ଲକ୍‌ଡାଉନ ବେଳେ ମହିଳାଙ୍କ ମଦବିରୋଧୀ ସ୍ବର: ଭାଙ୍ଗିଲେ ଭାଟି, ଢାଳିଦେଲେ ପୋଚ

ଦଶମନ୍ତପୁର,୧୬ା୪(ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚିକାମ୍ବ ପଞ୍ଚାୟତ ଉପର ଗଦଳା ଗାଁରେ ଲକ୍‌ଡାଉନ ବେଳେ ମଦ କାରବାର ବନ୍ଦ ନ ହେବା ପ୍ରତିବାଦରେ ତାତିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା। ଗୁରୁବାର ସେମାନେ ଗାଁରେ ମଦଭାଟି ଭଙ୍ଗାରୁଜା କରିବା ସହ ପୋଚ ଢାଳିଛନ୍ତି।
ଉଲ୍ଲେଖଯୋଗ୍ୟ, ଉପରଗଦଳା ଗାଁରେ ବ୍ୟାପକ ମଦ କାରବାର ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ଏହା ପ୍ରତିବାଦରେ ଗାଁର ୪ଟି ସ୍ବୟଂ ସହାୟକ ଗୋଷ୍ଠୀ ୩ ଦିନ ତଳେ ଥାନାରେ ଏତଲା ଦେଇଥିଲେ। ଅବକାରୀ ବିଭାଗ ଓ ସ୍ଥାନୀୟ ଥାନା ଏସ୍‌ଆଇ ବି.କେ. ପଣ୍ଡା ଗାଁରେ ଚଢ଼ାଉ ମଧ୍ୟ କରିଥିଲେ। କିନ୍ତୁ ଗାଁର ଜଣେ ମଦ ବ୍ୟବସାୟୀ ଏହାକୁ ବେଖାତିର କରି ପୁଣି ୪ ଡ୍ରମ ମହୁଲି ଫାସ ପକାଇଥିଲେ। ଖବର ପାଇ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ତାଙ୍କ ଘରେ ପହଞ୍ଚତ୍ ମହୁଲ ପୋଚକୁ ଗାଁ ଦାଣ୍ତରେ ଢାଳିଥିଲେ। ସବୁ ମଦ ବେପାରୀଙ୍କ ଘରେ ଚଢ଼ାଉ କରି ସେମାନେ ମଦ ସରଞ୍ଜାମ, ସାମଗ୍ରୀ ନଷ୍ଟ କରିବା ସହ ଗାଁରେ ଥିବା ୪ଟି ଦେଶୀ ମଦଭାଟିକୁ ଭଙ୍ଗାରୁଜା କରିଛନ୍ତି। ଗିର୍ଲିଗୁମ୍ମା ପଞ୍ଚାୟତ ଫୁଣ୍ଡାଗୁଡ଼ା ଗ୍ରାମର ଜଣେ ମଦ ବ୍ୟବସାୟୀ ମଧ୍ୟ ଖୋଲାଖୋଲି ବାଇକରେ ଦେଶୀମଦ ଧରି ବିକୁଥିବା ମହିଳାମାନେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନିମ୍ନମାନର ପଥର ପ୍ୟାକିଂକୁ ବିରୋଧ

ବାରିପଦା ଅଫିସ,୨୫।୨ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ କୂଳରେ ଚାଲିଥିବା ଆଡ଼ିବନ୍ଧ ଓ ସ୍ପର ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବାରୁ ଗ୍ରାମବାସୀ ଏହାକୁ...

ପଶ୍ଚିମବଙ୍ଗରେ ହିନ୍ଦୁ ପରିବାରକୁ ହତ୍ୟା ଘଟଣା : ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବଜରଙ୍ଗ ଦଳର ଦାବିପତ୍ର

ଫୁଲବାଣୀ ଅଫିସ, ୧୯ା୧୦: ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ପ୍ରକାଶ ପାଲ ଏବଂ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କ ସହ ୮ ବର୍ଷର ନିଷ୍ପାପ ପୁଅକୁ ଅତି ଜଘନ୍ୟ ଭାବେ...

ମଦ ଭାଟି ମ୍ୟାନେଜରଙ୍କଠାରୁ ୫ ଲକ୍ଷ ଲୁଟ୍‌ ଘଟଣା : ଡକାୟତି ଗ୍ୟାଙ୍ଗର ୪ ଗିରଫ, ୩ ଫେରାର

ବଅଁରପାଳ, ୭।୭ (ଡି.ଏନ୍‌.ଏ) – ହିନ୍ଦୋଳ ମଦଭାଟି ମ୍ୟାନେଜର ସୌରଭ ଯାଦବଙ୍କଠାରୁ ୫ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ସମ୍ପୃକ୍ତ ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍‌ଙ୍କ ସମେତ...

ମାହାଙ୍ଗା ଡବଲ ମର୍ଡର ଘଟଣା: କୋର୍ଟରେ ହାଜର ହେଲେ ଥାନାଧିକାରୀ

ନିଶ୍ଚିନ୍ତକୋଇଲି,୧୦ା୧୨(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଡବଲ ମର୍ଡର ଘଟଣା ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଶେଷରେ ଜେଏମ୍‌ଏଫ୍‌ସି ଆଦେଶ ଆଗରେ ମୁଣ୍ଡ ନୁଆଇଁଛି ପୋଲିସ।...

ଭୁବନେଶ୍ୱରରେ ବଜ୍ରକାପ୍ତା ଚାଲାଣ ର଼୍ୟାକେଟ

ଭୁବନେଶ୍ୱର,(ବ୍ୟୁରୋ)/ ବାରଙ୍ଗ, ୭।୮(ଡି.ଏନ୍‌.ଏ.) : ରାଜ୍ୟରେ ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ ଦିନକୁ ଦିନ ବଢିଚାଲିଛି। ବନକର୍ମଚାରୀ ଓ ଶିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ...

ଭଷ୍ମା ପୋଲିସ ହାତରେ ଧରାପଡ଼ିଲେ ୨ ଗଞ୍ଜେଇ ଚୋରା ଚାଲାଣକାରୀ

ସୁନ୍ଦରଗଡ,୧୨।୧(ଡି.ଏନ୍‌.ଏ.): ସୁନ୍ଦରଗଡ ଜିଲା ଭଷ୍ମା ଥାନା ପୋଲିସ ୨ଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨କେଜି ଗଞ୍ଜେଇ ଏବଂ ଗୋଟିଏ ବାଇକକୁ ଜବତ...

ପ୍ରତିଶ୍ରୁତି ଦେଇ ପ୍ରଶାସନ ପାର୍‌

ଅନୁଗୋଳ ଅଫିସ, ୪ା୧୦: ଅନୁଗୋଳରେ ଗାନ୍ଧୀଙ୍କ ସ୍ମୃତି ରକ୍ଷା ପାଇଁ ଜାଗା ଖଣ୍ଡେ ପାଉନି ଜିଲା ପ୍ରଶାସନ। ଗାନ୍ଧୀ ଜୟନ୍ତୀରେ ସତ୍ୟାଗ୍ରହରେ ବସିବା ପୂର୍ବରୁ ସର୍ବୋଦୟ ନେତ୍ରୀ...

କମରପଦା ଛକରେ ଦୁର୍ଘଟଣା: ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କଟକସଦର,୨୩।୨(ଡି.ଏନ୍‌.ଏ): କଟକ-ପାରାଦୀପ ୧୨ନଂ. ରାଜ୍ୟ ରାଜପଥ କମରପଦା ଛକରେ ରବିବାର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ...

Advertisement
Archives

Model This Week