ଲଗାଣ ବର୍ଷାରେ ଢେଙ୍କାନାଳ ବେହାଲ

ଢେଙ୍କାନାଳ ଅଫିସ,୨୪ା୧୦-ଢେଙ୍କାନାଳ ଜିଲାରେ ଗତ ଦୁଇଦିନ ଧରି ଲଗାଣବର୍ଷା ଜାରି ରହିଛି। ଫଳରେ ବିଭିନ୍ନ ଅଞ୍ଚଳ ଜଳମୟ ହୋଇପଡିଛି। ବୁଧବାର ଜିଲାରେ ୩୦୪.୩ ମିିଲିମିଟର ବର୍ଷା ହୋଇଥିବାବେଳେ ହିନ୍ଦୋଳରେ ସର୍ବାଧିକ ୬୬.୨ ମିଲିମିଟର ବର୍ଷା ହୋଇଛି। ସେହିପରି ଗୁରୁବାର ସକାଳ ସାଢେ ୮ଟାରୁ ଅପରାହ୍ନ ୫ଟା ମଧ୍ୟରେ ଜିଲାରେ ମୋଟ ୩୯୫.୭ ମିଲିମିଟର ବର୍ଷା ହୋଇଛି। ତନ୍ମଧ୍ୟରେ ଢେଙ୍କାନାଳ ସଦର ବ୍ଲକ ଓ ପୌରାଞ୍ଚଳରେ ସର୍ବାଧିକ ୭୮.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗଁଦିଆରେ ୫୬, ଓଡାପଡାରେ ୫୭, ହିନ୍ଦୋଳ ବ୍ଲକ ଓ ଏନ୍‌ଏସିରେ ୬୨, କାମାକ୍ଷାନଗର ବ୍ଲକ ଓ ଏନ୍‌ଏସିରେ ୩୧.୩, ଭୁବନ ବ୍ଲକ ଓ ଏନ୍‌ଏସିରେ ୫୩, ପରଜଙ୍ଗରେ ୩୧ ଓ କଙ୍କଡାହାଡରେ ୨୬.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜିଲା ଏବଂ ସହରରେ ଥିବା ସମସ୍ତ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ଗୁଡିକ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବନ୍ଦ ରହିଥିବା ଜରୁରୀ ଓ ଆପାତ୍ତକାଳିନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର ସୂଚନା ଦେଇଛନ୍ତି। ସେହିପରି ବର୍ଷା ଯୋଗୁ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଯାଇଥିବା କଂକ୍ରିଟ ରାସ୍ତା, ଗୋପବନ୍ଧୁ ବଜାରସ୍ଥିତ ସହରର ପ୍ରମୁଖ ରାସ୍ତା ଏବଂ ବିଭିନ୍ନ ଅଞ୍ଚଳ ଜଳମୟ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ଲକ୍ଷ୍ମୀପୂଜା ଅବସରରେ ଢେଙ୍କାନାଳକୁ ବ୍ୟବସାୟ ପାଇଁ ଆସିଥିବା ଉଠା ଦୋକାନୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ସ୍ମାର୍ଟଫୋନ ମନା

ପୁରୀ ଅଫିସ,୭ା୧୨: ଏଣିକି ଶ୍ରୀମନ୍ଦିରରେ ସ୍ମାର୍ଟଫୋନ୍‌ ବ୍ୟବହାର ହୋଇପାରିବ ନାହିଁ। ଛତିଶା ନିଯୋଗ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। କେବଳ କି ପ୍ୟାଡ ଫୋନ୍‌...

ହାତୀ ଭୟରେ ବନ୍ଦ ହେଲା ସ୍କୁଲ, ଜଣେ ଆହତ

ବାଙ୍ଗିରିପୋଷି,୭ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଜାରି ରହିଛି। ଶୁକ୍ରବାର ଝିଙ୍କପାହାଡି ଗ୍ରାମରେ ହାତୀ ପଶି ବ୍ୟାପକ ଫସଲ...

ବିନା ଶ୍ରଦ୍ଧାଳୁରେ ମାଘ ସପ୍ତମୀ ବୁଡ଼

କୋଣାର୍କ,୮।୨(ଡି.ଏନ୍‌.ଏ.): ପୂର୍ବ ବର୍ଷ ଭଳି ଚଳିତବର୍ଷ ମଧ୍ୟ କରୋନା କଟକଣା ଯୋଗୁ ବିନା ଶ୍ରଦ୍ଧାଳୁରେ ମାଘସପ୍ତମୀ ବୁଡ଼ ସମାପନ ହୋଇଛି। ସୋମବାର ଭୋର ରାତି ୪ଟାରେ...

ଯୁବକଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

ଛତିଆ,୬ା୬(ଡି.ଏନ୍‌.ଏ.): ବଡ଼ଚଣା ବ୍ଲକ ଛତିଆ ପଞ୍ଚାୟତ ଏକଡ଼ାଳିଆ ଗ୍ରାମର ଭାଗ୍ୟଧର ପ୍ରଧାନ(୨୪) ବୁଧବାର ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗୁରୁବାର ସକାଳୁ ପରିବାର ଲୋକେ...

ରାସ୍ତାକଡ଼ରେ ଗଜା ଗଛ ଗୋଦାମ

କାଳିଆପାଣି,୩୧ା୩(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ପଞ୍ଚାୟତର ଗୁରୁଜଙ୍ଗ ଓସ୍ତପାଳ ଗ୍ରାମରେ ବହୁଳ ଭାବେ ଗଜା (ଛୋଟ) ଗଛ କଟାଯାଇ ରାସ୍ତାକଡ଼ରେ (ଗୋଦାମ)ପରି...

କଟନୀ ଛଟନୀରେ ଚାଲିଛି ଧାନ କିଣା

ନୂଆପଡ଼ା ଅଫିସ,୬।୧୨: ନୂଆପଡା ଜିଲାରେ ଚାଷୀ ସୁବିଧାରେ ଧାନ ବିକ୍ରୟ କରି ଉଚିତ ପାଉଣା ପାଇବା ପାଇଁ ନଭେମ୍ବର ୩୦ରୁ ଖରିଫ ଧାନ ସଂଗ୍ରହ ପାଇଁ...

ଋଷିକୁଲ୍ୟାରେ ଶ୍ରଦ୍ଧାଳୁଙ୍କ ବାରୁଣୀ ସ୍ନାନ

ପୁରୁଷୋତ୍ତମପୁର,୩୧।୩(ଡି.ଏନ.ଏ.): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀରେ ବୁଧବାର ମହାବାରୁଣୀ ସ୍ନାନ ଲାଗି ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା।...

ଗୋବିନ୍ଦପୁର ପଞ୍ଚାୟତ ୭୨ ଘଣ୍ଟିଆ ଶଟ୍‌ଡାଉନ

ଧାମନଗର, ୨୫।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ଜଣେ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଉକ୍ତ ଆକ୍ରାନ୍ତ ଜଣକ ଗାଁର ଅନ୍ୟମାନଙ୍କ...

Advertisement
Archives

Model This Week