ଲକ୍‌ ଡାଉନ ଅମାନ୍ୟକାରୀଙ୍କ ନାମରେ ମାମଲା

ଖୁଣ୍ଟା,୨୨ା୪(ଡି.ଏନ୍‌.ଏ.)-ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋରନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାର ଲକ୍‌ ଡାଉନର ଅବୋଧି ବଢ଼ାଇଛନ୍ତି। ଜନସଧାରଣଙ୍କୁ ଘରୁ ନ ବାହାରିବା ପାଇଁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ କେତେକ ବ୍ୟକ୍ତି ବେପରୁଆ ଭାବେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା ଓ ରହିବା ଇତ୍ୟାଦି କରୁଥିବା ଦେଖିବାକୁ ମିଳୁଛି। ଏହି ପରିପେକ୍ଷୀରେ ସୋମବାର ବାଲେଶ୍ୱରରୁ ଆସି ଖୁଣ୍ଟା ବ୍ଲକ ଅଞ୍ଚଳରେ ରହିଥିବା ଜଣେ ବ୍ୟକ୍ତିଙ୍କ ନାମରେ ଖୁଣ୍ଟା ଥାନା ପୋଲିସ ଏକ ମାମଲା(ନଂ. ୫୭/୨୦୨୦) ରୁଜୁ କରିଛି। ସୂଚନା ଅନୁଯାୟୀ, ଖୁଣ୍ଟା ବ୍ଲକ ଅଧୀନ ସପନଚୁଆ ପଞ୍ଚାୟତ ଗିରିଶଚନ୍ଦ୍ରପୁର ଗ୍ରାମର ଜଣେ ବ୍ୟକ୍ତି ଦୀର୍ଘଦିନ ହେଲା ବାଲେଶ୍ୱରରେ ରହି ଆସୁଥିଲେ। ତେବେ ସେ ଗ୍ରାମକୁ ଫେରି ଆସିଥିବା ଖବର ପାଇ ଖୁଣ୍ଟା ତହସିଲଦାର ସ୍ମରଣ କୁମାର ପୃଷ୍ଟି ,ବିଡ଼ିଓ ମାନସ ରଞ୍ଜନ ସାମଲ ,ଏବିଡ଼ିଓ ବସନ୍ତ କୁମାର ପୃଷ୍ଟି ଓ ସ୍ଥାନୀୟ ସରପଞ୍ଚଙ୍କ ସମେତ ଥାନା ଆଇଆଇସି ସ୍ବର୍ଣ୍ଣଲତା ମିଞ୍ଜଙ୍କ ନେତୃତ୍ୱରେ ଏକ ଟିମ୍‌ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହିତ ତାଙ୍କୁ ପଞ୍ଚାୟତ ପକ୍ଷରୁ ଖୋଲା ଯାଇଥିବା କ୍ୱାରାଣ୍ଟାଟାଇନ ସେଣ୍ଟରକୁ ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ

ଭଦ୍ରକ ଅଫିସ, ୧୯।୧- ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ରବିବାର ରମ୍ଭିଳା ଗ୍ରାମର ଜଣେ ନାବାଳିକାଙ୍କ ମୃତଦେହ ଚରମ୍ପା ରେଲୱେ ଲାଇନକଡ଼ ଏକ ପୋଖରୀରୁ ଉଦ୍ଧାର...

ସହରବାସୀଙ୍କୁ ଆପ୍‌ରେ ମିଳିବ ସୂଚନା

ଅନୁଗୋଳ ଅଫିସ୍‌, ୩।୭ ରାଜ୍ୟ ଗ୍ରାମୀଣ ବିକାଶ ଅନୁଷ୍ଠାନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଗୁରୁବାର ପୂର୍ବାହ୍ନରେ ଭିଡିଓ କନଫରେନ୍ସ ଜରିଆରେ କରୋନା...

ପଥଚାରୀଙ୍କ ଉପରେ ପଡିଲା ବରଗଛ

ଶଙ୍କରାଖୋଲ,୧୨ା୬(ଡି.ଏନ୍‌.ଏ.)- ଚକାପାଦ ବ୍ଲକ ଶଙ୍କରାଖୋଲ ଗ୍ରାମ ବରସାହି ଦେଇ ଯାଇଥିବା ୧୫୭ ନଂ. ଜାତୀୟ ରାଜପଥରେ ଶୁକ୍ରବାର ଏକ ବଡ ବରଗଛ ଉପୁଡି ଜଣେ ବ୍ୟକ୍ତିଙ୍କ...

ତଥ୍ୟ ସର୍ବଜନୀକରଣର ଭୂମିକା ଶୀର୍ଷକ କର୍ମଶାଳା: ପ୍ରଦୂଷଣ କମ୍‌ କର, ରେଟିଂ ନିଅ

ଅନୁଗୋଳ ଅଫିସ, ୧୦।୭-ଅନୁଗୋଳ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟରେ ‘ପରିବେଶ ପାରଦର୍ଶିତା ବୃଦ୍ଧି କରିବାରେ ତଥ୍ୟ ସର୍ବଜନୀକରଣର ଭୂମିକା’ ଶୀର୍ଷକ ଏକ କର୍ମଶାଳା ମଙ୍ଗଳବାର...

ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ନାହିଁ, ଘରେ ପଶିଲା ପାଣି

କର୍ଲାମୁଣ୍ଡା,୭।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମଙ୍ଗଳବାର ରାତିରୁ ବୁଧବାର ପର୍ଯ୍ୟନ୍ତ ବର୍ଷା ଲାଗିରହିଛି। ଫଳରେ କର୍ଲାମୁଣ୍ଡା ବ୍ଲକ ସଦର ବ୍ଲକ ନିୟୁ କଲୋନୀ ପଛପଟେ...

ଯୌତୁକଜନିତ ବଧୂ ହତ୍ୟା ଅଭିଯୋଗ

କଳିଙ୍ଗନଗର, ୫।୯(ଡି.ଏନ୍‌.ଏ.)- ଟମକା ଥାନା ଅନ୍ତର୍ଗତ ଗୋବରଧନପୁର ଗ୍ରାମରେ ବୁଧବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ଅଜୟ ବେହେରାଙ୍କ...

ଟ୍ରେଲର ଯିବା ପାଇଁ ଘଣ୍ଟା ଘଣ୍ଟା ବିଦ୍ୟୁତକାଟ: ଉପଭୋକ୍ତା ହଇରାଣ

ଝୁମ୍ପୁରା, ୧୧।୮ (ଡି.ଏନ.ଏ.)-ବର୍ଷା ନାହିଁ ପବନ ନାହିଁ। ଗତ ଶୁକ୍ରବାର ରାତି ୧୦ଟା ବେଳେ, ହଠାତ୍‌ ଝୁମ୍ପୁରା ଅଞ୍ଚଳର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦିଆଗଲା।...

ବଜାର କମିଟି ନାଁରେ ଫେରାଦ ଘଟଣା : ଏସ୍‌ପିଙ୍କୁ ଭେଟିଲେ ବ୍ୟବସାୟୀ

କୋରେଇ,୭ା୬(ସ୍ବ.ପ୍ର.) : ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ପାଇଁ ପୋଲିସ ବାହିନୀ ଗଠିତ ହୋଇଥିଲେ ମଧ୍ୟ କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ପ୍ରରାଚନାରେ ସେମାନେ କର୍ତ୍ତବ୍ୟରେ ଅବହେଳା କରୁଥିବା...

Advertisement


Archives

Model This Week

Why Dharitri