ଲକ୍‌ଡାଉନ: ଡିଜିଟାଲ ଇଣ୍ଡିଆ ପାଇଁ ବଡ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦। ୩: ଡିଜିଟାଲ ଇଣ୍ଡିଆ ଯୋଗୁ ଆପ୍‌ ସେବା ଯୋଗାଣ କରୁଥିବା କମ୍ପାନୀଗୁଡିକ ଏବେ ସମସ୍ୟାରେ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରିଥିବା ବେଳେ ଏହା ଏବେ ଡିଜିଟାଲ ଇଣ୍ଡିଆ ପାଇଁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଆପ୍‌ ଭିତ୍ତିକ ପ୍ଲାଟଫର୍ମରେ ସେବା ପାଉଥିବା ଦେଶର କୋଟି କୋଟି ଗ୍ରାହକ ଏବେ ସେବାରୁ ବଞ୍ଚିତ ହୋଇଛନ୍ତି। କ୍ୟାବ୍‌ ସେବା ପ୍ରଦାନକାରୀ ଉବର, ଓଲା ଠାରୁ ଆରମ୍ଭ କରି ଡୋରଷ୍ଟେପରେ ଖାଇବା ଡେଲିଭରି ଦେଉଥିବା କମ୍ପାନୀ ସ୍ବିଗି, ଜୋମାଟୋ ସହ ବିଗ୍‌ବାସ୍କେଟ, ଗ୍ରୋଫରର ସେବାରେ ଏବେ ବାଧା ଉପୁଜିଛି। ଏହି ସେବାଗୁଡିକ ଏବେ ଠପ୍‌ ହୋଇଯାଇଥିବା ବେଳେ ଡିଜିଟାଲ ଇଣ୍ଡଷ୍ଟ୍ରିରେ ବେତନ କାଟ ଏବଂ ଚାକିରି ସଙ୍କଟ ଦେଖାଯିବା ନେଇ ଆଶଙ୍କା ଉପୁଜିଛି।
କୋଭିଡ-୧୯ ଲକ୍‌ଡାଉନ ପାଇଁ କର୍ମଚାରୀମାନଙ୍କର ବେତନରେ ହ୍ରାସ କରାଯିବା ନେଇ ଜୋମାଟୋ ସିଇଓ ଦିପିନ୍ଦର ଗୋୟଲ ସ୍ପଷ୍ଟ କରିଛନ୍ତି। ଓବର ଏବଂ ଓଲା ଡ୍ରାଇଭର ଏବେ ସେମାନଙ୍କ ଘରେ ହାତବାନ୍ଧି ବସିଛନ୍ତି। କଟକଣା ଲାଗିଥିବାରୁ ଖାଦ୍ୟ ଏବଂ ଗ୍ରୋସରୀ ଡେଲିଭରି ଦେଉଥିବା କର୍ମଚାରୀମାନେ ମଧ୍ୟ ବାହାରକୁ ଆସୁନାହାନ୍ତି। ଏହି କଟକଣାକୁ କମ୍‌ କରିବା ଲାଗି ସରକାର କମ୍ପାନୀଗୁଡିକର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ହେଲେ ସାରା ଦେଶରେ ସ୍ବାଭାବିତ ସ୍ଥିତି ଆସିନାହିଁ। ଆମାଜନ, ଫ୍ଲିପକାର୍ଟ , ମିନ୍ତ୍ରା ଭଳି ପ୍ରମୁଖ ଇ-କସର୍ମ ସାଇଟଗୁଡିକ ଏବେ ଅର୍ଡର ନେବା ବନ୍ଦ କରି ଦେଇଛନ୍ତି। ଘରେ ଯୋଗ କରିବା କରିବା ଲାଗି ଉବର ଏହାର ଡ୍ରାଇଭରଙ୍କୁ କହିଛି। ଏପଟେ ଓଲା ସିଇଓ ତାଙ୍କ ଗୋଟିଏ ବର୍ଷର ବେତନ ଦାନ କରିଛନ୍ତି। ଡ୍ରାଇଭରଙ୍କ ଋଣ ଛାଡ, ବିଳମ୍ବ ଦେୟ ପ୍ରଦାନ କ୍ଷେତ୍ରରେ ଟିକସ ଛାଡ କରିବାକୁ ଓଲା ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ଏହା ହେଲେ ଡ୍ରାଇଭରମାନେ କରୋନା ପ୍ରଭାବକୁ କମ୍‌ କରିବାରେ ସହାୟକ ହେବ ବୋଲି ଏଥିରେ କୁହାଯାଇଛି। କମ୍ପାନୀ କହିଛି ଯେ, ଏହାର ଡ୍ରାଇଭରଙ୍କୁ ବୀମା ଏବଂ ମେଡିକାଲ ସୁବିଧା ପ୍ରଦାନ କରାଯାଇଛି। ଏହାବାଦ ସେମାନଙ୍କ ଭଡା ଚାର୍ଜକୁ ମଧ୍ୟ ରିହାତି ପ୍ରଦାନ କରାଯାଇଛି।
ଫୁଡ ଡେଲିଭରି ଚେନ୍‌ରେ ଦୈନିକ ମଜୁରୀ ଭିତ୍ତିରେ କାମ କରୁଥିବା ବ୍ୟକ୍ତି ବିଶେଷ, ଅଣ କୁଶଳୀ ହୋଟେଲ ଷ୍ଟାଫ, ଡେଲିଭରୀ ବୟ ଏବେ ମେଟ୍ରୋ ଛାଡି ସେମାନଙ୍କ ଘରୁକ ପଳାୟନ କରିଛନ୍ତି। ଯେଉଁମାନେ ଘରକୁ ଯାଇ ପାରିନାହାନ୍ତି ସେମାନେ ଏବେ ଲକ୍‌ଡାଉନରେ କୌଣସି କାମ ନ କରି ବସି ରହିଛନ୍ତି। ଦେଶର କିଛି ସ୍ଥାନରେ ଆବଶ୍ୟକ ସାମଗ୍ରୀ ଡେଲିଭରି ପାଇଁ ଲୋକ ଆବଶ୍ୟକ ହେଉଥିଲେ ମଧ୍ୟ ଚାହିଦା ପୂରଣ କରିବା ସହ ଠିକ୍‌ ସମୟରେ ଡେଲିଭରି ଦେବା ଏବେ କଷ୍ଟକର ହୋଇ ପଡୁଛି। ଏଭଳି ଅସୁବିଧାରୁ ଅନଲାଇନ ସେବା ପ୍ରଦାନକାରୀଙ୍କୁ ବାଦ ଦିଆଯିବା ନେଇ ସରକାର ପଦକ୍ଷେପ ନେଉଥିଲେ ମଧ୍ୟ ସାରା ଦେଶରେ ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର...

