ଲକ୍‌ଡାଉନ୍‌: ବଦଳୁଛି ଟ୍ରେଣ୍ଡ

ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ଘରେ ବସି ଟାଇମ୍‌ପାସ୍‌ କରିବା ଏବେ ସମସ୍ତଙ୍କ ଚିନ୍ତାର ବିଷୟ। ବିଶେଷକରି ୱାର୍କ ଫ୍ରମ୍‌ ହୋମ୍‌ କରୁ ନଥିବା ଲୋକଙ୍କ ପାଇଁ ଏହି ଲକ୍‌ଡାଉନ ଅଧିକ କଠିନ ହୋଇଯାଇଛି। ଏଭଳିସ୍ଥଳେ ଟାଇମ୍‌ପାସ୍‌ର ପ୍ରମୁଖ ମାଧ୍ୟମ ପାଲଟିଛି ସୋସିଆଲ ମିଡ଼ିଆ। ଇନ୍‌ଷ୍ଟାଗ୍ରାମ୍‌, ଟିକ୍‌ଟକ୍‌, ଫେସ୍‌ବୁକ୍‌ ଆଦି ସୋସିଆଲ ମିଡ଼ିଆର ଗଦା ଗଦା ଚ୍ୟାଲେଞ୍ଜ ଲୋକଙ୍କୁ କେବଳ ସମୟ କାଟିବାରେ ସାହାଯ୍ୟ କରୁନି, ବରଂ କ୍ରିଏଟିଭ୍‌ ହେବାରେ ମଧ୍ୟ ସାହାଯ୍ୟ କରୁଛି। କେବଳ ସାଧାରଣ ଲୋକ ନୁହେଁ, ବହୁ ସେଲିବ୍ରିଟିଙ୍କୁ ମଧ୍ୟ ଏହି ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିବାର ଦେଖିବାକୁ ମିଳୁଛି।
ଡାଲ୍‌ଗୋନା କଫି
କରୋନା ଲକ୍‌ଡାଉନ୍‌ ଯୋଗୁଁ ଦକ୍ଷିଣ କୋରିଆରୁ ଆରମ୍ଭ ହୋଇଥିବା ଏହି କଫି ଚ୍ୟାଲେଞ୍ଜ ଏବେ ଇଣ୍ଟରନେଟ୍‌ ସେନ୍‌ସେସନ୍‌ରେ ପରିଣତ ହୋଇଛି। ଇନ୍‌ଷ୍ଟାଣ୍ଟ୍‌ କଫି ପାଉଡରରେ ଚିନି ଓ ସାମାନ୍ୟ ଗରମ ପାଣି ମିଶାଇ ଏହାକୁ ଫୋମ୍‌ ବା ଫେଣ ହେବା ପର୍ଯ୍ୟନ୍ତ ଫେଣ୍ଟିବା ପରେ ଏହା ଉପରେ ଥଣ୍ଡା ପାଣି ଓ ବରଫ ପକାଇ ଏହି କଫି ପ୍ରସ୍ତୁତ କରାଯାଏ। ତେବେ କୌଣସି ହ୍ବିସ୍କର ବ୍ୟବହାର ନକରି ଏହାକୁ ହାତରେ ଫେଣ୍ଟାଯାଇଥାଏ। ଦୀର୍ଘ ସମୟ ଧରି ହାତରେ ଫେଣ୍ଟାଯାଉଥିବାରୁ ଲକ୍‌ଡାଉନ୍‌ରେ ନିଜ ମନରେ ଥିବା ରାଗ ତଥା ଫ୍ରଷ୍ଟ୍ରେଶନ କାଢ଼ିବାର ଏହା ଏକ ଭଲ ଉପାୟ ବୋଲି ମଧ୍ୟ କୁହାଯାଉଛି। ତେବେ ଭାରତରେ ଏହି କଫିର ଲୋକପ୍ରିୟତା ଆଗରୁ ରହିଥିଲେ ମଧ୍ୟ ବର୍ତ୍ତମାନର ଟ୍ରେଣ୍ଡ୍‌ ଏହାକୁ ସୋସିଆଲ ମିଡ଼ିଆରେ ଲୋକପ୍ରିୟ କରାଇଛି।
