ଲକ୍‌ଡାଉନ ପ୍ରଭାବ: ବଡ଼ ପରଦାରେ ରିଲିଜ୍‌ ହେବ ନାହିଁ ଫିଲ୍ମ ‘ଗୁଲାବୋ ସିତାବୋ’

ମୁମ୍ବାଇ: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ମୁକାବିଲା ପାଇଁ ଦେଶବ୍ୟାପି ଲକ୍‌ଡାଉନ ଜାରି ରହିଥିବାରୁ ବହୁ ଫିଲ୍ମ ଶୁଟିଂ ଓ ରିଲିଜ୍‌ ବନ୍ଦ ରହିଛି। ସେଥିମଧ୍ୟରୁ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଗୁଲାବୋ ସିତାବୋ’ ଅନ୍ୟତମ। ଲକ୍‌ଡାଉନ ଯୋଗୁ ଏହି ଫିଲ୍ମ ରିଲିଜ୍‌ ହୋଇପାରି ନ ଥିବା ବେଳେ ଏହାକୁ ନେଇ ବହୁ କଳ୍ପନା ଜନ୍ପନା ଲାଗି ରହିଥିଲା। ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ନିର୍ଦ୍ଦେଶକ ସୁଜିତ ସରକାର ଏନେଇ ଏକ ଘୋଷଣା କରିଛନ୍ତି। ଫିଲ୍ମ ଗୁଲାବୋ ସିତାବୋ ବଡ଼ ପରଦାରେ ରିଲିଜ୍‌ ହେବା ପରିବର୍ତ୍ତେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଜୁନ ୧୨ରେ ଏହି ଫିଲ୍ମକୁ ଆମାଜନ ପ୍ରାଇମ୍‌ ଭିଡିଓରେ ରିଲିଜ୍‌ କରାଯିବ ବୋଲି ଜଣାପଡ଼ିଛି। ଏହି ଖବର ଜଣାପଡ଼ିବା ପରେ ଅଭିନେତା ଓ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଫିଲ୍ମ ଗୁଲାବୋ ସିତାବୋ ପ୍ରତ୍ୟେକଙ୍କ ଜୀବନର ଏକ ସାରାଂଶ ହୋଇଥିବା ବେଳେ ଏହି ଡ୍ରାମା ଓ କମେଡ଼ି ଫିଲ୍ମକୁ ଲକ୍‌ଡାଉନ ସମୟରେ ପରିବାର ସହ ଘରେ ଦେଖନ୍ତୁ ବୋଲି ଅମିତାଭ ଦର୍ଶକଙ୍କୁ ନିବେଦନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଭବନରେ କରୋନା ଆକ୍ରାନ୍ତ ମୃତଦେହ ନେଇ ମା’-ବାପା ଫେରାର

କଟକ ଅଫିସ,୧।୮: କରୋନା ଆକ୍ରାନ୍ତ ଶିଶୁର ହସ୍ପିଟାଲରେ ମୃତ୍ୟୁ ହେବା ପରେ ତାକୁ ଧରି ମା’ ବାପା ସେଠାରୁ ଫେରାର ହୋଇଯାଇଛନ୍ତି। କଟକସ୍ଥିତ ଶିଶୁଭବନରେ ଶୁକ୍ରବାର...

ଗଞ୍ଜାମରେ ସୁରଟ ଫେରନ୍ତାଙ୍କୁ ବିରୋଧ: ଟେକାପଥର ମାଡ଼, ପୋଲିସର ଲାଠି ଚାଳନା

ଛତ୍ରପୁର,୮।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଗୁରୁବାର ରାତିରେ ସୁରଟ ଫେରନ୍ତାଙ୍କୁ ରଖିବାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏପରିକି ପୋଲିସ...

ଫଟୋ ଶେୟାର କରି ଚର୍ଚ୍ଚାରେ ବବି ଦେଓଲ

ବବି ଦେଓଲ ବର୍ତ୍ତମାନ ସମୟରେ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ରହୁନାହାନ୍ତି, ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ସେତିକି ଚର୍ଚ୍ଚାକୁ ଆସିଛନ୍ତି। ଏହି...

ସକ୍ରିୟ ମାମଲା ୨ ହଜାର ଉପରେ…

ନୂଆଦିଲ୍ଲୀ, ୨୫।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

୫ ଷ୍ଟାର୍‌ ହୋଟେଲରେ ନୁହଁ,ବରଂ ୧୭୬ ବର୍ଷ ପୁରୁଣା ମିଲ୍‌ରେ ହେବ ରିସେପ୍ସନ୍‌

ଆଉ କିଛି ଦିନ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍‌ ଅଭିନେତା ଅଲି ଫାଜଲ ଏବଂ ରିଚା ଚଢା। ଉଭୟଙ୍କ ବିବାହ ଯେତେ ପାଖେଇ...

ଦୈନିକ ସଂକ୍ରମଣ ଥମୁନି, କେରଳ ପାଲଟିଛି ହଟ୍‌ସ୍ପଟ୍‌…

ନୂଆଦିଲ୍ଲୀ,୧୯।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ...

ଭାରତରେ ସରିଆସୁଛି କରୋନା ଆୟୁଷ: ମେ’ ୨୧ ସୁଦ୍ଧା ୯୭% ବିଲୋପ

ନୂଆଦିଲ୍ଲୀ,୨୮ା୪: ମହାମାରୀ କରୋନା(କୋଭିଡ୍‌-୧୯)କୁ ପ୍ରତିହତ କରିବା ପାଇଁ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ। ଫଳରେ କୋଟି କୋଟି ଲୋକ ନିଜ...

ଅଧିକ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ଯିବେ ପିଣ୍ଟୁ ନନ୍ଦ

ଭୁବନେଶ୍ୱର,୭।୨ (ବ୍ୟୁରୋ):ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର ଲିଭର୍‌ ସିରୋସିସ୍‌ ଜନିତ ରୋଗରେ ପୀଡ଼ିତ ଥିବାବେଳେ ଅଧିକ ଚିକିତ୍ସା ପାଇଁ ମଙ୍ଗଳବାର ଦିଲ୍ଲୀ ଯିବେ। ତାଙ୍କୁ ଦିଲ୍ଲୀସ୍ଥିତ...

Advertisement
Archives

Model This Week