ଲକ୍‌ଡାଉନ୍‌: ପୂର୍ବାହ୍ନ ୧୧ଟା ପରେ କେବଳ ଔଷଧ ଦୋକାନ ଖୋଲିବ

ଏରସମା, ୫ ।୪ (ସ୍ୱ.ପ୍ର.)- ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ଘର ଆଖପାଖ ଅଞ୍ଚଳକୁ ସଟ୍‌ଡାଉନ୍ କରି ଦିଆଯିବା ସହ କେବଳ କେତେକ ଔଷଧ ଦୋକାନ ଖୋଲିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଏ ପର୍ଯ୍ୟନ୍ତ ଜଗତ୍‌ସିଂପୁର ଜିଲାରୁ କେହି କୋଭିଡ-୧୯ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇ ନ ଥିଲେ ହେଁ ଜିଲା ସମେତ ସମସ୍ତ ବ୍ଲକ ପ୍ରଶାସନ ପକ୍ଷରୁ ନାନା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏରସମା ବ୍ଲକ ଅଞ୍ଚଳରେ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏହାପରେ କେବଳ ଔଷଧ ଦୋକାନଗୁଡ଼ିକ ଖୋଲିବ ବୋଲି ଜଣାପଡ଼ିଛି । ଅଧିକ ସମୟ ପର୍ଯ୍ୟନ୍ତ ଦୋକାନ ଖୋଲିବା ଯୋଗୁ ଦୋକାନ ନିକଟରେ ପ୍ରବଳ ଭିଡ଼ ଜମୁଥିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏ ନେଇ ସ୍ଥାନୀୟ ତହସିଲଦାର ଚିତ୍ତରଞ୍ଜନ ମହାନ୍ତଙ୍କ ନିର୍ଦ୍ଦେଶକ୍ରମେ ଡାକବାଜୀ ଯନ୍ତ୍ର ଯୋଗେ ପ୍ରଚାର କରାଯାଇଛି । ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସ ଜାରି ହୋଇଛି। ଏରସମା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମାଝିଙ୍କ ସମେତ ବିଡିଓ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ସ୍ଥାନରେ ପହଞ୍ଚି ତଦାରଖ କରୁଥିବା ଦେଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିନାନୁମତିରେ ଖାଦ୍ୟ ବାଣ୍ଟିପାରିବେନି ସ୍ବେଚ୍ଛାସେବୀ

ଭୁବନେଶ୍ୱର, ୩୧ା୩(ବ୍ୟୁରୋ): କୋଭିଡ଼୍‌-୧୯ର ସଂକ୍ରମଣକୁ ଏଡ଼ାଇବା ସହ ଜନସାଧାରଣଙ୍କ ସୁବିଧାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଗୁରୁତ୍ୱ ଦେଉଛି। ଏହି ମର୍ମରେ ସୋମବାର ଖାଦ୍ୟ ସାମାଗ୍ରୀ...

ଶ୍ରୀମନ୍ଦିରର ଭୁଲ୍‌ ଫଟୋ ଲଗାଇ ଅପପ୍ରଚାର

ପୁରୀ ଅଫିସ,୧୮ା୧୧: ଶ୍ରୀମନ୍ଦିରର ଭୁଲ୍‌ ଫଟୋ ବ୍ୟବହାର ଯୋଗୁ ଇଣ୍ଡିଆନ୍‌ ରେଲଓ୍ବେ କ୍ୟାଟରିଙ୍ଗ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେଶନ (ଆଇଆର୍‌ସିଟିସି) ଓ ୨ ଓ୍ବେବ୍‌ ନ୍ୟୁଜ୍‌ ସଂସ୍ଥା...

ବିଶ୍ୱର ସର୍ବୋଚ୍ଚ ରଥ ‘ନନ୍ଦିଘୋଷ’ ଅସୁରକ୍ଷିତ

କେନ୍ଦୁଝର ୫।୧୧ (ସ୍ବ.ପ୍ର.)- କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ୭୨ ଫୁଟ ଉଚ୍ଚତା ବିଶିଷ୍ଟ କାଠ ତିଆରି ‘ନନ୍ଦିଘୋଷ’ ବିଶ୍ୱର ସର୍ବୋଚ୍ଚ ରଥର ମାନ୍ୟତା...

ଟ୍ରକ୍‌କୁ ପଛରୁ ପିଟିଲା ବାଇକ୍‌, ଚାଳକ ଗୁରୁତର

କୋରେଇ,୨୬।୯(ସ୍ବ.ପ୍ର.):  କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଧନେଶ୍ୱର-ଆଲିଆ ମଝିରେ ବୁଧବାର ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛରେ ଭାରସାମ୍ୟ...

ବ୍ରହ୍ମବରଦା ‘କଣ୍ଟେନମେଣ୍ଟ ଜୋନ’ ଘୋଷିତ

ଯାଜପୁର ଅଫିସ/ଯାଜପୁର ଟାଉନ,୬ା୪(ଡି.ଏନ.ଏ.) ଯାଜପୁର ଜିଲାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରସୁଲପୁର ବ୍ଲକର ବ୍ରହ୍ମବରଦା ଗ୍ରାମ ଏବଂ ଏହାର ୩ କି.ମି. ପରିଧି ଅଞ୍ଚଳକୁ...

ବିଧାନସଭା ପରିସରରେ ବିଜୁ ଜୟନ୍ତୀ ପାଳିତ

ଭୁବନେଶ୍ୱର,୫।୩(ବ୍ୟୁରୋ)- ଓଡ଼ିଶା ବିଧାନସଭା ଆନୁକୂଲ୍ୟରେ ଗୁରୁବାର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଧାନସଭା ପରିସରରେ ଏକ ଶ୍ରଦ୍ଧାଞ୍ଜଳି ତଥା ପ୍ରାର୍ଥନା ସଭାଅନୁଷ୍ଠିତ...

୭୦% ସିଲାବସ୍‌ରୁ ହେବ ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା, ଅସନ୍ତୁଷ୍ଟମାନେ ଦେଇପାରିବେ: ମନ୍ତ୍ରୀ

ଭୁବନେଶ୍ୱର,୨।୭(ବ୍ୟୁରୋ): ଆସନ୍ତା ୩୦ ତାରିଖରୁ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା। ଯେଉଁମାନେ ମାର୍କିଂରେ ଅସନ୍ତୁଷ୍ଟ ସେମାନେ ଅଫଲାଇନ୍‌ ପରୀକ୍ଷା ଦେଇପାରିବେ। ଏଥିପାଇଁ ଜୁଲାଇ ୫ରୁ ୧୪ ମଧ୍ୟରେ...

ଏସ୍‌ସିବିରେ କରୋନା ସନ୍ଦିଗ୍ଧ, ୩ ସ୍ବାଇନ୍‌ ଫ୍ଲ୍ୟୁ ରୋଗୀ

କଟକ ଅଫିସ,୯।୩: କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଇ ରବିବାର ଜଣଙ୍କୁ ଏସ୍‌ସିବି ମେଡିକାଲର ଆଇସୋଲେଶନ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ସେ ଜଣେ ଇଞ୍ଜିନିୟର...

Advertisement
Archives

Model This Week