ଇନ୍‌ଷ୍ଟା ଲାଇଭ୍‌
କେବଳ କୁକିଂ ଚ୍ୟାଲେଞ୍ଜ ନୁହେଁ, ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ସୋସିଆଲ୍‌ ମିଡ଼ିଆ ଏବେ ପାଲଟିଛି ଏକ ଉତ୍କୃଷ୍ଠ ପ୍ଲାଟ୍‌ଫର୍ମ। କଣ୍ଠଶିଳ୍ପୀଙ୍କଠାରୁ ଆରମ୍ଭକରି ଅଭିନେତା, ଅଭିନେତ୍ରୀ, ଚିତ୍ରଶିଳ୍ପୀ, ନୃତ୍ୟଶିଳ୍ପୀଙ୍କ ପର୍ଯ୍ୟନ୍ତ, ସମସ୍ତେ ଏବେ ଇନ୍‌ଷ୍ଟାଗ୍ରାମକୁ ନିଜ କଳା ପ୍ରଦର୍ଶନର ମାଧ୍ୟମ ଭାବେ ବ୍ୟବହାର କରୁଛନ୍ତି। ପୂର୍ବରୁ କେବଳ ବ୍ଲଗର୍‌ମାନେ ଏହି ସୋସିଆଲ ସାଇଟ୍‌କୁ ବ୍ଲଗିଂ ସାଇଟ୍‌ ଭାବେ ବ୍ୟବହାର କରୁଥିବା ବେଳେ ଲକ୍‌ଡାଉନ୍‌ରେ କିନ୍ତୁ ଏହା କମନ୍‌ ପ୍ଲାଟଫର୍ମରେ ପରିଣତ ହୋଇଛି। ଏପରିକି କ୍ରିସ୍‌ ମାର୍ଟିନ୍‌, ମିଲି ସାଇରସ୍‌, ଜନ୍‌ ଲିଜେଣ୍ଡଙ୍କ ଭଳି ସେଲିବ୍ରିଟିମାନେ ନିଜ ପ୍ରଶଂସକଙ୍କ ପାଇଁ ଇନ୍‌ଷ୍ଟାଗ୍ରାମରେ ଲାଇଭ୍‌ ପର୍ଫମ କରୁଛନ୍ତି। ସେହିଭଳି ମିଡ଼ିଆ ସଂସ୍ଥାଗୁଡ଼ିକ ମଧ୍ୟ ବିଶେଷଜ୍ଞଙ୍କ ସହ ଏଠାରେ ଲାଇଭ୍‌ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରୁଛନ୍ତି। ଷ୍ଟାଣ୍ଡ୍‌ଅପ୍‌ କମେଡିଆନ୍‌, ଫିଟ୍‌ନେସ୍‌ ଇନ୍‌ଫ୍ଲୁଏନ୍ସର୍‌ମାନେ ମଧ୍ୟ ଇନ୍‌ଷ୍ଟା ଲାଇଭ୍‌ରେ ନିଜ ଫଲୋର୍ସମାନଙ୍କୁ ମନୋରଞ୍ଜନ କରୁଛନ୍ତି।
ଫିଟ୍‌ନେସ୍‌ ଚ୍ୟାଲେଞ୍ଜ
ପ୍ଲାଙ୍କ୍‌ ଚ୍ୟାଲେଞ୍ଜ ହେଉ କି ସ୍କିପିଙ୍ଗ୍‌ ଚ୍ୟାଲେଞ୍ଜ୍‌, ଲକ୍‌ଡାଉନ୍‌ରେ ଲୋକଙ୍କୁ ଫିଟ୍‌ ରଖିବାରେ ଏହି ଚ୍ୟାଲେଞ୍ଜଗୁଡ଼ିକ ବିଶେଷ ଭାବେ ସହାୟ ହେଉଛି। ବର୍ତ୍ତମାନ ସମୟରେ ଜିମ୍‌ ବନ୍ଦ ଥିବାବେଳେ ବାହାରକୁ ମର୍ଣ୍ଣିଂ ୱାକ୍‌ ପାଇଁ ଗଲେ ପୋଲିସ ଉଠାଇନେଉଛି। ଏଭଳିସ୍ଥଳେ ଲୋକ ସୋସିଆଲ୍‌ ମିଡ଼ିଆ ଫିଟ୍‌ନେସ୍‌ ଚ୍ୟାଲେଞ୍ଜ୍‌କୁ ବେଶ୍‌ ଗୁରୁତ୍ୱର ସହ ନେଉଛନ୍ତି। ବଡ଼ ବଡ଼ ଫିଟ୍‌ନେସ୍‌ ବିଶେଷଜ୍ଞ ଏବଂ ଇନ୍‌ଫ୍ଲୁଏନ୍ସରମାନେ ନିଜ ଫଲୋର୍ସମାନଙ୍କୁ ଭିନ୍ନଭିନ୍ନ ଏକ୍ସରସାଇଜ୍‌ କରିବାକୁ ଚ୍ୟାଲେଞ୍ଜ ଦେଉଛନ୍ତି। ଆଉ ଧୀରେ ଧୀରେ ଏହା ଟ୍ରେଣ୍ଡ୍‌ କରୁଛି। ସି ଟେନ୍‌ ଡୁ ଟେନ୍‌ ଚ୍ୟାଲେଞ୍ଜ, ନୋ ଇକ୍ୟୁପ୍‌ମେଣ୍ଟ ୱାର୍କଆଉଟ୍‌ ଚ୍ୟାଲେଞ୍ଜ ଆଦି ବହୁଳ ଭାବେ ଲୋକପ୍ରିୟ ହୋଇଛି। ଏପଟେ ଓଡ଼ିଶାରେ ମଧ୍ୟ ଏହି ଫିଟ୍‌ନେସ୍‌ ଚ୍ୟାଲେଞ୍ଜର କମ୍‌ ଲୋକପ୍ରିୟତା ଦେଖିବାକୁ ମିଳିନି। ‘ମି ଭୁବନେଶ୍ୱର’ ପକ୍ଷରୁ ଆରମ୍ଭ ହୋଇଥିବା ‘ଲକ୍‌ଡାଉନ୍‌ ସ୍କ୍ବାଡ୍‌’ରେ ଉର୍ଜା ଭୂୟାଁଙ୍କ ଭଳି ଫିଟ୍‌ନେସ୍‌ ଇନ୍‌ଫ୍ଲୁଏନ୍ସରମାନେ ଫେସ୍‌ବୁକ୍‌ ଲାଇଭ୍‌ ମାଧ୍ୟମରେ ଲୋକଙ୍କୁ ଘରେ ୱାର୍କଆଉଟ୍‌ କରିବାର ବିଭିନ୍ନ ଉପାୟ ଶିଖାଉଛନ୍ତି। ସେହିଭଳି ପ୍ରମୁଖ ଓଡ଼ିଶୀ ଗୁରୁମାନେ ବିଭିନ୍ନ ଡ୍ୟାନ୍ସ ଚ୍ୟାଲେଞ୍ଜ ଦେଇ ନିଜ ଶିଷ୍ୟାଶିଷ୍ୟଙ୍କୁ ଫିଟ୍‌ ରହିବାକୁ କହୁଛନ୍ତି।
ଅନ୍‌ଲାଇନ୍‌ ଅନ୍ତାକ୍ଷରୀ
ଆଗରୁ ସାଙ୍ଗସାଥି ଏବଂ ପରିବାର ଲୋକ ଏକାଠି ହୋଇ ଖେଳୁଥିବା ଅନ୍ତାକ୍ଷରୀ ଏବେ ଅନ୍‌ଲାଇନ୍‌ ଟ୍ରେଣ୍ଡ୍‌ରେ ପରିଣତ ହୋଇଛି। ଲୋକେ ନିଜ ସୋସିଆଲ ମିଡ଼ିଆ ଷ୍ଟୋରୀ ଫିଚର୍‌ ମାଧ୍ୟମରେ ଅନ୍ତାକ୍ଷରୀ ଖେଳୁଛନ୍ତି। ଜଣେ ଗାଉଥିବା ଗୀତର ଶେଷ ଅକ୍ଷରରେ ଆଉଜଣେ ଗୀତ ଗାଉଛି। ତା’ପରେ ସେ ଆଉଜଣକୁ ଟ୍ୟାଗ୍‌କଲେ ସେ ଉକ୍ତ ଗୀତର ଶେଷ ଅକ୍ଷରରୁ ଆଉଏକ ଗୀତ ଗାଉଛି। ଟାଇମ୍‌ପାସ୍‌ କରିବାର ଏହା ଏକ ଭଲ ଉପାୟ ହୋଇପାରିଛି।
କରୋନା କଟ୍‌
ଲକ୍‌ଡାଉନ୍‌ ପାଇଁ ଏବେ ବଡ଼ ବଡ଼ ସେଲୁନ୍‌ ସହ ଛୋଟ ଛୋଟ ବାରିକ ଦୋକାନ ମଧ୍ୟ ବନ୍ଦ ରହିଛି। ଲକ୍‌ଡାଉନ୍‌କୁ ମାସେ ବିତିଯାଇଥିବା ବେଳେ ଏପଟେ ଚୁଟି କାଟିବା ଅନେକଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ଏଭଳିସ୍ଥଳେ ଲୋକେ ନିଜ ହାତରେ କଇଁଚି ଧରିବାକୁ ବାଧ୍ୟ ହୋଇଛନ୍ତି। ପରିବାର ମଧ୍ୟରେ ଜଣେ ଅନ୍ୟଜଣକର ହେୟାରକଟ୍‌ ସହ ସେଭିଂ ମଧ୍ୟ କରିଦେଉଛି। ତେବେ ଏହି ଭିଡ଼ିଓକୁ ଲୋକେ ହାର୍ସଟ୍ୟାଗ୍‌ କରୋନାକଟ୍‌ ନାମରେ ସୋସିଆଲ ମିଡ଼ିଆରେ ଅପ୍‌ଲୋଡ୍‌ କରିବା ପରେ ଏହା ଏକ ଟ୍ରେଣ୍ଡ୍‌ରେ ପରିଣତ ହୋଇଛି। କେବଳ ଏତିକି ନୁହେଁ, କରୋନା ପକୋଡା, ଅନ୍‌ଲାଇନ୍‌ ବିଙ୍ଗୋ, ସେଫ୍‌ ହ୍ୟାଣ୍ଡ୍‌ ଚ୍ୟାଲେଞ୍ଜ, ହ୍ୟାଣ୍ଡ୍‌ ଇମୋଜୀ ଚ୍ୟାଲେଞ୍ଜ, ଟ୍ୟାଗ୍‌ ୟୋର୍‌ କୁଇନ୍ସ, ଟୟଲେଟ୍‌ ପେପର ଚ୍ୟାଲେଞ୍ଜ, ଅଣ୍ଟିଲ୍‌ ଟୁମୋରୋ ଚ୍ୟାଲେଞ୍ଜ ଆଦି ଏବେକାର ସମୟରେ ଟ୍ରେଣ୍ଡ୍‌ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ତଳେ ବିବାହ କରିଥିଲେ ମୋନାଲି, ଯୌତୁକ ନିର୍ଯାତନା ଦେଇ ମାରିଦେଲେ ଶାଶୁଘର ଲୋକେ: ଖୋଲିଦେଲେ ଗୁମର ଭଉଣୀ

ଛତ୍ରପୁର,୧/୬ (ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଦିନକୁ ଦିନ ଯୌତୁକ ନିର୍ଯାତନାଜନିତ ବଧୁ ହତ୍ୟା ବୃଦ୍ଧି ପାଉଥିବାବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲା…

ଜିଲାପାଳଙ୍କୁ ଦାବିପତ୍ର ଦେଲେ ସୁନାବେଡ଼ା ଅଭୟାରଣ୍ୟବାସୀ

ନୂଆପଡ଼ା,୧ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟରେ ବସବାସ କରୁଥିବା ଅଧିବାସୀ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ୩…

ପୋଖରୀକୁ ଗାଧୋଇବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ ବ୍ୟକ୍ତି, ଖୋଜାଖୋଜି ପରେ ମିଳିଲା ତାଙ୍କ…

ଦିଗପହଣ୍ଡି,୧।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଲ୍ଲୀ ଗ୍ରାମର ପୋଖରୀରୁ ରବିବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ଚେକ୍‌ ରିପବ୍ଲିକ୍‌ ଦଳରେ ସ୍ଥାନ ପାଇଲେ ୧୭ ବର୍ଷୀୟ ଏହି ଖେଳାଳି, ଜାଣନ୍ତୁ…

ପ୍ରେଗ୍‌,୧ା୬: ବିଶ୍ୱକପ୍‌ ପାଇଁ ଚେକ୍‌ ରିପବ୍ଲିକ ଫୁଟ୍‌ବଲ ଦଳରେ ସ୍ପାର୍ଟା ପ୍ରେଗ୍‌ ୧୭ ବର୍ଷୀୟ ମିଡ୍‌ଫିଲ୍ଡର ହୁଗୋ ସୋଚୁରେକ୍‌ ସ୍ଥାନ ପାଇଛନ୍ତି। କୋସୋଭୋ ବିପକ୍ଷ ଏକ ଓ୍ବାର୍ମଅପ୍‌…

ବିଶ୍ୱକପ୍‌ ଫୁଟ୍‌ବଲ ସିଧା ପ୍ରସାରଣକୁ ନେଇ ଆସିଲା ବଡ଼ ଅପଡେଟ୍‌, ଭାରତୀୟ ପ୍ରଶଂସକ ଦେଖିବେ ଏହି ଚେନାଲରେ ଜାଣନ୍ତୁ…

ନୂଆଦିଲ୍ଲୀ,୧ା୬: ଜୀ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ (ଜୀଲ୍‌) ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ଫିଫା ସହ ଏକ ୮ବର୍ଷୀୟା ପାର୍ଟନରଶିପ୍‌ ଚୁକ୍ତି କରଥିବା ସୋମବାର ପ୍ରକାଶ କରିଛି।…

ଯୁବକଙ୍କ ହାତଗୋଡ଼ ବାନ୍ଧି ମରଣାନ୍ତକ ଆକ୍ରମଣ ପରେ ଅପହରଣ ଘଟଣା: ୫ ଦିନ ବିତିଲା, ପୋଲିସ ହାତ ଖାଲି

ଆଳି,୧।୬(ବନମାଳୀ ସେନାପତି)- କେନ୍ଦ୍ରାପଡ଼ା ଜିଲା ଆଳି ଥାନା ମହାଦେଇ ପାଟଣା ଗ୍ରାମର ଗୌରାଙ୍ଗ ସେଠୀଙ୍କୁ କିଛି ବ୍ୟକ୍ତି ହାତ ଗୋଡ଼ ବାନ୍ଧି ମାଡ଼ ମାରି ଅପହରଣ କରିବା…

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ବ୍ଲକ ପରେ ଏବେ ପଞ୍ଚାୟତରେ ବି ଅଭିଯୋଗ ଶୁଣିବେ ଅଧିକାରୀ

ଦାରିଙ୍ଗବାଡି,୧।୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଗ୍ରାମପଞ୍ଚାୟତରେ ପ୍ରଥମଥର ପାଇଁ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ…

ବଡ଼ ହଲଚଲ! ବୈଠକ ପରେ ଭାଜପାକୁ ବଡ଼ ଧମକ ଦେଲେ ମମତା, ‘ମୋ ସହ ଖେଳିଛନ୍ତି, ସମୟ ଆସିଲେ ମୁଁ….’

କୋଲକାତା,୧।୬: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ଉପରେ ବଡ଼ ଅଭିଯୋଗ କରିଛନ୍ତି । ତାଙ୍କ ଦଳକୁ ବିଭାଜିତ କରିବାକୁ ଚେଷ୍ଟା କରୁଥିବା ନେଇ ଆରୋପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri