Posted inଜାତୀୟ

ଲଗାଣ ବର୍ଷାରେ ବେହାଲ୍‌ ମଧ୍ୟପ୍ରଦେଶ: ଘରେ ପଶିଲା ପାଣି, ସ୍କୁଲ କଲେଜ ବନ୍ଦ

ଭୋପାଳ,୯।୯: ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ମଧ୍ୟପ୍ରଦେଶ। ସହରର ନାଳଗୁଡିକରେ ପାଣି ଉଛୁଳିପଡ଼ିଥିବା ବେଳେ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଲଗାଣ ବର୍ଷା ଯୋଗୁ ଭୋପାଳ, ବିଦିଶା, ସିହୋର, ରାୟସେନ,ମଣ୍ଡଲା, ଉଜୈନ, ଓ ନରସିଂହପୁର ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ମାଣ୍ଡଲାରେ ସର୍ବାଧିକ ୧୩୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କେବଳ ସେତିକି ନୁହେଁ ବର୍ଷା ଯୋଗୁ କେତେକ ଘରଗୁଡ଼ିକରେ ପାଣି ପଶିଯାଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନ୍ୟପଟେ ସିହୋରରେ ପାର୍ବତୀ ନଦୀ ଉଛୁଳିଥିବା ବେଳେ ଜବଲପୁର ନର୍ମଦା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଥିଯୋଗୁ ନର୍ମଦା ନଦୀର ୨୧ଟି ଗେଟ୍‌ ଖୋଲାଯାଇଛି। ସେହିପରି ସିବନୀ ଓ ବେନଗଙ୍ଗା ନଦୀରେ ୩ଜଣ ବ୍ୟକ୍ତି ଭାସିଯାଇଥିବା ନେଇ ସୂଚନା ରହିଛି। ପ୍ରବଳ ବର୍ଷା ଯୋଗୁ ଭୋପାଳ ସମେତ ୧୨ଟି ଜିଲାରେ ସୋମବାର ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଛି। ପାଣିପାଗ ବିଭାଗ ଅନୁସାରେ ସେପ୍ଟେମ୍ବର ୯ ଏବଂ ୧୦ରେ ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ସହରଗୁଡ଼ିକରେ ଆଲର୍ଟ ଜାରି କରାଯାଇଛି। ସେହିପରି ବନ୍ୟା ପ୍ରଭାବିତ ଲୋକଙ୍କୁ ଖୁବ୍‌ଶୀଘ୍ର ଚିହ୍ନଟ କରାଯାଇ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯିବା ପାଇଁ ରାଜ୍ୟ ଜନସର୍ମ୍ପକ ମନ୍ତ୍ରୀ ପି.ସି. ଶର୍ମା ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ତଳିଆ ଅଞ୍ଚଳଗୁଡିକର ଲୋକମାନଙ୍କୁ ତୁରନ୍ତ ସେଠାରୁ ସ୍ଥାନାନ୍ତରିତ କରାଯାଉ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁରେ ଚାଲିଲେ ମାନସିକଧାରୀ, ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼

ରିଷିଡା୧୪।୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଝାମୁଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମା’ ତାରିଣୀ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସିଲା ନୀତୀଶଙ୍କ ପ୍ରତିକ୍ରିୟା, ଭାବପ୍ରବଣ ହୋଇ ଲେଖିଲେ ଏମିତି…

ପାଟନା,୧୪।୪: ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନୀତୀଶଙ୍କ ଇସ୍ତଫା ପରେ ପାଟନାରୁ ଦିଲ୍ଲୀର…

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

ବିହାରରେ ‘ନୀତୀଶ ଯୁଗ’ ଶେଷ: ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା , କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?

ପାଟନା,୧୪।୪: ଆଜି ବିହାର ରାଜନୀତିରେ ଏକ ଐତିହାସିକ ଯୁଗର ଅନ୍ତ ହୋଇଛି। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

କିଏ ସେହି ସମ୍ରାଟ ଚୌଧୁରୀ, ଯିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ୧୯ ବର୍ଷ ବୟସରୁ ହୋଇଥିଲେ ମନ୍ତ୍ରୀ

ପାଟନା,୧୪।୪: ବିହାରରେ ଏକ ନୂତନ ରାଜନୈତିକ ଯୁଗ ଆରମ୍ଭ ହେବାକୁ ଯାଉଛି। ରାଜ୍ୟକୁ ଏହାର ନୂତନ ମୁଖ୍ୟମନ୍ତ୍ରୀ ମିଳିଛି। ସମ୍ରାଟ ଚୌଧୁରୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ସମ୍ରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri