବିବାହର ମାତ୍ର ବର୍ଷେ ପରେ ଅଧିକ ଯୌତୁକ ଦାବି କରି ଥରକୁ ଥର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଶେଷରେ କ୍ଳଚ ତାରରେ…

ଆଇନମନ୍ତ୍ରୀଙ୍କ ଘୋଷଣା, ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ବର,୧୫।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବଦଳିବ ଦର୍ଶନ ବ୍ୟବସ୍ଥା । ଖୁବଶୀଘ୍ର ସ୍ଲଟ ବୁକିଂ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri