ଲକ୍‌ଡାଉନ ଉଲ୍ଲଂଘନକାରୀଙ୍କୁ ଉଠ୍‌ବସ୍‌ କଲା ପୋଲିସ

ବିନିକା,୨୯ା୩(ଡି.ଏନ୍‌.ଏ.) ଲକ୍‌ଡାଉନ୍‌ ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ସୁବର୍ଣ୍ଣପୁର ଜିଲା ବିନିକା ଥାନା ପୋଲିସ। ବିନା କାରଣରେ ରାସ୍ତାକୁ ଆସୁଥିବା ଯୁବକଙ୍କୁ ଉଠ୍‌ବସ କରିଛି। ବିନିକା-ସୋନପୁର ମୁଖ୍ୟରାସ୍ତାର ଡଭଲା ଛକରେ ଶନିବାର ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ବିନିକା ଥାନାଧିକାରୀ କୁଶ ପାଣିଗ୍ରାହୀଙ୍କୁ ପଚାରିବାରୁ କରୋନା ପାଇଁ ଏବେ ସାରା ଦେଶରେ ସତର୍କତା ଅବଲମ୍ବନ କରାଯାଉଛି। ନିଜ ଘର ହିଁ ସମସ୍ତଙ୍କ ପାଇଁ ସୁରକ୍ଷା କେନ୍ଦ୍ର। ମାତ୍ର ଏହାକୁ ଅମାନ୍ୟ କରି ମିଛ ବାହାନା ଦେଖାଇ କେତେଜଣ ଯୁବକ ବିନା କାରଣରେ ରାସ୍ତାକୁ ଆସୁଛନ୍ତି। ସେମାନଙ୍କୁ ଉଚିତ୍‌ ଶିକ୍ଷା ଦେବାକୁ ପୋଲିସ ଏଭଳି କରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୃହ କାର୍ଯ୍ୟାଦେଶ ବିଲ୍‌ ପାଇଁ ଲାଞ୍ଚ: ବାର୍ତ୍ତାଳାପ ରେକର୍ଡିଂ ଶୁଣାଇଲେ ହିତାଧିକାରୀ

କାମାକ୍ଷାନଗର, ୧।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସୋଗର ପଞ୍ଚାୟତରେ ଆବାସ ଯୋଜନାର ବିଲ୍‌ ପୈଠ ପାଇଁ ବ୍ୟାପକ ଲାଞ୍ଚ କାରବାର ହେଉଛି। ଏଥିରେ ପିଇଓଙ୍କ ସମ୍ପୃକ୍ତି...

କରୋନା ପ୍ରଭାବ: ନାଲ୍‌କୋରେ ଉତ୍ପାଦନ କମିବା ଆଶଙ୍କା

ବଅଁରପାଳ, ୨୪।୩(ଡି.ଏନ.ଏ.): କରୋନା ସଂକ୍ରମଣ ପ୍ରତିହତ କରିବାକୁ ସାରା ଦେଶରେ ଲାଗୁ କରାଯାଇଛି ଲକ୍‌ଡାଉନ୍‌। ଏହାର ଗଭୀର ପ୍ରଭାବ ପଡ଼ିଛି ଶିଳ୍ପାନୁଷ୍ଠାନ ଉପରେ। ନବରତ୍ନ ମାନ୍ୟତାପ୍ରାପ୍ତ...

ମଦ ବନ୍ଦ ପାଇଁ ମହିଳା ସଂଘର ମେଳି

ତୁମୁଡିବନ୍ଧ,୧୦।୬(ଡି.ଏନ୍‌.ଏ.)- ତୁମୁଡିବନ୍ଧ ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦ ଚୋରା କାରବାର ବୃଦ୍ଧି ପାଉଛି। ଝିରିପାଣି ପଞ୍ଚାୟତର ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ଏକାଠି ହୋଇ...

ଶସ୍ତା ହେଲା କନ୍ଧମାଳ ହଳଦୀ, ଖଲିପତ୍ର

ଦାରିଙ୍ଗବାଡ଼ି,୧୯।୮(ଡି.ଏନ.ଏ)- କନ୍ଧମାଳ ଜିଲା ହଳଦୀ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବାବେଳେ ଏହାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଛି। ମାତ୍ର ଚଳିତ ବର୍ଷ କରୋନା ମାଡରେ...

ବନ୍ଧୁକ ସହ ଖେଳ: ଫୁଟିଲା ଗୁଳି, ୫ ଗିରଫ

କଟକ ଅଫିସ,୨୮।୨: ଜଣେ କର୍ତ୍ତବ୍ୟରତ ପୋଲିସ କନଷ୍ଟେବଳ ଗତ ମଙ୍ଗଳବାର ଅପରାହ୍ନରେ ନିଜ ସର୍ଭିସ ପିସ୍ତଲର ବ୍ୟବହାର ସମ୍ପର୍କରେ ସାଙ୍ଗମାନଙ୍କୁ ବୁଝାଉଥିବାବେଳେ ହଠାତ୍‌ ଗୁଳି ଫୁଟିଥିଲା।...

ଅଭିଭାବକ, ଶିକ୍ଷକ ଏକ ମୁଦ୍ରାର ଦୁଇପାର୍ଶ୍ୱ

ନୂଆପଡା ଅଫିସ,୨୮ା୬: ବିଦ୍ୟାଳୟଗୁଡିକରେ ଗୁଣାତ୍ମକ ଶିକ୍ଷାର ବିକାଶ ସକାଶେ ଅଭିଭାବକ ଏବଂ ଶିକ୍ଷକମାନଙ୍କ ଅବଦାନ ରହିବା ବାନଛନୀୟ। ଏମାନେ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ। ଶିକ୍ଷାଦାନକୁ...

କୋଭିଡ୍‌-୧୯: ଆଡଭାଣୀଙ୍କ ୫ ଲକ୍ଷ ଟଙ୍କା ସହାୟତା

ଓ୍ବାଶିଂଟନ, ୬।୪ (ଏପି): ଭାରତୀୟ ପେସାଦାର ବିଲିୟାଡର୍‌ସ ଖେଳାଳି ପଙ୍କଜ ଆଡଭାନୀ କୋଭିଡ୍‌-୧୯ ମୁକାବିଲା ପାଇଁ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି। କରୋନ ଭାଇରସ୍‌...

ବ୍ୟବଚ୍ଛେଦ ପୂର୍ବରୁ ପୁଣି ମୃତଦେହରେ କ୍ଷତ ନେଇ ବିବାଦ:ମେଡିକାଲ ପରିସରରେ ଚାପା ଉତ୍ତେଜନା

ଅନୁଗୋଳ ଅଫିସ, ୧୩।୮ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ଥିବା ଏକ ମୃତଦେହରେ କ୍ଷତ ନେଇ ସୋମବାର ମେଡିକାଲ ପରିସରରେ ଚାପା...

Coronavirus Update


Archives

Model This Week

Why Dharitri