Posted inକଟକ

ଲକ୍‌ଡାଉନ କଟକଣାକୁ ଫୁ, ହାଟରେ ଜମୁଛି ଭିଡ଼

ଚୌଦ୍ୱାର,୩୧ା୩(ଡି.ଏନ୍‌.ଏ)- କରୋନା ସଂକ୍ରମଣକୁ ରୋକିବା ଲାଗି ସରକାର କରିଥିବା ଲକ୍‌ଡାଉନ ଘୋଷଣାକୁ ମଙ୍ଗଳବାର ୭ଦିନ ହୋଇଯାଇଛି। ଇତି ମଧ୍ୟରେ ଗଣମାଧ୍ୟମଠାରୁ ଆରମ୍ଭ କରି ସରକାରୀସ୍ତରରେ ସଚେତନତା କରିବା ସହ ଘରେ ରହିବାକୁ ନିବେଦନ କରାଯାଉଛି। କିନ୍ତୁ ଏହି ଲକଡାଉନ କଟକଣାକୁ ଫୁ କରି ଚୌଦ୍ୱାର ଅଞ୍ଚଳର ଓଟିଏମ୍‌ ପରିବା ମାର୍କେଟରେ କେତେକ ବ୍ୟବସାୟୀ, ଲୋକ ହାଟରେ ଭିଡ଼ କରୁଛନ୍ତି। ସାମାଜିକ ଦୂରତା ନ ରଖିବାବେଳେ ପ୍ରାୟ ବ୍ୟବସାୟୀ ବିନା ବ୍ୟବଧାନରେ ବେପାର କରିବା ଭଳି ଦେଖାଯାଇଛି। ଫଳରେ ଲୋକମାନେ ମଧ୍ୟ ମନଇଚ୍ଛା ଭିଡ଼ କରି ଯିବାଆସିବା କରିବା ସହ ନିୟମକୁ ବେଖାତିର କରୁଛନ୍ତି। ଗତ କିଛିଦିନ ତଳେ ପୌରପାଳିକା ଓ ଚୌଦ୍ୱାର କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ପରିବା ମାର୍କେଟରେ ଜନଗହଳି ହେଉଥିବା ଲକ୍ଷ୍ୟ ରଖି ସେହି ବଜାରର ପରିବା ବ୍ୟବସାୟୀ ମାନଙ୍କ ପାଇଁ ୫୫ନଂ ଜାତୀୟ ରାଜପଥ କଡରେ ଥିବା ଜାଗା ଚିହ୍ନଟ କରି ସେଠାରେ ବ୍ୟବସାୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ବ୍ୟବସାୟ କରୁଥିବା ଦେକାନୀ ଓ ଗ୍ରାହକଙ୍କ ମଧ୍ୟରେ ସମଦୂରତା ରକ୍ଷା ହେବା ସହିତ ଗହଳି ଲାଗି ରହିବ ନାହଁି ା ଏଥି ସହିତ ଦୋକାନ ସାମନାରେ ଗୋଲ ବୁଲାଯିବା ଓ ଧାଡି ହୋଇ ଗ୍ରାହକଙ୍କୁ ସରୁଖୁରୁରେ ପରିବା ଦେଇହେବ। ହେଲେ ଏସବୁ ନିୟମକୁ ହେୟ ମନେକରି କିଛି ଦୋକାନୀ ଚିରାଚରିତ ଢଙ୍ଗରେ କାରବାର କରୁଛନ୍ତି। ଏଭଳି ପରିସ୍ଥିତ ଲାଗିରହିଲେ ଚୌଦ୍ୱାରରେ ଭୂତାଣ ବ୍ୟାପିବାର ଆଶଙ୍କା ରହିଛି। ସ୍ଥାନୀୟ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ଅସୁସ୍ଥ ହାତୀର ସ୍ବାସ୍ଥ୍ୟରେ ଉନ୍ନତି

ନରାଜ,୨୮।୯(ଡି.ଏନ୍‌.ଏ.): ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ବାଅଁ।ରାଠାରେ ଗୁରୁବାରଠାରୁ ଏକ ମାଈ ହାତୀ ଅସୁସ୍ଥ ହୋଇପଡ଼ିଥିଲା। ଚିକିତ୍ସକ ଓ ବନ ବିଭାଗ ରାତିତମାମ ଜଗରହି ଚିକିତ୍ସା କରିବାରୁ ଶୁକ୍ରବାର...

୪୦ ବର୍ଷ ଧରି ସମାନ ସ୍ଥିତି: ଅସରାଏ ବର୍ଷାରେ ଘରେ ପଶୁଛି ପାଣି; ସ୍ଥାୟୀ ସମାଧାନ ଦାବି

ଚୌଦାର,୧୨।୭(ଡି.ଏନ୍‌.ଏ.): ମାସେ ନୁହେଁ କି ବର୍ଷେ ନୁହେଁ। ଆଜକୁ ୪୦ବର୍ଷରୁ ଊର୍ଦ୍ଧ୍ୱ ଦିନ ହେବ ବାସଗୃହ କରି ରହିଛନ୍ତି ଲୋକେ । ହେଲେ ଅସରାଏ ବର୍ଷା...

ମାଛ ଧରିବାକୁ ଯାଇ ନିଖୋଜ ଯୁବକ: ଚାଲିଛି ଖୋଜା

ନିଶ୍ଚିନ୍ତକୋଇଲି,୧୩।୯(ସ୍ବପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ପଟନାଲିରେ ଭାସି ଜଣେ ଯୁବକ ନିଖୋଜ ଅଛନ୍ତି। ସେ ହେଲେ ନତକାଇ ପଞ୍ଚାୟତ ଏକୁରିଖ ଗ୍ରାମର ସଞ୍ଜୟ...

ମୁଣ୍ଡ ଟେକିଲାଣି ଡି-ବ୍ରଦର୍ସ ଗ୍ୟାଙ୍ଗ୍‌

କଟକ ଅଫିସ,୧୩।୮: ଅନେକ ଦିନର ବ୍ୟବଧାନ ପରେ ଗ୍ୟାଙ୍ଗଷ୍ଟାର ଧଳସାମନ୍ତ ଭ୍ରାତାଙ୍କ ଡି-ଗ୍ୟାଙ୍ଗ ସହରରେ ପୁଣି ମୁଣ୍ଡ ଟେକିଲାଣି। ଗ୍ୟାଙ୍ଗର ପୂର୍ବତନ ସଦସ୍ୟଙ୍କୁ ଫେରାଇଆଣି ଧଳସାମନ୍ତ...

ଇକୋ ରିଟ୍ରିଟ୍‌ରେ ନିଆଁ

ନରସିଂହପୁର (ସ୍ବ.ପ୍ର.)/ଭୁବନେଶ୍ୱର,୧।୩(ବ୍ୟୁରୋ): କଟକ ଜିଲା ନରସିଂହପୁର ବ୍ଲକ ବାଲିପୁଟସ୍ଥିତ ସାତକୋଶିଆ ଇକୋ ରିଟ୍ରିଟ୍‌ରେ ରବିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟି ୩ ବିଳାସପୂର୍ଣ୍ଣ ଟେଣ୍ଟ ଜଳିଯାଇଛି।...

‘ଶୁଣାଣିରେ ଭାଗ ନେଇ ନ ଥିଲେ ସତ୍ୟପାଠ ଦାଖଲ କର’

କଟକ ଅଫିସ/କୁଜଙ୍ଗ (ଡି.ଏନ.ଏ.),୧୨ା୩ : ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଢିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ବିବାଦ ଜାରି ରହିଛି। ପ୍ରକଳ୍ପକୁ ବିରୋଧ...

ଲୁଟେରା ସୟିଦ, ସଦାମ ଗିରଫ

କଟକ ଅଫିସ,୨୮।୫: ସହରର ଦୁଇ ବଡ଼ ଲୁଟ୍‌ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରିଛି ଲାଲବାଗ ଥାନା ପୋଲିସ। ସେମାନେ ଓଡ଼ିଆ ବଜାରର ସୟିଦ ଖାନ (୩୬)...

ଦୋଷ ଛଡ଼ାଇବାକୁ ଉଦ୍ୟମ

କଟକ ଅଫିସ,୧୫ା୭: ଏସ୍‌ସିବିକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ଜୋରସୋର ଉଦ୍ୟମ ଚଳାଇଛନ୍ତି। ଏପରି କି ଏଠାରେ ବିଭିନ୍ନ ସମୟରେ ଆଧୁନିକ ପ୍ରଣାଳୀରେ ଚିକିତ୍ସା...

Advertisement
Archives

Model This Week