ଲକ୍‌ଡାଉନରେ ବନ୍ୟଜନ୍ତୁ ଶିକାର: ବାଇକ ସହ ବାର୍‌ହା ମାଂସ ଜବତ, ୨ ଗିରଫ

ବୁଗୁଡ଼ା,୭ା୬(ଡି.ଏନ.ଏ.)- ବୁଗୁଡ଼ା ସହର ମଦନମୋହନ ଛକଠାରେ ରବିବାର ବୁଗୁଡ଼ା ବନବିଭାଗ ତରଫରୁ ଚଢ଼ାଉ କରାଯାଇ ଏକ ବାଇକ ସହ ୫ କେଜି ବାର୍‌ହା ମାଂସ ଜବତ ହୋଇଛି। ଏଥିରେ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଗାଙ୍ଗପୁର ଥାନା ମହାନିମପଲ୍ଲୀ ଗ୍ରାମର ରାମ ନାୟକ ଓ ଦିବାନା ନାୟକ। ଏନେଇ ବନ ବିଭାଗ ପକ୍ଷରୁ କେଶ ନଂ.୧୦୭/୨୦-୨୧ରେ ଏକ ମାମଲା ରୁଜୁ ହୋଇଛି।
ଚାରିଆଡେ ଶଟ୍‌ଡାଉନ ଚାଲିଥିବାବେଳେ ଏହାର ସୁଯୋଗ ନେଇ ଠଣାପଲ୍ଲୀ ଜଙ୍ଗଲରୁ ବାର୍‌ହା ଶିକାର କରିଥିଲେ ରାମ ଓ ଦିବାନା। ବାଇକରେ ମାଂସ ଧରି ବିକିବାକୁ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବୁଗୁଡ଼ା ମଦନମୋହନ ଛକଠାରେ ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା, ବନପାଳ ଅଭିରାମ ଖିଲ, ବନରକ୍ଷୀ ଶିବରାମ ପାତ୍ର, ରତନ ମଲିକ ପ୍ରମୁଖ ଚଢାଉ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ପରୀକ୍ଷାରେ ଦୁଇ ଯାଆଁଳା ଭଉଣୀଙ୍କ କମାଲ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୭।୪ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁଷୋଲ ଗ୍ରାମ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପଲାଇ ଚଳିତ ସିବିଏସ୍‌ଇ…

ଜ୍ୱାଇଁଙ୍କୁ ଛୁରି ଭୁସି ହତ୍ୟା: ଶଳା-ଶଳା ଭାଉଜଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ପାଳିତ: ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କଲେ ଦଳୀୟକର୍ମୀ

ପୁରୁଷୋତ୍ତମପୁର,୧୭।୪ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ…

ଘୁମୁସର ବନଖଣ୍ଡରୁ ରଥଯାତ୍ରା ପାଇଁ ପୁରୀ ଗଲା କାଠ: ରାସ୍ତାକଡ଼ରେ ଭକ୍ତିମୟ ପରିବେଶ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳରୁ ପୁରୀ ଅଭିମୁଖେ ୧୬ ଖଣ୍ଡ ଫାଶୀ କାଠ ଯାଇଛି। ଉକ୍ତ ସମସ୍ତ କାଠ ଲୋକେ…

ଗଞ୍ଜାମ ଶତ୍ରୁଷୋଲରେ ଟପ୍ପର ହେଲେ ପ୍ରତୀକ୍ଷା ପଲାଇ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୭।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଶତ୍ରୁଷୋଲ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପଲାଇ ଚଳିତ ସିବିଏସ୍‌ଇ ପରୀକ୍ଷାରେ ଅସାଧାରଣ ସଫଳତା ହାସଲ କରି ସମଗ୍ର…

ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ, ସିସିଟିଭି ନଜରରେ ଯଜ୍ଞସ୍ଥଳ ଓ ମିନା ବଜାର

ଗଞ୍ଜାମ,୧୬।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଠାରେ ନୃସିଂହ ମନ୍ଦିର ପ୍ରତିଷ୍ଠା ଦ୍ୱାଦଶ ବର୍ଷ ପୂର୍ତ୍ତି ଏବଂ ଗୋପୀନାଥଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ…

ଆଜିଠୁ ଆରମ୍ଭ ହେଲା ଘରକୁ ଘର ବୁଲି ଜନଗଣନା, ବୁଲିବୁଲି ଘର ନଂ ପ୍ରକାଇଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୬।୪(ଦିଲ୍ଲୀପ ସାମଲ) : ଏପ୍ରିଲ ୧ ରୁ ଆରମ୍ଭ ହୋଇଯାଇଛି ଡିଜିଟାଲ ଜନଗଣନା ୨୦୨୭ । ପ୍ରଥମେ ଏପ୍ରିଲ ୧ ରୁ ୧୫ ତାରିଖ ପ୍ରର୍ଯ୍ୟନ୍ତ ସ୍ୱ-ଜନଗଣନା…

ଭଞ୍ଜନଗର ଡିଏଭିର ଶତପ୍ରତିଶତ ସଫଳତା: ସାଇ ସ୍ୱରିତ ସେଠୀ ବିଦ୍ୟାଳୟ ଟପ୍ପର

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଡିଏଭି ପିଟିଏସଆର ପବ୍ଲିକ ସ୍କୁଲର ଛାତ୍ରୀଛାତ୍ର ମାନେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଛନ୍ତି। ଗତକାଲି ପ୍ରକାଶିତ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri