ଲକ୍‌ଡାଉନ୍‌ରେ ପ୍ରେମିକା ମିହିକାଙ୍କ ସହ ରାଣାଙ୍କ ନିର୍ବନ୍ଧ, ଛୁଟୁଛି ପ୍ରଶଂସକଙ୍କ ଶୁଭେଚ୍ଛା

ବମ୍ବେ: ମନ ପସନ୍ଦର ସାଥୀଟିଏ ମିଳିଗଲେ ତାକୁ ନିଜର କରିନେବାକୁ ଇଚ୍ଛା ହୁଏ। ଗୋଟିଏ ଦିନ ଗୋଟିଏ ବର୍ଷ ପରି ଲାଗେ। ଏପରି ସମୟରେ ଅପେକ୍ଷାର ମାନେ କିଛି ନ ଥାଏ। ଠିକ୍‌ ଏଭଳି କିଛି ଘଟିଛି ବଲିଉଡ୍‌ ତଥା ଦକ୍ଷିଣ ଭାରତୀୟ ଅଭିନେତା ରାଣା ଦଗ୍ଗୁବତୀଙ୍କ କ୍ଷେତ୍ରରେ। ପ୍ରେମିକା ମିହିକା ବଜାଜ ହଁ କହିବା ପରେ ଏବେ ରାଣା ନିର୍ବନ୍ଧ କରିଥିବା ଘୋଷଣା କରିଛନ୍ତି। ଚାରିଆଡେ ଲକ୍‌ଡାଉନ୍‌ ଚାଲିଥିବା ସତ୍ତ୍ୱେ ରାଣା ନିଜ ଜୀବନକାହାଣୀକୁ ଆଗକୁ ନେଇ ନିର୍ବନ୍ଧ କରିନେଇଛନ୍ତି।

ଗୁରୁବାର ନିଜର ଇନ୍‌ଷ୍ଟା ପୃଷ୍ଠାରେ ଉଭୟ ରାଣା ଏବଂ ମିହିକା ନିର୍ବନ୍ଧୋତ୍ସବର କିଛି ଫଟୋ ଶେୟାର କରିଛନ୍ତି। ଫଟୋଗୁଡ଼ିକରେ ଉଭୟ ବେଶ୍‌ ଖୁସି ଥିବା ନଜର ଆସୁଛନ୍ତି। ରାଣା ଧଳା ଧୋତି ଏବଂ କୁର୍ତ୍ତା ପିନ୍ଧିଥିବା ବେଳେ ମିହିକା କମଳା-ଗୋଲାପୀ ରଙ୍ଗର ସାଢ଼ୀ ପିନ୍ଧିଛନ୍ତି।

ପୂର୍ବରୁ ରାଣା ମିହିକାଙ୍କୁ ପ୍ରପୋଜ୍‌ କରିଥିଲେ। ଏଥିରେ ହଁ ଭରିଥିଲେ ମିହିକା। ପରେ ଅର୍ଥାତ ୧୨ ମେ’ରେ ରାଣା ଏକ ପୋଷ୍ଟ କରି ପ୍ରଶଂସକଙ୍କ ସହ ନିଜର ଖୁସି ବାଣ୍ଟିଥିଲେ। ଏବେ ରାଣାଙ୍କ ନିର୍ବନ୍ଧ ନେଇ ପୋଷ୍ଟ କରିବା ପରେ ତାଙ୍କୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ରାଣା ବ୍ଲକବଷ୍ଟର ବାହୁବଲୀ ସିରିଜ୍‌ରେ ଭଲ୍ଲାଲ ଦେବ ଭୂମିକାରେ ଅଭିନୟ କରି ବେଶ୍‌ ପ୍ରଶଂସା ସାଉଁଟିଛନ୍ତି। ସେହିଭଳି ବଲିଉଡ୍‌ ଫିଲ୍ମ ‘ହାଉସ୍‌ଫୁଲ୍‌ ୪’, ଦ ଗାଜି ଆଟାକ୍‌, ବେବି ଏବଂ ଦମ୍‌ ମାରୋ ଦମ୍‌ରେ ମଧ୍ୟ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri