ଲକ୍‌ଡାଉନ ପରେ ବୋଲରମାନେ ଲୟକୁ ଫେରିବା କଷ୍ଟକର: ଲି

ମୁମ୍ବାଇ,୨୭।୫(ପି.ଟି.): ଲକ୍‌ଡାଉନ ଉଠିବା ପରେ ବୋଲରମାନେ ସେମାନଙ୍କ ଲୟ ଫେରିପାଇବା ପାଇଁ ସଂଘର୍ଷ କରିବେ ଓ ଏହା କଷ୍ଟକର ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ୍‌ ଲି କହିଛନ୍ତି। ସବୁ ଫର୍ମାଟ ପାଇଁ ଫିଟ୍‌ନେସ ହାସଲ କରିବାକୁ ହେଲେ ବୋଲରମାନଙ୍କୁ ଅତିକମ୍‌ରେ ୮ ସପ୍ତାହ ଆବଶ୍ୟକ ହେବ ବୋଲି ସେ କହିଛନ୍ତି। ପୂର୍ବରୁ ମଧ୍ୟ ଆଇସିସି ବୋଲରମାନଙ୍କ ପାଇଁ ପ୍ରସ୍ତୁତି ସମୟ ଧାର୍ଯ୍ୟ କରିଛି। ଟେଷ୍ଟ କ୍ରିକେଟକୁ ଫେରିବାକୁ ହେଲେ ବୋଲରମାନଙ୍କ ପାଇଁ ୧୨ ସପ୍ତାହ, ଦିନିକିଆ ପାଇଁ ୬ ସପ୍ତାହ ଓ ଟି୨୦ ପାଇଁ ୫ ସପ୍ତାହ ସମୟ ଧାର୍ଯ୍ୟ କରାଯାଇଛି।
ଲକ୍‌ଡାଉନ୍‌ ପରେ ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ସମାନ ପ୍ରକାର ପରିସ୍ଥିତ ସୃଷ୍ଟି ହେବ ଓ ଲୟକୁ ଫେରିବାକୁ ଉଭୟ ସଂଘର୍ଷ କରିବେ। ଫର୍ମ ଫେରିପାଇବାକୁ ବୋଲରଙ୍କୁ ଟିକିଏ ଅଧିକ ସମୟ ଲାଗିବ। ପୂରା ପେସ୍‌ ହାସଲ କରିବାକୁ ହେଲେ ବୋଲରଙ୍କୁ ସାଧାରଣତଃ ୬ରୁ ୭ ମାସ ସମୟ ଲାଗିବ ବୋଲି ଲି ଷ୍ଟାର ସ୍ପୋଟର୍‌ସ ଶୋ ‘କ୍ରିକେଟ କନେକ୍ଟେଡ’ରେ କହିଛନ୍ତି। ପୂରା ପେସ୍‌ରେ ବୋଲିଂ କରିବାକୁ ଓ ମ୍ୟାଚ୍‌ ଫିଟ୍‌ନେସ ହାସଲ କରିବାକୁ ହେଲେ ଦିନିକିଆ ଓ ଟେଷ୍ଟ କ୍ରିକେଟ ପାଇଁ ୮ ସପ୍ତାହ ଲାଗିବ।
ମେ ୨୧ ତାରିଖରେ ଇଂଲଣ୍ଡର ଦୁଇ ଦ୍ରୁତ ବୋଲର କ୍ରିସ୍‌ ଓ୍ବକ୍ସ ଓ ଷ୍ଟୁଆର୍ଟ ବ୍ରଡ ପ୍ରଥମ କ୍ରିକେଟର ଭାବେ କରୋନା ଭାଇରସ୍‌ ସଂକ୍ରମଣ ପରେ ବ୍ୟକ୍ତିଗତ ଟ୍ରେନିଂକୁ ଫେରିଛନ୍ତି। ସେହିପରି ଭାରତୀୟ ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର ପ୍ରଥମ ବିସିସିଆଇ ଚୁକ୍ତିବଦ୍ଧ ଖେଳାଳିଭାବେ ଗତ ଶନିବାରଠାରୁ ଟ୍ରେନିଂ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ୧ଲକ୍ଷ ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୭।୭: ବେଳକୁ ବେଳ ଡରାଇ ଚାଲିଛି କରୋନା ମହାମାରୀ। ରାଜଧାନୀ ଦିଲ୍ଲୀରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଥିବା ବେଳେ ଏହାକୁ...

