ଲକ୍‌ଡାଉନ ଖୋଲିବା ପରେ ପୁଣି ଫେରିଲା କରୋନା: ଚାଇନାରେ ୧୮ ନୂଆ ସଂକ୍ରମିତ ଚିହ୍ନଟ

ବେଜିଂ,୨୨।୬: କରୋନା ମହାମାରୀ ସାରା ବିଶ୍ୱରେ ତା’ର ଉପସ୍ଥିତି ଜାହିର କରି ସାରିଥିବା ବେଳେ କିଛି ଦେଶରେ ଏହା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଗତ ଡିସେମ୍ବରରୁ ପ୍ରଥମ କରି ଚାଇନାରେ ଦେଖାଦେଇଥିବା ଏହି ଭାଇରସ ଧୀରେ ଧୀରେ ସାରା ବିଶ୍ୱକୁ ବ୍ୟାପି ଯାଇଛି। ସଂକ୍ରମଣକୁ ରୋକିବାକୁ ବିଶ୍ୱର ପ୍ରାୟ ଅଧିକାଂଶ ଦେଶରେ ସରକାର ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଯେତେବେଳେ ଏହାର ପ୍ରକୋପ କମ୍‌ ହୋଇଛି ସେତେବେଳେ ପୁଣିଥରେ କିଛି ଦେଶରେ ଲନ୍‌ଲକ୍‌ ଘୋଷଣା କରାଯିବା ସହ ସାଧାରଣ ଜୀବନ ଯାତ୍ରା ସ୍ବାଭାବିକ ହେବାରେ ଲାଗିଛି। ହେଲେ ଲନ୍‌ଲକ୍‌ ହୋଇଥିବା କିଛି ଦେଶରେ ଏବେ ପୁଣିଥରେ କରୋନା ଫେରିଥିବା ସେଠାକାର ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟି ଗଲାଣି। ଏହିସବୁ ଦେଶ ମଧ୍ୟରେ ରହିଛି ଅଷ୍ଟ୍ରେଲିଆ, ତୁର୍କୀ, ପାଲେଷ୍ଟାଇନ ଓ ଆଉ କିଛି ଦେଶ। ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ ମହମ୍ମଦ ଶତୟେଦ ପଶ୍ଚିମର ହବୋନରେ ପୁଣିଥରେ ଲକ୍‌ ଡାଉନ ଘୋଷଣା କରିଥିବା ଦେଖାଯାଇଛି। ହବୋନରେ ଶନିବାର ୧୦୩ ନୂଆ ପଜିଟିଭ ଚିହ୍ନଟ ହେବା ପରେ ଏହା ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ତେବେ ଗତ ମାର୍ଚ୍ଚ ମାସରୁ କରୋନା ସଂକ୍ରମଣ ମାମଲାରେ ଏହା ସର୍ବାଧିକ ବୋଲି କୁହାଯାଉଛି। ସେହିପରି ତୁର୍କିରେ ୨ ସପ୍ତାହର ଲକ୍‌ଡାଉନ କୋହଳ ପରେ ରାଷ୍ଟ୍ରପତି ପୁଣିଥରେ ଇସ୍ତାନବୁଲ, ଇଜମିର ଓ ବୁରସାରେ ପୁଣିଥରେ ୧୪ ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି। କାରଣ ଏଠାରେ ପ୍ରତିଦିନ ୧ ହଜାରରୁ ୧,୫୦୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି। ଅନ୍ୟପଟେ ଚାଇନାରୁ ଆରମ୍ଭ ହୋଇଥିବା କରୋନା ପୁଣିଥରେ ସେଠାକାର ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ସେଠାରେ ରବିବାର ରାତି ସୁଦ୍ଧା ୧୮ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଣ୍ଡନ ବ୍ରିଜ୍‌ରେ ଛୁରାମାଡ଼

ଲଣ୍ଡନ,୩୦ା୧୧: ଲଣ୍ଡନ ବ୍ରିଜ୍‌ରେ ଜଣେ ଛୁରାଧାରୀଙ୍କ ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ପୋଲିସ ଗୁଳିରେ ସମ୍ପୃକ୍ତ ଆକ୍ରମଣକାରୀ ନିହତ ହୋଇଛନ୍ତି। ଏହା ଏକ ଆତଙ୍କବାଦୀ...

ରାୟଗଡ଼ାରେ ଗୋଟିଏ ଗ୍ରାମରୁ ଚିହ୍ନଟ ହେଲେ ୭୪ ପଜିଟିଭ

ରାୟଗଡା ଅଫିସ, ୩।୭: ରାଜ୍ୟରେ ଶୁକ୍ରବାର ଗୋଟିଏ ଦିନରେ ୫୬୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ରାୟଗଡ଼ା ଜିଲାରୁ ୭୬ଜଣ ରହିଛନ୍ତି । ତେବେ...

ବିମାନରେ ସାପ, ଯାତ୍ରୀଙ୍କ ମଧ୍ୟରେ ଆତଙ୍କ…

ଟାମ୍ପା,୧୯।୧୦ : ଫ୍ଳୋରିଡ଼ାର ଟାମ୍ପା ସହରରୁ ନ୍ୟୁଜର୍ସି ଅଭିମୁଖେ ଉଡାଣ କରୁଥିବା ବିମାନରେ ସାପ ମିଳିଛି। ସାପ ମିଳିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ନେ...

ଜେଲରୁ ୧୮ଶହ କଏଦୀ ଫେରାର

ଆବୁଜା, ୭ା୪: ନାଇଜେରିଆର ଦକ୍ଷିଣପୂର୍ବ ଅଞ୍ଚଳରେ ସୋମବାର ରାତିରେ ପୋଲିସ, ସେନା ବିଲ୍ଡିଂ ସହ ଏକ ଜେଲ୍‌କୁ ବନ୍ଧୁକଧାରୀମାନେ ଟାର୍ଗେଟ କରିଛନ୍ତି। ଏହାର ସୁଯୋଗ ନେଇ...

CORONAVIRUS UPDATE: ଯାଜପୁରରୁ ଆଉ ୨ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୬କୁ ବୃଦ୍ଧି

ଭୁବନେଶ୍ୱର, ୨।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି କ୍ରମରେ ଶନିବାର ଅପରାହ୍ନରେ ଯାଜପୁରରୁ ଆଉ ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ଶ୍ରଦ୍ଧାଞ୍ଜଳି ସଭାରେ ଆକ୍ରମଣ

କାବୁଲ,୭ା୩(ଏ.ଏଫ୍‌.ପି.): ଆଫଗାନିସ୍ତାନ ରାଜଧାନୀ କାବୁଲରେ ଏକ ରାଜନୈତିକ ସଭା ଚାଲିଥିବାବେଳେ ଆକ୍ରମଣ ହୋଇଛି। ଏଥିରେ ଅନୂ୍ୟନ ୨୯ ଜଣ ନିହତ ଓ ୩୦ ଆହତ ହୋଇଛନ୍ତି।...

ଚାଇନାର ବ୍ରେନ୍‌ ଡ୍ରେନ୍‌ ଯୋଜନା, ତାଇଓ୍ବାନ ଇଞ୍ଜିନିୟରଙ୍କୁ ଅଧିକ ଦରମାରେ ଦେଉଛି ନିଯୁକ୍ତି…

ବେଜିଂ, ୫।୫ : ପଡୋଶୀ ଦେଶଙ୍କୁ ହଇରାଣ କରିବା ପାଇଁ ଚାଇନା ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଥାଏ। ତାଇଓ୍ବାନକୁ ସମସ୍ୟାରେ ପକାଇବା ଲାଗି ଚାଇନା...

ଏୟାର ଇଣ୍ଡିଆର ଦିଲ୍ଲୀ-ଲୁଧିଆନା ବିମାନ ଯାତ୍ରୀ କରୋନା ପଜିଟିଭ୍‌: କ୍ୱାରାଣ୍ଟାଇନ୍‌ରେ ୩୬ ଯାତ୍ରୀ-୪ କର୍ମଚାରୀ

ନୂଆଦିଲ୍ଲୀ,୨୭।୫: ଦିଲ୍ଲୀ-ଲୁଧିଆନା ଏୟାର ଇଣ୍ଡିଆ ବିମାନର ଜଣେ ଯାତ୍ରୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରିପୋର୍ଟ ମିଳିବା ପରେ ଯାତ୍ରୀ ଜଣଙ୍କ ଯାତ୍ରା...

Advertisement
Archives

Model This Week