ଲକ୍‌ଡାଉନ୍‌ ହୋଇ ନ ଥିଲେ ଦେଶରେ ୪ ଲକ୍ଷରୁ ଅଧିକ ହୋଇଥାନ୍ତେ କରୋନା ସଂକ୍ରମିତ: ୩୪ ହଜାର ଟପିଥାନ୍ତା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଯଦି ଲକ୍‌ଡାଉନ୍‌ ଘୋଷଣା ହୋଇ ନ ଥାନ୍ତା, ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷରୁ ଅଧିକ ହୋଇଥାନ୍ତା। ସେହିପରି ମୃତକଙ୍କ ସଂଖ୍ୟା ୩୪ ହଜାର ଟପିଥାନ୍ତା। ଏନେଇ ମୁମ୍ବାଇର ଇଣ୍ଟରନ୍ୟାଶ୍‌ନାଲ୍‌ ଇନଷ୍ଟିଚ୍ୟୁଟ୍‌ ଫର୍‌ ପପୁଲେଶନ୍‌ ସାଇନ୍ସେସ୍‌(ଆଇଆଇପିଏସ୍‌) ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦେଶରେ ଲକ୍‌ଡାଉନ୍‌ ପୂର୍ବରୁ କରୋନା ସଂକ୍ରମଣ ହାର ୨.୫୬ ପ୍ରତିଶତ ରହିଥିଲା। ଲକ୍‌ଡାଉନ୍‌ ମଧ୍ୟଭାଗରେ ଏହା ୧.୫୬ ପ୍ରତିଶତ ରହିଥିଲା। ମେ ୪ ସୁଦ୍ଧା ସଂକ୍ରମଣ ହାର ୧.୧୬ ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଲକ୍‌ଡାଉନ୍‌ ଘୋଷଣା ନ ହୋଇଥିଲେ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୭୪ ହଜାର ୬୯୪ ହୋଇଥାନ୍ତା। ସେହିପରି ମୃତ୍ୟୁ ସଂଖ୍ୟା ୩୪ ହଜାର ୩୧୯ ଛୁଇଁଥାନ୍ତା। ଲକ୍‌ଡାଉନ୍‌ ଯୋଗୁ ଦେଶରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ଯଥେଷ୍ଟ କମ୍‌ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ପଞ୍ଚମ ପର୍ଯ୍ୟାୟରେ ସବୁଠାରୁ ଅଧିକ ଅପରାଧି ପ୍ରାର୍ଥୀ

ଲକ୍ଷ୍ନୌ,୨୨ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଆଉ ଗୋଟିଏ ଦିନ...

୨୪ ଘଣ୍ଟାରେ ୩୦% ଅଧିକ ସଂକ୍ରମିତ

ନୂଆଦିଲ୍ଲୀ, ୧୯ା୧୧: ଭାରତରେ କରୋନା ସଂକ୍ରମଣ ହାର କମିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଏହା ୩୦% ଅଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥିବା ଜଣାପଡ଼ିଛି। ମଙ୍ଗଳବାର...

ଦେଢ଼ ବର୍ଷ ପରେ ଖୋଲିଲା ସ୍କୁଲ

ଭୋପାଳ/ଅହମଦାବାଦ,୨୬।୭: କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେବା ପରେ ରାଜ୍ୟଗୁଡ଼ିକରେ ପ୍ରାୟ ଦେଢ଼ବର୍ଷ ପରେ ସ୍କୁଲ ଖୋଲିଛି। ହିମାଚଳ ପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ ଆଦି...

ବନ୍ୟା ପାଣିରେ ଆମ୍ବୁଲାନ୍ସକୁ ବାଟ ଦେଖାଇ ହିରୋ ପାଲଟିଲେ ୧୨ ବର୍ଷର ବାଳକ

ବେଙ୍ଗାଲୁରୁ,୧୫।୮: ଚଳିତ ବର୍ଷ ବନ୍ୟାରେ ବେହାଲ ହେଲାଣି କର୍ନାଟକ। ଯୁଆଡେ ଚାହିଁଲେ ପାଣି ଆଉ ପାଣି। ଏହି ସମୟରେ କର୍ନାଟକ ରାଇଚୁର ଜିଲାର ହିରେରାୟନକୁମ୍ପି ଗାଁରେ...

ପୋଙ୍ଗଲରେ ଜାଲିକାଟ୍ଟୁ: ସରକାର ଦେଲେ ଅନୁମତି, ଖେଳାଳିଙ୍କୁ ଦାଖଲ କରିବାକୁ ପଡ଼ିବ କରୋନା ନେଗେଟିଭ୍‌ ପ୍ରମାଣପତ୍ର

ଚେନ୍ନାଇ,୨୩।୧୨: ପୋଙ୍ଗଲ ଅବସରରେ ତାମିଲନାଡୁରେ ଅନୁଷ୍ଠିତ ହେଉଥିବା ଜାଲିକାଟ୍ଟୁ ଖେଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। କରୋନା ମହାମାରୀ ସଂକ୍ରମଣ ଯୋଗୁ ଜାଲିକାଟ୍ଟୁ ଅନୁଷ୍ଠିତ...

ଲଦାଖରେ ଶକ୍ତି ବଢ଼ାଉଛି ଭାରତ

ନୂଆଦିଲ୍ଲୀ,୪।୮: ଚାଇନା ସହ ସୀମା ବିବାଦ ସମାଧାନ ହେବା ପରିବର୍ତ୍ତେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଚାଇନାର ସାମ୍ରାଜ୍ୟବାଦୀ ଆଭିମୁଖ୍ୟ ଯୋଗୁ ଭାରତ ସୀମାରେ ଶକ୍ତି ବୃଦ୍ଧି...

ମୁଣ୍ଡ ନେଉଛି ମସ୍ତିଷ୍କ ଜ୍ୱର

ପାଟନା,୧୬ା୬(ପି.ଟି./ଆଇଏଏନ୍‌ଏସ୍‌): ବିହାରରେ ଘାତକ ସାଜିଛି ମସ୍ତିସ୍କଜ୍ୱର। ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମ୍‌ (ଏଇଏସ୍‌) ଏବଂ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ (ଜେଇ) ରୋଗରେ ଆକ୍ରାନ୍ତ ହୋଇ ମୁଜାଫରପୁର ଜିଲାର ଦୁଇଟି...

ବିଭ୍ରାନ୍ତିକର ବିଜ୍ଞାପନ ରୋକିବାକୁ କେନ୍ଦ୍ରର ଗାଇଡ୍‌ଲାଇନ

ନୂଆଦିଲ୍ଲୀ,୧୧।୬: ବିଭ୍ରାନ୍ତିକର ବିଜ୍ଞାପନ ରୋକିବା ଲାଗି କେନ୍ଦ୍ର ସରକାର ଶୁକ୍ରବାର ଏକ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏଥିରେ ସରୋଗେଟ୍‌ ବା ପରୋକ୍ଷ ବିଜ୍ଞାପନକୁ ନିଷେଧ କରାଯାଇଛି।...

Advertisement
Archives

Model This Week