ଲଙ୍କାଗୁଣ୍ଡ ପକାଇ ୧.୬୬ଲକ୍ଷ ଲୁଟ୍‌ ଅଭିଯୋଗ

ଚାନ୍ଦବାଲି, ୮।୭ (ଡି.ଏନ.ଏ.) – ଭଦ୍ରକ ଜିଲା ମତୋ-ମାଧପୁର ରାସ୍ତାରେ ସୋମବାର ଅପରାହ୍ନରେ ଫାଇନାନ୍ସ କମ୍ପାନୀର ଜଣେ ମହିଳା କର୍ମଚାରୀ ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଲଙ୍କାଗୁଣ୍ଡ ପକାଇ ୧ ଲକ୍ଷ ୬୬ ହଜାର ଟଙ୍କା ଲୁଟି ନେଇଥିବା ସେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଫାଣ୍ଡି ନିକଟରୁ ପ୍ରାୟ ୨ କିଲୋମିଟର ଦୂରରେ ଏହି ଘଟଣା ଘଟିଛି। ଖବର ପାଇ କମ୍ପାନୀର ଭଦ୍ରକ ଜିଲା କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ମହିଳା ଭୁବନେଶ୍ୱରର ଅନ୍ନପୂର୍ଣ୍ଣା ଫାଇନାନ୍ସ ନାମକ ଏକ କମ୍ପାନୀର ଚାନ୍ଦବାଲି ଶାଖା କର୍ମଚାରୀ। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ମହିଳା ଗୋଷ୍ଠୀଙ୍କଠାରୁ ମାସିକ ଟଙ୍କା ଆଦାୟ କରି ସେ ଚାନ୍ଦବାଲି ଶାଖାରେ ଜମା କରନ୍ତି। ସୋମବାର ଅପରାହ୍ନରେ ମାଧପୁରରୁ ଟଙ୍କା ଆଦାୟ ସାରି ସେ ସ୍କୁଟିରେ ଫେରୁଥିଲେ। ବିପରୀତ ଦିଗରୁ ବାଇକ୍‌ରେ ଆସୁଥିବା ଦୁଇ ଯୁବକ ତାଙ୍କ ମୁହଁକୁ ଲଙ୍କାଗୁଣ୍ଡ ପକାଇ ତାଙ୍କ ପାଖରୁ ଟଙ୍କା ବ୍ୟାଗ୍‌ ଝାମ୍ପି ନେଇ ପଳାଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଲିଖିତ ଅଭିଯୋଗ ମିଳିଛି, ପ୍ରାଥମିକ ତଦନ୍ତ ପରେ ମାମଲା ରୁଜୁ କରାଯିବ ବୋଲି ଚାନ୍ଦବାଲି ଥାନାଧିକାରୀ ତାପସ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାରୀ ଛତିଶଗଡ଼ରୁ ଗିରଫ

ବାଲିଆପାଳ,୨୩ା୯(ସ୍ବ.ପ୍ର): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଞ୍ଚଳର ଜଣେ ୭ ବର୍ଷର ନାବାଳିକାଙ୍କୁୁ ବଳାତ୍କାର କରି ଫେରାର ଥିବା ଅଭିଯୁକ୍ତଙ୍କୁ ବାଲିଆପାଳ ପୋଲିସ ସୋମବାର ଛତିଶଗଡ଼ର ଭିଲେଇ...

ବସ୍ତାରେ କରୋନା ସନ୍ଦିଗ୍ଧ

ବସ୍ତା, ୧୭।୩(ଡି.ଏନ.ଏ.)-ଇଟାଲୀରୁ ଫେରିଥିବା ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଞ୍ଚଳର ଜଣେ ଯୁବକ କରୋନାରେ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି। ରବିବାର ସେ ଗଁ।ରେ ପହଞ୍ଚିବା...

ଦହିସଢ଼ାଠାରେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା: ଗାଡ଼ିରୁ ଖସି ପଡ଼ିବାରୁ ଚଢ଼ିଗଲା ଟ୍ରକ୍‌, ଜଣେ ମୃତ

ସୋର,୭।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଦହିସଢ଼ାଠାରେ ଶୁକ୍ରବାର ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର...

ଷ୍ଟେଶନରୁ ପିଲା ଚୋରି ଘଟଣା:  ଉଦ୍ଧାର ଶିଶୁ ମା’ଙ୍କୁ ହସ୍ତାନ୍ତର

ବାଲେଶ୍ୱର ଅଫିସ, ୧୨।୧୦- ବାଲେଶ୍ୱର ରେଳଷ୍ଟେଶନର ୧ ନଂ. ପ୍ଲାଟଫର୍ମରୁ ଗତ ୩ ତାରିଖ ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ମା’ କୋଳରେ ଶୋଇଥିବା ଏକ...

ତୃପ୍ତି ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା : ପ୍ରତିବାଦରେ ଟାୟାର ଜାଳି ରାସ୍ତା ଅବରୋଧ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରସୁଲଗୁଡ଼ସ୍ଥିତ ତୃପ୍ତି ହୋଟେଲ ମାଲିକ ବୁଲୁ ସାମନ୍ତରାୟଙ୍କୁ ମଙ୍ଗଳବାର ରାତିରେ ଆକ୍ରମଣ କରି ସୁନାଚେନ୍‌, ବ୍ରେସଲେଟ୍‌ ଓ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ଏହାର...

ସ୍ତ୍ରୀଙ୍କ ପ୍ରେମିକଙ୍କୁ ହତ୍ୟା ପାଇଁ ୨୦ ହଜାର ସୁପାରି

କଟକ ଅଫିସ,୧୦ା୩: କଟକ ବିଡ଼ାନାସୀ ଥାନା ଅଧୀନ ଭୁଆସୁଣୀ ନିକଟ ମହାନଦୀ ପଠାରେ ଘଟିଥିବା ଆଜାଦ ଯାଦବ ହତ୍ୟା ଘଟଣାର ରହସ୍ୟ ବୁଧବାର ଉନ୍ମୋଚନ ହୋଇଛି।...

ବଧୂହତ୍ୟା ଅଭିଯୋଗ: ଶାଶୁ, ଶ୍ୱଶୁର, ନଣନ୍ଦେଇ ଅଟକ; ଦିଅର ଫେରାର

ଚାନ୍ଦବାଲି,୨୨ା୮(ଡିି.ଏନ୍‌.ଏ.) : ଭଦ୍ରକ ଜିଲା ଚାନ୍ଦବାଲି ଥାନା ପଣସପଡ଼ା ଗାଁରେ ବଧୂହତ୍ୟା ଅଭିଯୋଗରେ ଶାଶୁ, ଶ୍ୱଶୁର ଓ ନଣନ୍ଦେଇଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚରା କରୁଥିବା...

ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ

ବାରିପଦା ଅଫିସ,୨୩ା୫: ମୟୂରଭଞ୍ଜ ଜିଲା ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ ରହିଛି। ବିଜେଡିର ଶ୍ରୀନାଥ ସୋରେନ ୨୭୮୪ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ଭାଜପାର ଭାସ୍କର...

Advertisement
Archives

Model This Week