ଓଡ଼ିଶାର ଟେଷ୍ଟିଂ ଜାତୀୟ ହାରଠାରୁ ଅଧିକ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ମହାମାରୀ କରୋନା ସହ ଲଢ଼େଇ ଲମ୍ବା ଲଢ଼େଇ। ଓଡ଼ିଶାକୁ ଏହି ରୋଗ ପ୍ରବେଶ କରିବାର ପ୍ରାୟ ଦୁଇମାସ ହୋଇଗଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର...

ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ; କଟକଣା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ସାଢ଼େ ୪ କୋଟି ଓଡ଼ିଆ ମୋ ପରିବାର। ପ୍ରତିଟି ଓଡ଼ିଶାବାସୀଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ। ସେମାନଙ୍କର ସୁରକ୍ଷା ମୋର ବଡ଼ ଦାୟିତ୍ୱ। ରାଜ୍ୟ...

ଧୋନୀଙ୍କ ଏହି ୫ ରେକର୍ଡ, ଯାହା ଭାଙ୍ଗିବା କଷ୍ଟକର

ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ତାଙ୍କର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଜୁଲାଇ ୭, ୧୯୮୧ରେ ଜନ୍ମ ହୋଇଥିବା ଧୋନୀ ୧୫...

ଅହମ୍ମଦାବାଦରେ ଖେଳାଯିବ ଦିବାରାତ୍ର ଟେଷ୍ଟ

କୋଲକାତା, ୨୧ା୧୦ (ପି.ଟି.)- ଆସନ୍ତାବର୍ଷ ପ୍ରଥମ ଭାଗରେ ଇଂଲଣ୍ଡର ଭାରତ ଟୁର୍‌ ବେଳେ ଅହମ୍ମଦାବାଦରେ ଦିବାରାତ୍ର ପିଙ୍କ୍‌ ବଲ ଟେଷ୍ଟ ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ...

ବିନା ଟ୍ରଫିରେ ଶେଷ ହୋଇଯିବ କି ବିରାଟଙ୍କ ଆଇପିଏଲ୍‌ କ୍ୟାରିୟର୍‌

ୟୁଏଇ,୨୧।୯: ବିରାଟ କୋହଲିଙ୍କ ପାଇଁ ଗତ କିଛି ଦିନ ହେବ ଭଲ ଚାଲୁ ନାହିଁ। କିଛି ଦିନ ହେବ ନିଜ ଫର୍ମକୁ ନେଇ ଚିନ୍ତିତ ଥିବାବେଳେ...

ରାଜ୍ୟରେ କମିଲା ସଂକ୍ରମଣ ସଂଖ୍ୟା: ଗତ ୨୪ଘଣ୍ଟାରେ ୨ହଜାରରୁ କମ୍‌ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍‌ ଉପର ତଳ ମୁହାଁ ହେଉଥିବା ବେଳେ ଦୈନିକ ସଂକ୍ରମଣ ୨ହଜାର ଭିତରେ ରହୁଛି। ଇତିମଧ୍ୟରେ ମଙ୍ଗଳବାର...

ଫ୍ରାନ୍ସ୍‌ରେ କରୋନାର ପଞ୍ଚମ ଲହର…

ପ୍ୟାରିସ୍‌,୧୧।୧୧: ଫ୍ରାନ୍ସ୍‌ରେ କରୋନା ମହାମାରୀ ସଂକ୍ରମଣର ପଞ୍ଚମ ଲହର ଆରମ୍ଭ ହୋଇଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟମନ୍ତ୍ରୀ ଓଲିଓ୍ବିୟର ଓ୍ବେରନ ଦେଶରେ...

Advertisement
Archives

Model This Week