ଲଘୁ ଖଣିଜ ସମ୍ପଦ ଲୁଟ୍‌ ରୋକିବାକୁ ପ୍ରୟାସ:ଜଗିବେ ସ୍ବତନ୍ତ୍ର ଅଧିକାରୀ

ଭୁବନେଶ୍ୱର,୧୭।୧୨ (ବ୍ୟୁରୋ): କେବଳ ଲୁହାପଥର, ମାଙ୍ଗାନିଜ୍‌, କ୍ରୋମାଇଟ ଭଳି ବୃହତ୍‌ ଖଣିଜ ସମ୍ପଦ ଚୋରି ହେଉ ନାହିଁ। ରାଜ୍ୟର ବିଭିନ୍ନ ଜିଲାରେ ଥିବା ବାଲି, ମୋରମ, ମାଙ୍କଡ଼ା ପଥର, ମୁଗୁନି ପଥର, ମାଟି, ଚୂନପଥର ଭଳି ଅନେକ ଲଘୁଖଣିଜ ପଦାର୍ଥ ମଧ୍ୟ ଅତିମାତ୍ରାରେ ଲୁଟ୍‌ ହେଉଛି। ବିଭିନ୍ନ ନଦୀର ବାଲିଘାଟକୁ ମାଫିଆମାନେ ନିଜ କବ୍‌ଜାକୁ ନେଇ ରାଜ୍ୟ ବାହାରକୁ ଚୋରା ଚାଲାଣ କରୁଛନ୍ତି। ଏଥିଯୋଗୁ ରାଜକୋଷକୁ ବହୁ କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡୁଛି। ଏହାକୁ ନେଇ ଅନେକ ସମୟରେ ବିରୋଧୀ ଦଳ ସଦସ୍ୟମାନେ ବିଧାନସଭାରେ ଉଦ୍‌ବେଗ ପ୍ରକାଶ କରି ଆସୁଛନ୍ତି। ରାଜ୍ୟ ସରକାର ଲଘୁ ଖଣିଜ ପଦାର୍ଥ ଚୋରିକୁ ପୂର୍ବରୁ ସେତେଟା ଗୁରୁତ୍ୱ ଦେଉ ନ ଥିଲେ। ଏଣିକି ବାଲି, ଗୋଡି, ମୋରମ, ପଥର ଭଳି ଖଣିଜ ପଦାର୍ଥର ଚୋରା ଚାଲାଣକାରୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ଚୋରି ରୋକିବା ପାଇଁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ଓଡିଶା ଲଘୁ ଖଣିଜ ଚୋରି ଓ ଚୋରା ଚାଲଣ ରୁଲ-୨୦୧୯(ଓଏମଏମପିଟିସିି) ଆଣିବାକୁ ଯାଉଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ଚିଠା(ଡ୍ରାଫ୍ଟ) ରୁଲ ପ୍ରସ୍ତୁତ ହୋଇଛି। ଏଥିରେ ଚୋରି ରୋକିବାକୁ ତହସିଲସ୍ତରରେ ଏନଫୋର୍ସମେଣ୍ଟ ସେଲ କାର୍ଯ୍ୟକାରୀ ହେବ। ଜିଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧନାରେ ଏହି ଏନଫୋର୍ସମେଣ୍ଟ ସେଲ କାର୍ଯ୍ୟ କରିବ। ବୃହତ୍‌ ଖଣିଜ ପଦାର୍ଥ ଭଳି ରାଜ୍ୟର ସମସ୍ତ ଲଘୁ ଖଣିଜ ପଦାର୍ଥ ପାଇଁ ପ୍ରତ୍ୟେକ ଜିଲା ଅନୁଯାୟୀ ଯୋଜନା ପ୍ରସ୍ତୁତ ହେବ। ଏ ନେଇ ସମସ୍ତ ଜିଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ କେଉଁ ଜିଲାରେ କେତେ ଲଘୁଖଣିଜ ସମ୍ପଦ ରହିଛି ସେସବୁର ଜିଲାସ୍ତରୀୟ ସର୍ଭେ ହେବ। କ୍ଷେତ୍ର ସର୍ଭେ ସହ ଡିଜିପିଏସ ସର୍ଭେ କରାଯିବ। ବ୍ଲକ, ତହସିଲ ଏବଂ ବାଲି ଗୋଡି ଉଠାଣ ହେଉଥିବା ସ୍ଥାନରେ ଓ୍ବେ ବ୍ରିଜ ସ୍ଥାପନ କରାଯାଇ ଚୋରା ଚାଲାଣ ଉପରେ ନଜର ରଖାଯିବ। ସବ୍‌ଡିଭିଜନ, ତହସିଲ, ଜିଲା ଓ ରାଜ୍ୟସ୍ତରରେ ଚୋରି ରୋକିବାକୁ ସ୍ବତନ୍ତ୍ର ଟାସ୍କ ଫୋର୍ସ ଏବଂ ଫ୍ଲାଇଂ ସ୍କ୍ବାଡ ଗଠନ କରାଯିବ। ଖଣିଜ ପଦାର୍ଥ ଉତ୍ତୋଳନ ପରିବହନରେ ସ୍ବଚ୍ଛତା ଆଣିବା ପାଇଁ ସିସିଟିଭି ଏବଂ ଡିଜିପିଏସର ବ୍ୟବହାର କରାଯିବ। ରାଜସ୍ବ ନିରୀକ୍ଷକ ଏବଂ ଅମିନ ଏନଫୋର୍ସମେଣ୍ଟ କାର୍ଯ୍ୟକୁ ତଦାରଖ କରିବେ। ଚୋରା କିମ୍ବା ବେଆଇନ ଭାବେ ଖଣିଜ ପଦାର୍ଥ ଚାଲାଣ କରୁଥିବା ବ୍ୟକ୍ତିଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ। ଏପରି କି ଉଭୟ ଜରିମାନା ଓ ଜେଲ ଦଣ୍ଡରେ ଦଣ୍ଡିତ କରାଯିବ। ଜିଲାପାଳ ଜିଲାର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଚିହ୍ନଟ କରି ଜଣାଇବେ । ଲଘୁ ଖଣିଜ ପଦାର୍ଥ ପାଇଁ ସ୍ବତନ୍ତ୍ର କୌଣସି ବ୍ୟବସ୍ଥା ନ ଥିଲା। ଆବଶ୍ୟକ କର୍ମଚାରୀ ନ ଥିବାରୁ ଏହି ଖଣିଜ ସମ୍ପଦର ସୁରକ୍ଷା କରାଯାଇ ପାରୁ ନ ଥିଲା। ଲଘୁଖଣିଜ ପାଇଁ ଖଣି ନିର୍ଦ୍ଦେଶାଳୟ ଭଳି ଏକ ଲଘୁ ଖଣିଜ ନିର୍ଦ୍ଦେଶାଳୟ ଗଠନ କରାଯିବ। ସଚିବାଳୟରେ ଏହି ଖଣି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ। ଲଘୁଖଣିଜ ପଦାର୍ଥ ଚୋରି ରୋକିବା ପାଇଁ ୧୫ ଜଣ ପୂର୍ବତନ ଖଣି ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ସେମାନେ ୩୦ଟି ଜିଲା ଦାୟିତ୍ୱରେ ରହିବେ। ଅବସର ନେଇ ଥିବା ଖଣି ଅଧିକାରୀମାନଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯିବ। ସେମାନେ ନିୟମିତ ଜିଲା ପରିଦର୍ଶନ କରି ଲଘୁ ଖଣିଜ ପଦାର୍ଥ ନିଲାମ ଓ ଚୋରି ଉପରେ ନଜର ରଖିବେ। ଏଥିସହିତ ଖଣି ବିଶେଷଜ୍ଞମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ। ଲଘୁ ଖଣିଜ ପଦାର୍ଥ ଚୋରିକୁ ରୋକିବା ପାଇଁ ଖଣି ଓ ଇସ୍ପାତ ବିଭାଗ ଏବଂ ରାଜସ୍ବ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ। ଖଣି ଓ ଇସ୍ପାତ ସଚିବ ଏହାକୁ ନିୟମିତ ମିନିଟରିଂ କରିବେ। ଲଘୁ ଖଣିଜ ପଦାର୍ଥ ତାଲିକାରେ ୩୧ଟି ଖଣିଜ ପଦାର୍ଥ ରହିଛି। ଓଡ଼ିଶାରେ ବାଲି, ମାଟି, ମୋରମ ଭଳି ୧୦ ପ୍ରକାରର ଲଘୁ ଖଣିଜ ପଦାର୍ଥ ଉପଲବ୍ଧ ହେଉଛି। ଖଣିଜ ପଦାର୍ଥ ଲିଜ୍‌ ନେବାକୁ
ଜଗିବେ
ସରକାରୀ ଉଦ୍ୟୋଗ ଗୁଡ଼ିକୁ କୁହାଯାଇଛି। ଏହାଦ୍ୱାରା ଜନସାଧାରଣଙ୍କୁ ଲଘୁଖଣିଜ ପଦାର୍ଥ ସହଜରେ ମିିଳି ପାରିବ । ଲଘୁ ଖଣିଜ ପଦାର୍ଥ ଚୋରିକୁ ଯେପରି ସମ୍ପୂର୍ଣ୍ଣ ପ୍ରତିହତ କରାଯାଇ ପାରିବ ସେ ନେଇ ନୂତନ ନିୟମରେ ବ୍ୟବସ୍ଥା କରିବା ରହିଛି। ଖୁବ୍‌ଶୀଘ୍ର ଏହି ନୂତନ ନିୟମକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ବ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri