ବୈପାରିଗୁଡ଼ା,୫।୪(ଡି଼.ଏନ୍.ଏ.): କରୋନାକୁ ନେଇ ଚାରିଆଡ଼େ ଆତଙ୍କିତ ପରିସ୍ଥିତି। ସବୁଠି ଲକ୍ ଡାଉନ୍। ବାହାରକୁ ନ ଆସିବାକୁ ପୋଲିସ ଡାକବାଜି ଯନ୍ତ୍ରରେ ପ୍ରଚାର କରୁଛି। ଗୋଷ୍ଠୀଗତ ଭାବେ ଗୋଟିଏ ସ୍ଥାନରେ ରୁଣ୍ଡ ନ ହେବାକୁ ନିୟମ କରାଯାଇଛି। ନିୟମ ଖିଲାପ କରୁଥିବା ଲୋକଙ୍କୁ ପୋଲିସ ଦଣ୍ଡ ଦେଉଛି। ତଥାପି ଏହାକୁ ଖାତିର ନ କରି ଚୈତ୍ର ପର୍ବ ଆଳରେ ଲୋକେ ସଙ୍ଘଵଦ୍ଧ ଭାବେ ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗ ହୋଇଛି। ଗତ ଗୁରୁବାର କୋରାପୁଟ ଜିଲା ବୈପାରିଗୁଡା ବନାଞ୍ଚଳ ଅଧୀନସ୍ଥ କେନୁଗୁଡା ପଞ୍ଚାୟତ ଭାଲୁଗୁଡା ଗ୍ରାମର କେତେକ ଆଦିବାସୀ ଯୁବକ ବେଣ୍ଟ କରିଥିଲେ। ସେମାନେ ଗୋଡେଇ ଗୋଡେଇ ଠେଙ୍ଗାରେ ପିଟି ପିଟି ୫ଟି ଠେକୁଆ ଶିକାର କରି ସନ୍ଧ୍ୟାରେ ଉତ୍ସବ ମନାଇଥିଲେ। ଖବର ପାଇ ବନ ବିଭାଗ ଚଢାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଆଣି ଅଟକ ରଖି ପରେ ଛାଡ଼ିଦେଇଥିଲା। ଏ ସମ୍ପର୍କରେ ଵନାଞ୍ଚଳ ଅଧିକାରୀ ଦିବ୍ୟା ମାଧୁରୀ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ଘଟଣାଟି ସତ। କିନ୍ତୁ ମୃତ ଠେକୁଆଙ୍କ ଦେହାବଶେଷ ଜବତ ହୋଇପାରି ନ ଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁ ନାହିଁ।

ସହରରେ ବଢ଼ୁଛି ଯାଯାବରଙ୍କ ସଂଖ୍ୟା
ଅନୁଗୋଳ ଅଫିସ, ୨୩।୭ ଅନୁଗୋଳ ସହରରେ ଦିନକୁ ଦିନ ଯାଯାବରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସହରର ବିଭିନ୍ନ ସ୍ଥାନରେ ଏମାନେ ଅସ୍ଥାୟୀ ଶିବିର କରି ସେଠାରେ...

ମହାଶିବରାତ୍ରି ଉପଲକ୍ଷେ ଜାତୀୟସ୍ତରୀୟ ଭଜନ ସମାରୋହ: ୧୦ଜଣଙ୍କୁ ‘ଏକାମ୍ର ଶ୍ରୀ’ ସମ୍ମାନ
ପୁରୁଣା ଭୁବନେଶ୍ୱର,୨୨।୨(ଡି.ଏନ୍.ଏ.): ମହାଶିବରାତ୍ରି ଉପଲକ୍ଷେ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ଅସ୍ଥାୟୀ ଭଜନ ମଣ୍ଡପରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଅନୁଷ୍ଠାନ ପକ୍ଷରୁ ଅହୋରାତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ...

ଗାନ୍ଧିଜୀଙ୍କ ହତ୍ୟା ତଥ୍ୟ ପିଲାଙ୍କୁ ଲୁଚା ନ ଯାଉ
ଭୁବନେଶ୍ୱର, ୧୪ା୧୧(ବ୍ୟୁରୋ): ରାଜ୍ୟର ସମସ୍ତ ସ୍କୁଲରେ ପିଲାଙ୍କୁ ଦିଆଯାଇଥିବା ଦୁଇ ପୃଷ୍ଠାର ଏକ ଲିଫ୍ଲେଟରେ ଗାନ୍ଧିଜୀଙ୍କ ବର୍ବର ହତ୍ୟାକୁ ଉଲ୍ଲେଖ ନ କରି ମିଥ୍ୟା ତଥ୍ୟ...

ଜେଲ୍ରେ ଫିନାଇଲ ପିଇ ମହିଳା କଏଦୀଙ୍କ ଜୀବନ ଗଲା
ଜୟପୁର,୯ା୫(ନି.ପ୍ର.): ଜୟପୁର ଉପଖଣ୍ଡ କାରାଗାରରେ ବିଚାରାଧୀନ ମାମଲାର ଜଣେ ମହିଳା କଏଦୀ ଫିନାଇଲ ପିଇ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମହିଳା କଏଦୀ ଜଣକ ଦୀର୍ଘଦିନ ହେଲା...

ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ
ବିଞ୍ଝାରପୁର,୨୪ା୬(ଡି.ଏନ.ଏ): ବିଞ୍ଝାରପୁର ବ୍ଲକ ଅଧୀନ ସିଂହପୁର ଖରସ୍ରୋତା ନଦୀରେ କୁମ୍ଭୀର କିଛିଦିନ ତଳେ ଦେଖିବାକୁ ମଳିଥିଲ। ଏହି ଘଟଣାପରେ ନଦୀକୁ ଲୋକେ ଯିବାକୁ ଭୟ ମନେ...

ମୁଖ୍ୟମନ୍ତ୍ରୀଙ୍କ କରୋନା ସ୍ଥିତି ସମୀକ୍ଷା: ଦୈନିକ ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର,୫ା୫(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ସମ୍ପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟତଃ ବାହାରୁ...

ଫିରିଙ୍ଗିଆରେ ଯବାନ-ମାଓବାଦୀ ଗୁଳି ବିିନିମୟ: ଖସି ଗଲେ ମାଓବାଦୀ ନେତା ମମତା, ସୁକ୍ରୁ, ବଣ୍ଟି
ଫୁଲବାଣୀ ଅଫିସ, ୨୦ା୧- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ରହିଛନ୍ତି। ଅଡନସୁଗା, ସାଉଲପଡା-ଲଦାପଦର ରାସ୍ତା ଓଡାବାଲି ଜଙ୍ଗଲରେ ଏସ୍ଓଜି ଯବାନ...

ଗାଧୋଇବା ବେଳେ ବ୍ରାହ୍ମଣୀରେ ବୁଡ଼ି ଯାଇଥିଲେ, ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
ପରଜଙ୍ଗ,୨୪।୫(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ନବୋଦୟ ବିଦ୍ୟାଳୟ ନିକଟ ବ୍ରାହ୍ମଣୀ ନଦୀର ଘାଟରେ ଗୁରୁବାର ଅପରାହ୍ନରେ ବୁଡ଼ି ଯାଇ ନିଖୋଜ...