ଲକ୍‌ଡାଉନରେ କୋହଳ ଯୋଗୁ କିଛି ଦେଶରେ ଚିନ୍ତା ବଢାଇଲାଣି ଦ୍ରୁତ ସଂକ୍ରମଣ!

ରୋମ,୪।୫: ଲକ୍‌ଡାଉନରେ କୋହଳ ପରେ ବିଶ୍ୱର ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶରେ ଲୋକେ ଲକ୍ଷ ଲକ୍ଷ ସଂଖ୍ୟାରେ ବାହାରକୁ ବାହାରିବାର ଫଳ ଏବେ ସମସ୍ତଙ୍କୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଇଛି। କାରଣ ବିଶେଷଜ୍ଞଙ୍କ କହିବା କଥା ହେଲା ଲକ୍‌ଡାଉନ କୋହଳ ହେବା ପରେ ଲୋକେ ବାହାରକୁ ଆସିଲେ। ଆଉ ରବିବାର ଭାରତ ଭଳି କିଛି ଜନସଂଖ୍ୟା ବହୁଳ ଦେଶରେ ସବୁଠାରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଗଲା। ଚାଇନା ପରେ ଏବେ ଭାରତରେ ଲକ୍‌ଡାଉନ କୋହଳ ପରେ ଗୋଟିଏ ଦିନରେ ପାଖାପାଖି ୨୬ଶହ ନୂଆ ରୋଗୀ ଚିହ୍ନଟ ହେବା ଚିନ୍ତା ଜନକ ବିଷୟ ପାଲଟି ଯାଇଛି। ସେହିପରି ବ୍ରିଟେନରେ କୋଭିଡ-୧୯ର ମୃତ୍ୟୁ ସଂଖ୍ୟା ଏବେ ଇଟାଲିର ମୃତ୍ୟୁ ସଂଖ୍ୟାକୁ ଛୁଇଁବାକୁ ଯାଉଛି ବୋଲି କୁହାଯାଉଛି। ସେହିପରି ରୁଷରେ ଗୋଟିଏ ଦିନରେ ୧୦ ହଜାର କରୋନା ସଂକ୍ରମିତ ଚିହ୍ନଟ ହେବା ଆଉ ଏକ ଚିନ୍ତା ଜନକ ବିଷୟ। ଆମେରିକାରେ ଏବେବି ଦିନକୁ ହଜାର ହଜାର ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେଉଥିବା ଖବର ଆସୁଛି। ଇଟାଲୀରେ ଲକ୍‌ଡାଉନ କୋହଳ କରାଯିବାର ୨୪ ଘଣ୍ଟା ମଧ୍ୟରେ ୧୭୪ ଜଣଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେଣୁ ବିଶେଷଜ୍ଞମାନେ କହିଛନ୍ତି ଲକ୍‌ଡାଉନରେ କୋହଳ ପରେ କରୋନା ସଂକ୍ରମଣରେ ଦ୍ରୁତ ବୃଦ୍ଧି ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟ ରାଜ୍ୟକୁ ବସ୍‌ ସେବା ବନ୍ଦ: ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍‌

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟବ୍ୟାପୀ ନାଇଟକର୍ଫ୍ୟୁ ଜାରି...

ନିଜ ଦେଶର ବଙ୍କରରେ ସୁରକ୍ଷିତ ଅଛନ୍ତି ଜେଲେନ୍‌ସ୍କି

କ୍ୱିଭ,୫।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୦ ଦିନରେ ପହଞ୍ଚିଛି। ଶନିବାର ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ରକେଟ ମାଡ଼ କରାଯାଇଛି। ଗୋଟିଏ...

ଲକ୍ଷଣହୀନ ଘରେ ରହି ଚିକିତ୍ସିତ ହୁଅନ୍ତୁ, ୧୦ ଦିନରେ ହେବେ ସୁସ୍ଥ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଲକ୍ଷଣ ନ ଥିବା ରୋଗୀ ନିଜ ଘରେ ରହି ଚିକିତ୍ସିତ ହୁଅନ୍ତୁ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକେ ଘରେ ରହି ଚିକିତ୍ସିତ ହୋଇପାରିବେ। ଘରେ...

ବସ୍ତୁକୁ ନ ଛୁଇଁ ନିୟନ୍ତ୍ରଣ

ଓ୍ବାଶିଂଟନ୍‌,୮।୧୨ : ବସ୍ତୁକୁ ସ୍ପର୍ଶ ନ କରି ତାକୁ ନିଜ ନିୟନ୍ତ୍ରଣକୁ ଆଣିବା କେବଳ ଫିଲ୍ମ କିମ୍ବା ମ୍ୟାଜିକ୍‌ ଶୋ’ଗୁଡ଼ିକରେ ଦେଖିବାକୁ ମିଳେ। ଫିଲ୍ମରେ ପ୍ରଦର୍ଶିତ...

ଏହି ରାଜ୍ୟରେ ଦେଖାଗଲା ବ୍ଲାକ୍‌ଫଙ୍ଗସ୍‌ର ପ୍ରଥମ ମାମଲା: ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୯।୫: କରୋନା ଭାଇରସ୍‌ର ଦ୍ୱିତୀୟ ଲହରର ସାମ୍ନା କରୁଥିବା ଦିଲ୍ଲୀରେ ଏବେ ବ୍ଲାକ୍‌ ଫଙ୍ଗସ୍‌ର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଏଥିଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ...

ଉତ୍ତପ୍ତ ଜଳବାୟୁ ଆତ୍ମହତ୍ୟା ବୃଦ୍ଧିର କାରଣ

ନ୍ୟୁୟର୍କ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯେ କେବଳ ଅର୍ଥନୀତିକୁ ପ୍ରଭାବିତ କରିଛି ତାହା ନୁହେଁ, ଏହା ବି ଆତ୍ମହତ୍ୟା ବୃଦ୍ଧିର ଏକ କାରଣ ବୋଲି ଗବେଷଣାରୁ...

ଭାରତ ସହିତ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଚାହୁଁଛି ଆମେରିକା

ଓ୍ବାଶିଂଟନ,୧୨ା୧୧: ୟୁକ୍ରେନ ଯୁଦ୍ଧ ଏବଂ ତାଇଓ୍ବାନକୁ ନେଇ ରୁଷିଆ-ଚାଇନା ସହିତ ମୁହାଁମୁହିଁ ହେବା ପରେ ଆମେରିକା ଭାରତ ସହ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଚାହୁଁଛି।...

ଏସ୍‌ସିବି, ସିଟି ହସ୍ପିିଟାଲରେ କେହି କରୋନା ଆକ୍ରାନ୍ତ ନାହାନ୍ତି

ଭୁବନେଶ୍ୱର, ୭।୪( ବ୍ୟୁରୋ): ଏସ୍‌ସିବି ମେଡିକାଲ କଲେଜ, ସିଟି ହସ୍ପିଟାଲ ଏବଂ ଅନ୍ୟାନ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ କୌଣସି କରୋନା(କୋଭିଡ୍‌-୧୯) ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଉ ନାହିଁ।...

Advertisement
Archives

Model This Week