ଲଗାଣ ବର୍ଷା, ସମସ୍ତ ଅଞ୍ଚଳ ଜଳମୟ: ଜେସିବି ଯୋଗେ ଗ୍ରାମବାସୀ ନିର୍ମାଣ କଲେ ଡ୍ରେନ୍‌

କୃଷ୍ଣପ୍ରସାଦ,୮ା୮(ଡି.ଏନ.ଏ.): କୃଷ୍ଣପ୍ରସାଦ ବ୍ଲକରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁ ସମସ୍ତ ଅଞ୍ଚଳ ଜଳମୟ ହୋଇଉଠିଛି। ବର୍ଷା ପାଣିରେ ଗାଁ ଦାଣ୍ଡ ଉବୁଟୁବୁ ହେଉଛି। ବର୍ଷା ଲାଗି ରହିବାରୁ ଏହା ବିଶେଷ ଭାବେ କୃଷି ଓ କୃଷକଙ୍କ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରିଥିଲେ ମଧ୍ୟ ସାଧାରଣ ଜୀବନ ବ୍ୟାହତ ହୋଇଛି। ଘରୁ ବାହାରିଲେ କେବଳ ଜଳ ହିଁ ଜଳ ଦୃଷ୍ଟିଗୋଚର ହେଉଛି। ମାଲୁଦ ଅଞ୍ଚଳର କରଣ ସାହି, ପାଇକ ସାହି, ରାଜାବଜାର କିଛି ଘର ଭିତରକୁ ପାଣି ପଶିଯିବାରୁ ଲୋକେ ହଇରାଣ ହୋଇଥିବା ସୂଚନା ମିଳିଛି। ସେହିଭଳି ପାରିକୁଦ, ଅଲ୍ଲୀପୁର, ପାଟନାସୀ, ଶ୍ରୀରାମପୁର, ରସକୁଦି ଅଞ୍ଚଳର ଗାଁ ଦାଣ୍ଡରେ ବର୍ଷା ଜଳ ପ୍ରବାହିତ ହେଉଛି। ଚିଲିକା ଜଳ ବଢ଼ି ଗାଁ ମୁହାଁ ହେବାରୁ କେତେଜଣ ଆତଙ୍କ ଓ ଆଶଙ୍କା ମଧ୍ୟରେ ଦିନ ବିତାଉଛନ୍ତି। ମାଲୁଦ ରାସ୍ତା ମଧ୍ୟ ଜଳରେ ଡୁବିଯାଇଥିବାରୁ ଲୋକଙ୍କ ଯାତାୟତରେ ଘୋର ସମସ୍ୟା ସୃଷ୍ଟି ହୋଇଛି। ବର୍ଷାଋତୁରେ ଜନସାଧାରଣ ହଇରାଣ ହେଉଥିବାରୁ ଏଠାରେ ଡ୍ରେନ ନିର୍ମାଣ ନିମନ୍ତେ ଦୀର୍ଘବର୍ଷ ଧରି ଦାବି ହୋଇଆସୁଛି। ତେବେ ପ୍ରଶାସନ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ମାଲୁଦ ଗ୍ରାମବାସୀ ଜେସିବିି ଦ୍ୱାରା ଅସ୍ଥାୟୀ ଡ୍ରେନ୍‌ କରି ଜଳ ନିଷ୍କାସନ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୀଡ଼ା ଭୋଗୁଛନ୍ତି ପ୍ରାଣୀଧନ

ବଇଣ୍ଡା, (ପରିକ୍ଷିତ ସାହୁ) ୩୦ା୮: କୃଷି ଅର୍ଥନୀତିର ପ୍ରମୁଖ ଅଙ୍ଗ ପ୍ରାଣୀ ସମ୍ପଦ। ଗୃହପାଳିତ ପ୍ରାଣୀଙ୍କ ଉପରେ ନିର୍ଭର କରେ ଚାଷୀଙ୍କ ସମୃଦ୍ଧି। ସେଥିପାଇଁ ଚାଷ...