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ନୂଆବର୍ଷରେ ଦେଶକୁ ବଡ଼ ଉପହାର, ଏହି ରୁଟରେ ଦୌଡ଼ିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ, ଜାଣନ୍ତୁ କେତେ ରହିବ ଭଡା

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ (ଜାନୁଆରୀ ୧) କେନ୍ଦ୍ରର ମୋଦି ସରକାର ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ପ୍ରଦାନ କରିଛନ୍ତି। ରେଳ ମନ୍ତ୍ରଣାଳୟ ପ୍ରଥମ...

ବିମାନ ଉଡ଼ାଇବା ପୂର୍ବରୁ ମଦ ପିଇଦେଇଥିଲେ ଏୟାରଇଣ୍ଡିଆ ପାଇଲଟ: ଆଉ ତା’ପରେ…

ଓଟାଓ୍ବା,୧।୧: କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଛି। ଡିସେମ୍ବର ୨୩, ୨୦୨୫ରେ ଭାନକୁଭର-ଦିଲ୍ଲୀ (ଭିଏନା ଦେଇ) ଉଡ଼ାଣ...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

ନୂଆବର୍ଷ ପାଳନବେଳେ ବଡ଼ଧରଣର ବିସ୍ଫୋରଣ: ଅନେକ ମୃତ

ବର୍ନ,୧।୧: ସ୍ବିଜରଲାଣ୍ଡ ପ୍ରସିଦ୍ଧ ସହର କ୍ରାନ୍ସ-ମୋଣ୍ଟାନାରେ ନୂତନ ବର୍ଷ ପାଳନ ସମୟରେ ଏକ ବାରରେ ବିସ୍ଫୋରଣ  ଘଟିଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri