ଲକ୍‌ ଡାଉନ୍‌ ବେଳେ ଦେଶୀ ମଦ ଜବତ: ୧୧ ଗିରଫ

ପାଇକମାଲ, ୧୯।୪ (ଡି.ଏନ.ଏ.)- ପାଇକମାଲ ପୋଲିସ ୩ଟି ସ୍ଥାନରୁ ଚଢ଼ାଉ କରି ୧୭୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଛି । ଏହି ଘଟଣାରେ ୧୧ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପାଇକମାଲ ଥାନା ନିଲାଥର ଗ୍ରାମର ଆନନ୍ଦ ସାହୁ (୨୪), କେନାବୁଦା ଗ୍ରାମର ଶ୍ୟାମସୁନ୍ଦର ଧରୁଆ (୫୬),ଝାରବନ୍ଧ ବ୍ଲକ ତୁର୍ଲା ଗ୍ରାମର ପଞ୍ଚାନନ ବେହେରା (୩୦),ଖଗେଶ୍ୱର ବେହେରା (୨୪), ଲହଙ୍ଗିର ଗ୍ରାମର ଅକ୍ଷୟ ସାହୁ (୩୫), ରୋହିତ ଛତ୍ରିଆ (୨୫), ଫେଜରପୁର ଗ୍ରାମର ରମାକାନ୍ତ ସାହୁ (୩୫), ମାୟାରାମ ସୋନି (୩୩), ସୁରେଶ ଲୁହାର (୩୭), ବଇଦପାଲିର ଦିନେଶ ଭୋଇ (୧୯), ନିର୍ମଳ ପ୍ରଧାନ (୨୬)। ଦେଶୀ ମଦ ଭାଟି ବନ୍ଦ ଓ ଲକ୍‌ ଡାଉନ ଯୋଗୁ ରାତ୍ରିରେ ଅଭିଯୁକ୍ତମାନେ ଫେଜରପୁର ଅଞ୍ଚଳରେ ଦେଶୀ ରନ୍ଧାମଦ କାରବାର ଚଳାଇଥିଲେ । ଏ ନେଇ ୩ଟି ମାମଲା(ନଂ. ୬୧/୬୨/୬୩/୨୦୨୦) ରୁଜୁ ହୋଇଛି । ସେମାନଙ୍କ ପାଖରୁ ୧୭୦ ଲିଟର ଦେଶୀ ରନ୍ଧା ମଦ, ୭ଟି ବାଇକ, ଟ୍ୟୁବ୍‌, ପ୍ଲାଷ୍ଟିକ ଡ୍ରମ, ପଲିଥିନ ବ୍ୟାଗ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ଝାଡ଼ାବାନ୍ତି, ୯ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ସଜନାଗଡ଼, ୧୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକର ବାଇଗଡ଼ିଆ ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି। ନୀଳଗିରି ବ୍ଲକର ମହିଷାପଟା...

ମାଟିତଳୁ ମିଳିଲା ନିଖୋଜ ଯୁବକଙ୍କ କଙ୍କାଳ, ହତ୍ୟା ପରେ ପୋତି ଦିଆଯାଇଥିବା ସନ୍ଦେହ

ଦଶମନ୍ତପୁର,୩୧ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚିକାମ୍ବ ପଞ୍ଚାୟତ ଅଞ୍ଚଳରୁ ମାଟିତଳୁ ଜଣେ ନିଖୋଜ ଯୁବକଙ୍କ ଅସ୍ଥି କଙ୍କାଳ ମିଳିଛି। ପଞ୍ଚାୟତର ବୋନାସିଲ ଓ ଧର୍ମଗୁଡ଼ା...

କନିଷ୍ଠ ଯନ୍ତ୍ରୀ ନିଖୋଜ: ଥାନାରେ ମାମଲା ରୁଜୁ

ଜୟପୁର, ୭।୧(ନି.ପ୍ର): କୋରାପୁଟ ଜିଲା ବୋରିଗୁମ୍ମାରେ କାର୍ଯ୍ୟରତ ଆରଡବ୍ଲୁଏସ୍‌ଏସ୍‌ର ଜଣେ କନିଷ୍ଠ ଯନ୍ତ୍ରୀ ସୋମବାର ନିଖୋଜ ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ଆରଡବ୍ଲୁଏସ୍‌ଏସ ଏସ୍‌ଡିଓ ବିସିଂହପୁର...

କାଳବୈଶାଖୀ: ଆଠମଲ୍ଲିକରେ ବ୍ୟାପକ କ୍ଷତି

ବଇଣ୍ଡା,୩।୬(ଡି.ଏନ.ଏ.)-କିଶୋରନଗର ବ୍ଲକରେ ରବିବାର ହୋଇଥିବା କାଳବୈଶାଖୀରେ ବଇଣ୍ଡା ଜନତା କଲେଜର ବ୍ୟାପକ କ୍ଷତି ହୋଇଛି। କଲେଜରେ ଥିବା ଅନେକ ଶ୍ରେଣୀ ଗୃହରୁ ଆଜବେଷ୍ଟସ ଉଡ଼ିଯାଇଛି। ସେହିପରି...

ସଡ଼କ ଦୁର୍ଘଟଣାରେ ବୃଦ୍ଧଙ୍କ ଜୀବନ ଗଲା

ପାଟଣା,୯।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଚାକୁଣ୍ଡାପାଳ ପଞ୍ଚାୟତ ସରଧାପୁର ବାୟା ମୁଣ୍ଡା ସାହିର ପାଣୁ ନାଏକ (୭୩) ନାମକ ଜଣେ ବୃଦ୍ଧଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ...

କେନ୍ଦୁଝରରେ କରୋନା ସ୍ଥିତି ଅସମ୍ଭାଳ: ଚିନ୍ତା ବଢାଉଛି ଆନନ୍ଦପୁର

କେନ୍ଦୁଝର, ୭ା୮(ଡି.ଏନ୍‌.ଏ.)-କେନ୍ଦୁଝର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁ ଥିବାବେଳେ ଗୁରୁବାର ଗୋଟିଏ ଦିନରେ ୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ...

ନିୟମ ଉଲ୍ଲଂଘନ ଅଭିଯୋଗ: ୪ ଦୋକାନ ସିଲ୍‌

ବ୍ରହ୍ମପୁର ଅଫିସ,୧୫ା୫-କରୋନା ପାଇଁ ଲକ୍‌ଡାଉନ୍‌ ଜାରି ରହିଛି। ଏହାକୁ ଉଲ୍ଲଂଘନ ଅଭିଯୋଗରେ ଗୁରୁବାର ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୪ ଦୋକାନ ସିଲ୍‌ କରାଯାଇଛି। ଏଥିସହ...

ଚୋରା ବାଲିଖାଦାନ ଉପରେ ପ୍ରଶାସନର ମିଳିତ ଚଢାଉ

ସଜନାଗଡ,୧୧।୬(ଡି.ଏନ୍‌.ଏ): ବାଲେଶର ଜିଲା ନୀଳଗିରି ତହସିଲ ଅଧିନ କାଠପାଳ ଅଞ୍ଚଳ ସ୍ଥିତ ସୋନ ନଦୀ ଘାଟରେ ବାଲି ମାଫିଆ ସକ୍ରିୟ ହୋଇଉଠିଛନ୍ତି। ବାଲି ଚୋରାଚାଲାଣ ହେଉଥିବା...

Coronavirus Update


Archives

Model This Week

Why Dharitri