ଲକ୍‌ଡାଉନ୍‌ ଯୋଗୁ ବଢ଼ିଛି ଦେଶୀ ମଦ ମାଫିଆଙ୍କ ପ୍ରାର୍ଦୁଭାବ: ଜଙ୍ଗଲରେ ଚଢ଼ାଉ କରି ୧୨୦୦ଲିଟର ମହୁଲ ପୋଚ ନଷ୍ଟ କଲା ବାଲିଗୁଡ଼ା ପୋଲିସ, ଜଣେ ଗିରଫ

ବାଲିଗୁଡ଼ା,୧୮।୪.(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା କଟପଡ଼ି ଜଙ୍ଗଲରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିରେ ପୋଲିସ ୧୨୦୦ ଲିଟର ମହୁଲ ପୋଚ ସହ ମଦ ରନ୍ଧା ସାମଗ୍ରୀ ନଷ୍ଟ କରିଛି । ଘଟଣା ସ୍ଥଳରୁ ୩୦ ଲିଟର ରନ୍ଧା ଦେଶୀ ମଦ ସହ ଜଣକୁ ପୋଲିସ ଗିରଫ କରିଥିବାବେଳେ ପୋଲିସକୁ ଦେଖି ଅନ୍ୟମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି।

କରୋନାକୁ ନେଇ ସବୁଠି ତାଲା ବନ୍ଦ। ଲୋକେ ଘରୁ ବାହାରକୁ ବାହାରୁ ନାହାଁନ୍ତି। ସେପଟେ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ିଦେଲେ ଅନ୍ୟ ସବୁ ଦୋକାନ ବନ୍ଦ ରହିଛି। ଅଞ୍ଚଳର ସମସ୍ତ ମଦ ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ଏଭଳି ପରିସ୍ଥିତିରେ ଦେଶୀମଦ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିଯାଇଛି । ଘଞ୍ଚ ଜଙ୍ଗଲ ମଧ୍ୟରେ ଚାଲିଛି ଦେଶୀ ମଦ ଫ୍ୟାକ୍ଟ୍ରି । ଏଥିରେ ରୋକ ଲଗାଇବାକୁ ବାଲିଗୁଡ଼ା ପୋଲିସ ଆରମ୍ଭ କରିଛି ପ୍ରୟାସ।ପୂର୍ବ ସୂଚନା ପ୍ରକାରେ ଘଞ୍ଚ ଜଙ୍ଗଲରେ ଚାଲିଥିବା ଦେଶୀମଦ ଭାଟିରେ ଚଢ଼ାଉ କରିଛି ପୋଲିସ ।

ପ୍ରକାଶ ଥାଉ କି ଗତ ଦୁଇଦିନ ପୁର୍ବେ କାମପଡା ଗ୍ରାମ ନିକଟସ୍ଥ ଦଡ଼ି ଜଙ୍ଗଲରେ ଚଢ଼ାଉକରି ୨୦୦୦ ଲିଟରରୁ ଉଦ୍ଧର୍‌ବ ମହୁଲ ପୋଚ ସହ ବହୁ ପରିମାଣର ରନ୍ଧା ସାମଗ୍ରୀ ନଷ୍ଟ କରାଯିବାସହ ଘଟଣାରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଗୁଡ଼ା ପୋଲିସ ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ମୋରମ ଖଣି ସୁରକ୍ଷାକୁ ନେଇ ପ୍ରଶ୍ନ

କେନ୍ଦୁଝର, ୧୩ା୬ (ସ୍ବ.ପ୍ର.)- ସଦର ତହସିଲ ଅନ୍ତର୍ଗତ ତୁଳସୀଚଉରା ଗ୍ରାମରେ ଶନିବାର ମୋରମ ଖଣିରେ ଘଟିଥିବା ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ରାଜସ୍ବ ବିଭାଗର...

ବରପାଲି ବ୍ଲକ ପ୍ୟାକ୍ସ ସମ୍ପାଦକଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ

ବରପାଲି,୨୪।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ପ୍ରାଥମିକ ସେବା ସମବାୟ ସମିତି (ପ୍ୟାକ୍ସ) ସମ୍ପାଦକ ଗୌରଚନ୍ଦ୍ର ବୁଧିଆଙ୍କ ବାସଭବନରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ...

ସରକାରୀ ଜମି ହଡ଼ପ ଅଭିଯୋଗରେ ବାପା-ପୁଅ ଗିରଫ

ଦାରିଙ୍ଗବାଡ଼ି୨୮ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ବେଧଡ଼କ ଚାଲିଛି ସରକାରୀ ଜମି ହଡ଼ପ। ବିଭିନ୍ନ ସ୍ଥାନରେ ସରକାରୀ ଜମିକୁ ହଡ଼ପ କରିବା ସହ ବିକ୍ରିବଟା କରାଯାଉଥିବା...

ଛକନା ହତ୍ୟାକାଣ୍ଡ: ବୀମା ଟଙ୍କା ପାଇଁ ମା’ଙ୍କୁ ହତ୍ୟା, ଲୁଣା ନଦୀରେ ଫିଙ୍ଗିଥିଲେ; ସାବତ ପୁଅ, ବୋହୁ, ସହଯୋଗୀ ଗିରଫ

କେନ୍ଦ୍ରାପଡା ଅଫିସ, ୨୩।୮- କେନ୍ଦ୍ରାପଡ଼ା ସଦର ଥାନା ଛକନା ଗ୍ରାମର ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ସ୍ତ୍ରୀ ସସ୍ମିତା ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର ୩ଜଣ ଗିରଫ ହୋଇଛନ୍ତି।...

ଆକ୍ସନ ମୁଡ୍‌ରେ ପୁରୀ ପୋଲିସ: ୪୦ ଗାଡ଼ି ଜବତ

ପୁରୀ ଅଫିସ, ୭।୪: କରୋନା ମୁକାବିଲା ପାଇଁ ୨୧ ଦିନିଆ ଲକ୍‌ଡାଉନ ଚାଲିଛି। କୌଣସି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା ଲାଗି...

ବିପଦରେ ମହାନଦୀ ମୁହାଣ ଉପକଣ୍ଠ

ମହାକାଳପଡ଼ା,୧ା୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବଙ୍ଗୋସାଗର ସଂଲଗ୍ନ ଉପକଣ୍ଠ ମହାନଦୀ ମୁହାଣ ଉପକଣ୍ଠରେ ବାଲି ଓ ପଟୁମାଟି ଜମୁଛି। ଏହାଦ୍ୱାରା ବନ୍ୟାଜଳ...

କରୋନାରେ ଜିଲା ସରପଞ୍ଚ ମହାସଂଘ ସାଧାରଣ ସମ୍ପାଦକଙ୍କ ମୃତ୍ୟୁ

କୁଆଁରମୁଣ୍ଡା,୧।୫(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ସରପଞ୍ଚ ମହାସଂଘ ସାଧାରଣ ସମ୍ପାଦକ ତଥା କୁଆଁରମୁଣ୍ଡା ବ୍ଲକ ସରପଞ୍ଚ ସଂଘର ସଭାପତି ସ୍ଥାନୀୟ ଦଲକି ପଞ୍ଚାୟତ ସରପଞ୍ଚ ଓସ୍କାର କୁମାର...

ଖଳାରେ ନିଆଁ ଲାଗି ଜଳିଗଲା ବସ୍ତା ବସ୍ତା ଧାନ

ହିଞ୍ଜିଳିକାଟୁ,୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପଳାସି ଗ୍ରାମରେ ଶନିବାର ଅପରାହ୍ନରେ ଗୋଟିଏ ଖଳାରେ ପ୍ରାୟ ୩୫ ବସ୍ତା ଧାନ ଓ ୩ଟି ପାଳଗଦା ପୋଡ଼ି...

Advertisement
Archives

Model This Week