ଲକ୍‌ଡାଉନ୍‌ ଯୋଗୁ ମାସ୍କ ପିନ୍ଧି ବେଦୀରେ ବସିଲେ ବରକନ୍ୟା, ସାମାଜିକ ଦୂରତ୍ୱ ରକ୍ଷା କରି ବିବାହ ସମ୍ପନ୍ନ

ସୁନ୍ଦରଗଡ଼, ୧୮।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଲକ୍‌ଡାଉନ୍‌ ଅବଧି ମେ ୩ କୁ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ସୁନ୍ଦରଗଡ଼ ଜିଲାରେ ପୂର୍ବରୁ ଲଗ୍ନ ସ୍ଥିର ହୋଇଥିବା ବର କନ୍ୟା ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତ୍ୱ ରକ୍ଷା କରି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସରକାରୀ ନୀତି ନିୟମାନୁଯାୟୀ ଉଭୟ ପକ୍ଷ ମାସ୍କ ପିନ୍ଧି ସାମାଜିକ ଦୂରତା ରଖି ବିବାହରେ ସାମିଲ ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼ର ଜଣାଶୁଣା ଆଇନଜୀବୀ ତଥା ସମାଜ ସେବୀ ସ୍ନେହଲତା ଓ ଶିକ୍ଷକ ମଦନ ମୋହନ ପଟେଲଙ୍କ ଏକ ମାତ୍ର ପୁଅ ଅମ୍ରିତଙ୍କ ବିବାହ ଲେଫ୍ରିପଡ଼ା ବ୍ଲକ ଝାରଗାଁ ନିବାସୀ ଅରୁଣ ପଟେଲ ସୁଷମାଙ୍କ କନ୍ୟା ଶୁଭଶ୍ରୀଙ୍କ ସହିତ ବିବାହ ସକାଶେ ଗତ ଅପ୍ରେଲ ୧୧ ତାରିଖ ରେ ପ୍ରଥମେ ସ୍ଥିର ହୋଇଥିଲା। ମାତ୍ର ଲକ ଡାଉନ ଅବଧି ସରି ନ ଥିବାରୁ ଏହି ବିବାହ ଅପ୍ରେଲ ୧୭ ହେବାକୁ ଧାର୍ଯ୍ୟ। ହେଲେ ଲକ୍‌ଡାଉନ୍‌ ଅବଧି ପୁଣି ବଢିଥିବା ପରେ ଉଭୟ ପରିବାର ପ୍ରଶାସନର ଅନୁମତି ଆଣି ଏହି ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ବିବାହ ବେଳେ ବେଦୀ ଉପରେ ପଣ୍ଡିତ ମଧ ସାମାଜିକ ଦୂରତ୍ୱକୁ ବଜାୟ ରଖି ମନ୍ତ୍ର ଉଚ୍ଚାରଣ କରି ବରକନ୍ୟାଙ୍କ ହାତଗଣ୍ଠି ପକାଇଥିଲେ। ବିବାହ ଉତ୍ସବ ରେ ଯୋଗ ଦେବାକୁ ଆସିଥିବା ଲୋକଙ୍କୁ ପ୍ରଥମେ ସେମାନଙ୍କ ହାତରେ ସାନିଟାଇଜର ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ଆକ୍ରମଣରେ ମହିଳା ଗୁରୁତର

ନୟାଗଡ଼ ଅଫିସ,୨୧ା୪: ଓଡ଼ଗାଁ ଥାନା ପେଟେଇଚଣ୍ଡୀ ମନ୍ଦିର ପଛପଟେ ଥିବା କାଜୁ ଜଙ୍ଗଲରେ ଶନିବାର ବାର୍‌ହା ଆକ୍ରମଣ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ...

ବସ୍‌ ଧକ୍କାରେ ଅଟୋ ଚୂର୍‌ମାର: ୨ମୃତ

ବଲାଙ୍ଗୀର ଅଫିସ,୭।୧୦ :ବଲାଙ୍ଗୀର ସଦର ବ୍ଲକ ଦାଉପାଲି ଛକରେ ରବିବାର ଅପରାହ୍ନରେ ବସ୍‌ ଧକ୍କାରେ ଏକ ଅଟୋ ଚୁରମାର ହୋଇଯାଇଛି। ଅଟୋରେ ଥିବା ଡଙ୍ଗାଘାଟର ରଞ୍ଜିତ...

ଇ-ଅଫିସ ପରିସରଭୁକ୍ତ ହେଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ

ଜଗତ୍‌ସିଂହପୁର ଅଫିସ,୨୭ା୨: ଜଗତ୍‌ସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରେ ଏବେ ଇ-ଅଫିସ୍‌ ପରିସରଭୁକ୍ତ ହୋଇଛି ଜିଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ। ଏଣିକି ଏହି କାର୍ଯ୍ୟାଳୟର ସମସ୍ତ ଫାଇଲପତ୍ର...

ରାଜ୍ୟରେ ୩,୧୩୬ ଏମ୍‌ଏସ୍‌ଏମ୍‌ଇ ବନ୍ଦ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ):କୋଭିଡ୍‌-୧୯ ବ୍ୟବସାୟିକ ବାଣିଜ୍ୟକୁ ବିଶେଷଭାବେ ପ୍ରଭାବିତ କରିଛି। ଏହି ମହାମାରୀ ଯୋଗୁ ଷ୍ଟାର୍ଟଅପ୍‌ଗୁଡ଼ିକ ସର୍ବାଧିକ କ୍ଷତି ସହିଛନ୍ତି। ଦୀର୍ଘ ୬ମାସ ଧରି ବ୍ୟବସାୟ ବନ୍ଦ ଯୋଗୁ...

ଟ୍ରେନ୍‌ ଆଗକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍‌ପି

ପଦ୍ମପୁର,୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏଡ଼ତାଳ ଅଞ୍ଚଳର ଜଣେ କଲେଜ ଛାତ୍ରୀ ଗତ ୨୧ ତାରିଖରେ ଭଦ୍ରକ ଷ୍ଟେଶନରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ।...

‘ଶ୍ରମିକମାନେ ନିଜର ଅଧିକାର ଜାହିର କରିବା ଦରକାର’

ବଲାଙ୍ଗୀର ଅଫିସ,୧ା୫: ବଲାଙ୍ଗୀର ଜିଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସ୍ଥାନୀୟ ଶ୍ରମ କାର୍ଯ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଚଞ୍ଚଳ ରାଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ...

ନାବାଳିକା ଅପହରଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୧୭।୧୧(ସ୍ବ.ପ୍ର.): ନାବାଳିକା ଅପହରଣ ମାମଲାରେ କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିଛିି। ଗିରଫ ଅଭିଯୁକ୍ତ ଜଣକ ହେଲେ ଭଦ୍ରକ ଜିଲା...

ଗରସଙ୍ଗ, ଗଣ୍ଡିବେଡରେ ସ୍ବାବ ସଂଗ୍ରହ

ଖଇରା, ୨୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ଗରସଙ୍ଗ ପଞ୍ଚାୟତ ରାମଚନ୍ଦ୍ର ହାଇସ୍କୁଲ ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଗଣ୍ଡିବେଡ ହାଇସ୍କୁଲରେ ଚାଲିଥିବା ଅସ୍ଥାୟୀ କ୍ୱାରାଣ୍ଟାଇନ କେନ୍ଦ୍ରରୁ...

Advertisement
Archives

Model This Week