ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୦ା୯(ବ୍ୟୁରୋ):ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସୋମବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗ ଦେଇ ଓଡ଼ିଶା ଉପକୂଳକୁ ଆସିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ। ଲଘୁଚାପ ଯୋଗୁ ସୋମବାରଠାରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି। ମଙ୍ଗଳବାର ବର୍ଷାର ପରିମାଣ ଆହୁରି ବଢ଼ିବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି। ବିଶେଷକରି ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଦେବଗଡ଼, ବରଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ହୋଇପାରେ। ଏଥିଯୋଗୁ ପାର୍ବତ୍ୟାଞ୍ଚଳରେ ଭୂସ୍ଖଳନ ହେବା ଆଶଙ୍କା ରହିଛି। ସେହିପରି ଏହି ସମୟରେ କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷେ ୨୧ ଓ ୨୨ ତାରିଖରେ ମଧ୍ୟ କେତେକ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ସତର୍କ କରାଯାଇଛି। ବଲାଙ୍ଗୀର, ସୋନପୁର, ସମ୍ବଲପୁର, ନୂଆପଡ଼ା ଏବଂ ସୁନ୍ଦରଗଡ଼ ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଲଘୁଚାପ ପ୍ରଭାବରେ ଉପକୂଳରେ ଘଣ୍ଟାକୁ ୪୦ରୁ ୫୦ କି.ମି. ବେଗରେ ପବନ ବହିବ। ମଙ୍ଗଳବାର ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ଲଘୁଚାପକୁ ଦୃଷ୍ଟିରେ ରଖି ଜିଲାପାଳମାନଙ୍କୁ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି।
ଘୂର୍ଣ୍ଣିବଳୟ ଯୋଗୁ ସୋମବାର ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ଲାଗିରହିଛି। ଚାନ୍ଦବାଲିରେ ୩୩.୯ ମି.ମି. ବର୍ଷା ହୋଇଥିବା ବେଳେ ପାରାଦୀପ ୫୦.୩, ଭୁବନେଶ୍ୱର ୩୪, ଭବାନୀପାଟଣା ୨୦.୬, ବଲାଙ୍ଗୀର ୪୨.୪, କୋରାପୁଟ ୨୮, ନୟାଗଡ଼ ୨୬ ଓ ତାଳଚେରରେ ୩୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ପୁଣି ଉଚ୍ଛେଦ ଆରମ୍ଭ: ୩ ଘରୋଇ ପ୍ଲଟ ଉଚ୍ଛେଦ ଲାଗି ଯୋଜନା

ପୁରୀ ଅଫିସ,୨୧ା୮: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ମେଘନା’ ପାଚେରୀ କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ଥିବା ଜାଗା ଖାଲି କରାଯିବ ।...

ବ୍ୟାଙ୍କ ଲକରରୁ ୩୩ ଲକ୍ଷ ଟଙ୍କାର ଅଳଙ୍କାର ଗାଏବ

ବରଗଡ଼ ଅଫିସ୍‌,୧୭।୨: ବରଗଡ଼ ସହରର ଏକ ବ୍ୟାଙ୍କ ଲକର୍‌ରୁ ଗ୍ରାହକଙ୍କ ୩୩ଲକ୍ଷ ୩୭ହଜାର ଟଙ୍କାର ସୂନା, ରୁପା ଅଳଙ୍କାର ଗାଏବ ହୋଇଯାଇଛି। ଏ ନେଇ ଗ୍ରାହକଙ୍କ...

ବିଏମ୍‌ସିର ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଦାୟ ସ୍ଥଗିତ

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ବିଏମ୍‌ସି ପକ୍ଷରୁ ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଦାୟ ସ୍ଥଗିତ ରଖାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏ...

ରାଜ୍ୟରେ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା...

ସ୍ବାଧୀନତା ସଂଗ୍ରାମୀଙ୍କୁ ଭେଟିଲେ ପ୍ରଶାସନିକ ଅଧିକାରୀ

ବରଗଡ଼ ଅଫିସ୍‌,୨୬।୧: ଦେଶବ୍ୟାପୀ ସାଧାରଣତନ୍ତ୍ର ଦିବସ ମଙ୍ଗଳବାର ପାଳନ କରାଯାଉଛି। ଏହି ଅବସରରେ ବରଗଡ଼ ଜିଲା ପ୍ରଶାସନ ପକ୍ଷରୁ ସଂଗ୍ରାମୀ ପୀଠ ପାଣିମୋରା ଗ୍ରାମରୁ ସ୍ବାଧୀନତା...

ପ୍ଲାଷ୍ଟିକ୍‌ ବର୍ଜନ ସଚେତନତା କାର୍ଯ୍ୟକ୍ରମ

ଲଇକେରା, ୧୪ା୯ (ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ପୂର୍ତ୍ତ ବିଭାଗର ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଲଇକେରା ପୂର୍ତ୍ତ ବିଭାଗ ତରଫରୁ ଏକ ପ୍ଲାଷ୍ଟିକ୍‌ ବର୍ଜନ ସଚେତନତା କାର୍ଯ୍ୟକ୍ରମ...

‘ଡିଜିଟାଲ ମାଧ୍ୟମ ଗଣତନ୍ତ୍ରରେ ସହଭାଗିତା ବୃଦ୍ଧି କରିବ’

ଭୁବନେଶ୍ୱର,୧୮ା୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ୫-ଟି ମନ୍ତ୍ର ମଧ୍ୟରେ ଟେକ୍ନୋଲୋଜି(ବୈଷୟିକ ବିଦ୍ୟା) ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଡିଜିଟାଲ ମାଧ୍ୟମ ଦ୍ୱାରା ଲୋକମାନେ ଗଣତନ୍ତ୍ରରେ ସିଧାସଳଖ ଭାଗ ନେଇପାରିବେ।...

୧୧୫ କୋଟିର ଜିଏସ୍‌ଟି ଠକେଇ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଜାଲ୍‌ କମ୍ପାନୀ, ଜାଲ୍‌ ପଦବୀ, ଜାଲ୍‌ ବିଲ୍‌ ମାଧ୍ୟମରେ ଚାଲିଥିଲା ବହୁ କୋଟି ଟଙ୍କାର ଜିଏସ୍‌ଟି ଠକେଇ। ରାଜ୍ୟ ଜିଏସ୍‌ଟି ବିଭାଗର ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ୍‌...

Advertisement
Archives

Model This Week