ଲଘୁଖଣିଜ ପଦାର୍ଥ ପାଇଁ ଆସିବ ନୂଆ ନିୟମ: ୪ ରାଜ୍ୟ ଅନୁଧ୍ୟାନ କଲେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଟିମ୍‌

ଭୁବନେଶ୍ୱର, ୨।୨(ବ୍ୟୁରୋ): ରାଜ୍ୟର ବାଲି, ମୋରମ, ମାଟି, ଚିପ୍‌ସ ଭଳି ଲଘୁଖଣିଜ ସମ୍ପଦ ଆଉ ମନଇଚ୍ଛା ନିଲାମ ହେବ ନାହିଁ। ଏଥିପାଇଁ ରାଜ୍ୟ ସରକାର ଏକ ନୂତନ ରୁଲ୍‌ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏ ନେଇ ଅନ୍ୟ ରାଜ୍ୟରେ ଥିବା ବ୍ୟବସ୍ଥାକୁ ଅନୁଧ୍ୟାନ କରାଯାଉଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସ୍ବତନ୍ତ୍ର ସଚିବ ଆର.ଏନ. ପଲେଇଙ୍କ ନେତୃତ୍ୱରେ ଏକ ଟିମ୍‌ ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା ଏବଂ କର୍ନାଟକ ଗସ୍ତ କରି ସେଠାକାର ଲଘୁଖଣିଜ ପଦାର୍ଥଗୁଡିକୁ କିପରି ବ୍ୟବସ୍ଥିତ କରାଯାଇଛି ସେ ନେଇ ଅନୁଧ୍ୟାନ କରିଛନ୍ତି। ପଲେଇ ଏବଂ ଅତିରିକ୍ତ ସଚିବ ଅଭୟ ନାୟକ ୨୦୧୯ ଡିସେମ୍ବର ୧୬ ରୁ ୨୧ ତାରିଖ ଯାଏ ପଞ୍ଜାବ ଓ ରାଜସ୍ଥାନ ଗସ୍ତ କରିଥିବା ବେଳେ ସ୍ବତନ୍ତ୍ର ସଚିବ ଶଶଧର ନାୟକ ଡିସେମ୍ବର ୧୮ ଓ ୨୨ ତାରିଖରେ ତେଲେଙ୍ଗାନା ଓ କର୍ନାଟକ ଗସ୍ତ କରିଥିଲେ। ଏହି ଟିମ୍‌ ସେହି ସବୁ ରାଜ୍ୟରେ ନିଲାମ ପ୍ରକି୍ରିୟା, ଖୋଳା, ମୂଲ୍ୟ ନିର୍ଦ୍ଧାରଣ, ଯୋଗାଣ ପଦ୍ଧତି କ’ଣ, ଏଗୁଡିକ କିପରି ବ୍ୟବହାର ହେଉଛି ସେ ସମସ୍ତ ବିଷୟକୁ ଅନୁଧ୍ୟାନ କରି ରିପୋର୍ଟ ଦେଇଛନ୍ତି। ଏହାକୁ ତର୍ଜମା କରିବା ପରେ ରାଜ୍ୟର ଲଘୁଖଣିଜ ପଦାର୍ଥ ପାଇଁ ସ୍ବତନ୍ତ୍ର ଗାଇଡ ଲାଇନ ପ୍ରସ୍ତୁତ କରାଯିବ।

ଶନିବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଲଘୁଖଣିଜ ପଦାର୍ଥ କିପରି ସାଧାରଣ ଲୋକ, ଘରୋଇ ବ୍ୟବହାର ଏବଂ ଶିଳ୍ପ ସଂସ୍ଥାକୁ ଯୋଗାଇ ଦିଆଯିବ, ଖଣିଜ ପଦାର୍ଥ ପାଇଁ ରାଜ୍ୟରେ କିପରି ଏକ ଉତ୍ତମ ନୀତି କାର୍ଯ୍ୟକାରୀ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା। ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଲଘୁ ଖଣିଜ ପଦାର୍ଥ ପାଇଁ ରାଜ୍ୟରେ ଏକ ନିର୍ଦ୍ଦେଶାଳୟ ଗଠନ କରାଯାଇଛି। ପୁରୁଣା ବ୍ୟବସ୍ଥା ଅନୁଯାୟୀ ତହସିଲଦାରମାନେ ଲଘୁଖଣିଜ ପଦାର୍ଥଗୁଡିକୁ ନିଲାମ କରୁଛନ୍ତି। ରାଜସ୍ବ ବିଭାଗର ଏକ ଟିମ୍‌ ବିଭିନ୍ନ ରାଜ୍ୟ ଗସ୍ତ କରି ଅନୁଧ୍ୟାନ କରିଛନ୍ତି। ସେସବୁକୁ ତର୍ଜମା କରିବା ପରେ ରାଜ୍ୟ ପାଇଁ ଏକ ସମୟୋପଯୋଗୀ ପଲିସି ପ୍ରସ୍ତୁତ କରାଯିବ। ଏହି ବୈଠକରେ ଖଣି ଓ ଇସ୍ପାତ ସଚିବ ରାଜକୁମାର ଶର୍ମା, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତାରଣା ପାଇଁ ଗଲେ ଜେଲ

କୁଚିଣ୍ଡା,୧୧ା୮(ଡି.ଏନ.ଏ.): ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ କୁଚିଣ୍ଡା ଥାନା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ମହୁଲପାଲି ଥାନା ଭୁଲୁପଡା (ବାଉରୀଗୋଡା) ଗ୍ରାମର...

କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କଲେ ଶିଳ୍ପୀ

ଛେଣ୍ଡିପଦା,୧୪।୪(ସ୍ବ.ପ୍ର.)- କରୋନା ଯୋଦ୍ଧା ସାଜିଥିବା ରାଜ୍ୟ ପୋଲିସର ମନୋବଳ ବୃଦ୍ଧି ପାଇଁ ଛେଣ୍ଡିପଦା ବ୍ଲକ ଖମାର ଗ୍ରାମର ଶିଳ୍ପୀ ବୀରବର ବେହେରା ଓଡ଼ିଶା ପୋଲିସର ଏକ...

୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳାଙ୍କ ସମେତ ଡ୍ରାଇଭର ଗିରଫ

ବାଲେଶ୍ୱର ଅଫିସ,୨୭ା୮: ବାଲେଶ୍ୱର ଜିଲା ଜଳେଶ୍ବରରୁ ଶୁକ୍ରବାର ପୁଣି ବ୍ରାଉନସୁଗାର ଜବତ ହୋଇଛି। ଜିଲା ଅବକାରୀ ଦାୟିତ୍ୱରେ ଥିବା ଡେପୁଟି କମିଶନରଙ୍କ ନିର୍ଦ୍ଦେଶରେ ଜଳେଶ୍ବରରେ ୧୦...

୨୦୨୨ରୁ ପୁରୀରୁ ଉଡ଼ିବ ବିମାନ

ପୁରୀ ଅଫିସ,୪ା୭: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ୨୦୨୨ରୁ ପୁରୀରୁ ବିମାନ ଉଡ଼ିବା ନେଇ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୁରୀକୁ ଦେଶ...

ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ଆଜି ବାହୁଡ଼ା

ପୁରୁଣା ଭୁବନେଶ୍ୱର,୨।୪(ଡି.ଏନ୍‌.ଏ.): ରବିବାର ଶ୍ରୀଲିଙ୍ଗରରାଜଙ୍କ ବାହୁଡ଼ା ଯାତ୍ରା। ଭଉଣୀ ମା’ ରୁକୁଣା ଦେବୀ ପ୍ରଭୁ ଦୋଳଗୋବିନ୍ଦଙ୍କ ସାଙ୍ଗରେ ଧରି ଶ୍ରୀ ଲିଙ୍ଗରାଜ ରୁକୁଣା ରଥଯାତ୍ରାରେ ମାଉସୀ...

କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ମିଳୁ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଗୋଟିଏ ଅଞ୍ଚଳର ମାତୃଭାଷା ସେହି ଅଞ୍ଚଳର ମାତୃ ସଂସ୍କୃତିକୁ ଜନ୍ମ ଦିଏ। ଯେପରି ପଶ୍ଚିମ ଓଡ଼ିଶାର କୋସଲି ମାତୃଭାଷା କୋସଲି ମାତୃ ସଂସ୍କୃତିକୁ ଜନ୍ମ...

କଟକଣାରେ ଅଧିବେଶନ ଆରମ୍ଭ

ଭୁବନେଶ୍ୱର,୩୦ା୯(ବ୍ୟୁରୋ):ମଙ୍ଗଳବାରଠାରୁ ଷୋଡ଼ଶ ବିଧାନସଭାର ମୌସୁମୀ ଅଧିବେଶନ କରୋନା କଟକଣା ମଧ୍ୟରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଛି। ଯେଉଁ ବିଧାୟକମାନେ କରୋନା ସଂକ୍ରମିତ...

ଜାତୀୟ ପତାକାକୁ ଅସମ୍ମାନ କରି ପିଇଓ ଗିରଫ

ଗୋପ/କୋଣାର୍କ,୧୩।୧(ଡି.ଏନ୍‌.ଏ.): ଭାରତର ଜାତୀୟ ପତାକାକୁ ଅସମ୍ମାନ କରିଥିବା ଅଭିଯୋଗରେ କୋଣାର୍କ ଥାନା ପୋଲିସ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ଗୁରୁବାର ଗିରଫ କରିଛି। ସେ ହେଲେ...

Advertisement
Archives

Model This Week