ଶୁକ୍ରବାର ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ଶୁକ୍ରବାର ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିପାରନ୍ତି। ଏପରିକି ରାଜ୍ୟ ସରକାରଙ୍କ...

ବଲାଙ୍ଗୀର କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ

ବଲାଙ୍ଗୀର ଅଫିସ, ୧୮।୪: ବଲାଙ୍ଗୀର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସ (କିସ) ପରିସରରେ କାର୍ଯ୍ୟକ୍ଷମ କୋଭିଡ ହସ୍ପିଟାଲକୁ ଶନିବାର ମୁଖ୍ୟ ଶାସନ ସଚିବ ଅସିତ...

୨ ମାସରେ ୧୬,୮୨୦ ଲାଇସେନ୍ସ ବାତିଲ: ଡବଲ ହେଲ୍‌ମେଟ୍‌ ପାଇଁ ସର୍ବାଧିକ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ନୂତନ ମୋଟର ଯାନ ଆଇନ ଲାଗୁ କରାଯିବା ପରେ ପରିବହନ ବିଭାଗ ପକ୍ଷରୁ ଟ୍ରାଫିକ ନିୟମକୁ କଡାକଡି ପାଳନ କରାଯାଉଛି। ନିୟମ ଉଲ୍ଲଂଘନ କରୁଥିବା...

ଶପଥ ନେଲେ ଅଳକା

ଭୁବନେଶ୍ୱର,୧୩।୬(ବ୍ୟୁରୋ): ବ୍ରଜରାଜନଗର ବିଧାୟକ ଭାବେ ସୋମବାର ଶପଥ ନେଇଛନ୍ତି ଅଳକା ମହାନ୍ତି। ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇଛନ୍ତି। ଅଳକା...

ଭର୍ଚୁଆଲ ରାଲିରେ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ: ଲୋକଙ୍କ ପାଖରେ ପହଞ୍ଚାଅ କେନ୍ଦ୍ର ଯୋଜନା

ଅନୁଗୋଳ ଅଫିସ, ୨୩।୬- ମୋଦି ସରକାର ଅନୁଗୋଳ ଜିଲାକୁ ପ୍ରାଥମିକତା ଦେଇ ଆସୁଛନ୍ତି। କମର୍ସିଆଲ କୋଲ୍‌ ମାଇନିଂ ନିୟମରେ ପରିବର୍ତ୍ତନ ଅନୁଗୋଳ ଭଳି ଖଣି ସମୃଦ୍ଧ...

ନୀହାରିକା ହତ୍ୟା ମାମଲା: ୫ ବର୍ଷର ପ୍ରେମ, ତଥାପି ବିଗିଡ଼ିଗଲା ବୁଝାମଣା

ଜଗତ୍‌ସିଂହପୁର ଅଫିସ,୨୨ା୯: ଦୀର୍ଘ ୫ବର୍ଷ ହେଲା ପରସ୍ପରକୁ ଭଲ ପାଉଥିଲେ। ଅନେକ ସୁଖଦୁଃଖର ମୁହୂର୍ତ୍ତ ସାଥି ହୋଇ କଟାଇଥିଲେ। ଉଭୟଙ୍କ ପରିବାର ମଧ୍ୟ ପ୍ରେମକୁ ଦେଇଥିଲେ...

ଆସନ୍ତା ୨ ସୁଦ୍ଧା ସରିବ ଶ୍ରୀମନ୍ଦିର ଗର୍ଭଗୃତ ମରାମତି କାମ: ଏଏସ୍‌ଆଇ

ପୁରୀ ଅଫିସ, ୩୦।୬: ଶ୍ରୀମନ୍ଦିର ଭିତରେ କୌଣସି ପ୍ରକାର ବିପଦ ନାହିଁ। ବିଶେଷଜ୍ଞମାନଙ୍କ ଯାଞ୍ଚ ପରେ ଯେଉଁସବୁ କାମ କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା ତାହା...

Advertisement
Archives

Model This Week