ଲକଡାଉନ ନିୟମ ଉଲ୍ଲଂଘନ : ୨୧ ଗାଡି ଚାଳକ, ୧୪ ଦୋକାନୀଙ୍କୁ ଜରିମାନା

ବୌଦ୍ଧ, ୭ା୪(ସ୍ବ.ପ୍ର): ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ ନିୟମକୁ ଆହୁରି କଡାକଡି ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାକୁ ଅମାନ୍ୟ କରିବା ଅଭିଯୋଗରେ ବୌଦ୍ଧ ମଡେଲ ପୋଲିସ ୨୧ଟି ବାଇକ ଜବତ କରି ଚାଳକମାନଙ୍କ ନିକଟରୁ ପାଞ୍ଚଶହ ଟଙ୍କା ଲେଖାଏ ଜରିମାନା ଆଦାୟ କରିଛି। ସେହିପରି ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶାନ୍ତନୁ କୁମାର ଦାଶଙ୍କ ନେତୃତ୍ୱରେ ଏକ ଟିମ ଜିଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି କଟକଣା ସମୟରେ ଦୋକାନ ଖୋଲି ବିକ୍ରୟ କରୁଥିବାରୁ ବ୍ୟବସାୟୀମାନଙ୍କ ନିକଟରୁ ୧୪ ହଜାର ଟଙ୍କାର ଜରିମାନା ଆଦାୟ କରିଛନ୍ତି। ଏହି ଜରିମାନା ଅର୍ଥ ଜିଲା ରେଡକ୍ରସ ପାଣ୍ଠିକୁ ପ୍ରଦାନ କରାଯିବ । ତେବେ ଜିଲାର ଅନ୍ୟ ଥାନା ଗୁଡିକରେ ନୂତନ କଟକଣା ନିୟମ ସଂପର୍କରେ ଲୋକ ଜାଣିପାରିନଥିବାରୁ ଆଜି ଗୋଟିଏ ଦିନ ପାଇଁ ଲୋକମାନଙ୍କୁ ସତର୍କ କରାଇ ଛାଡିଦିଆଯାଇଥିବାବେଳେ ବୁଧବାରଠାରୁ କଡାକଡି ଭାବେ ଯାନବାହନ ଚଳାଚଳ ବନ୍ଦ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସମ୍ପର୍କରେ ସଚେତନ କଲା ‘ସ୍ବଚ୍ଛ ଭାରତ ଅଭିଯାନ’

ବାହାନଗା, ୩୧ା୩(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ ଆଗେଇ ଆସିଛନ୍ତି। କେତେକ ସଙ୍ଗଠନ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ବେଳେ କେତେକ...

ଆସନ୍ତା ୧୯ରେ ମୟୂରଭଞ୍ଜର ୫ ବୁଥ୍‌ରେ ହେବ ସାନି ମତଦାନ

ବାରିପଦା ଅଫିସ,୧୫।୫: ମୟୂରଭଞ୍ଜ ଜିଲାରେ ଆସନ୍ତା ୧୯ ତାରିଖରେ ହେବ ସାନି ମତଦାନ। ବାରିପଦା ବିଧାନସଭା ନିର୍ବାଚନମଣ୍ଡଳୀର ୪ ବୁଥ ଓ ବଙ୍ଗରିପୋଷି ବିଧାନସଭା ନିର୍ବାଚନମଣ୍ଡଳୀର...

ଅଖିଳ ଭାରତ ଡାକ କର୍ମଚାରୀ ସଂଘ କଟକ ଦକ୍ଷିଣ ମଣ୍ଡଳର ସମ୍ମିଳନୀ :ଦରମା ବୃଦ୍ଧି, ଖାଲି ପଦବୀ ପୂରଣ ଦାବି ଜୋର

ଜଗତ୍‌ସିଂହପୁର ଅଫିସ,୯ା୧୨: ଭାରତୀୟ ଡାକ ସେବାରେ କାର୍ଯ୍ୟରତ ୩ୟ ଶ୍ରେଣୀ, ପୋଷ୍ଟ ମ୍ୟାନ, ଏମ୍‌ଟିଏସ୍‌ ଏବଂ ଜିଡିଏସ୍‌ କର୍ମଚାରୀଙ୍କୁ ଦିଆଯାଉଥିବା ଦରମା ସନ୍ତୋଷଜନକ ନୁହେଁ। ତେଣୁ...

ଶାଳୀ ବିବାହ ସ୍ଥିର ହୋଇଯିବାରୁ ଅଶ୍ଳୀଳ ଫଟୋ ଭାଇରାଲ ପାଇଁ ଧମକ ଦେଇ ଭିଣୋଇ ଗିରଫ

କଣ୍ଟାପଡା,୧୦।୧୨(ଡି.ଏନ୍‌.ଏ.): ଶାଳୀ ସହ ଘଟିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଫଟୋକୁ ଭାଇରାଲ କରିଦେବାକୁ ଧମକ ଦେବା ଅଭିଯୋଗରେ ଓଲଟପୁର ପୋଲିସ ଅଭିଯୁକ୍ତ ଭିଣୋଇଙ୍କୁ ଗିରଫ କରି...

୧୨ରେ ହିଞ୍ଜିଳି ଗସ୍ତରେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୮ା୧୨(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖରେ ହିଞ୍ଜିଳି ଗସ୍ତରେ ଆସିବେ। ଏନେଇ ବୁଧବାର ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଗଞ୍ଜାମ ଏସ୍‌ପି...

ବରଷାରେ ଘର ଭାଂଗ୍‌ଲା: ବାସ୍‌ହରା ହେଲେ ନିସାହା ପରିବାର

ଲୋଇସିଂହା,୨୩।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗଁାର ବିଧବା ମହିଲା ଜାହ୍ନବି ପଟେଲକଁର ଘରର କଁାଥି ମଙ୍ଗଲବାର ରାତିରେ ଭାଂଗି ଯାଇଛେ। ମା’ଝି ରାତିରେ...

କୁଅଁରମାଲ ପତ୍ରା ଜଙ୍ଘଲ ରୁ କୁଟୁରା ଶିକାର

ଲଇକେରା ୪।୪ (ଡି.ଏନ.ଏ.) ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ କୁଅଁରମାଲ ବିଟ୍ ଚିରଗୁଣି ପତ୍ରା ଜଙ୍ଘଲରୁ ଏକ କୁଟୁରା ଶିକାର ଅଭିଯୋଗରେ ବନ ବିଭାଗ...

ତେଲେଙ୍ଗେନାକୁ କାମ କରିବାକୁ ଯାଇଥିଲେ, ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରହିଲେ ୨୪ ପ୍ରବାସୀ ଶ୍ରମିକ

ଜୁନାଗଡ,୫।୫(ଡି.ଏନ୍‌.ଏ.): ତେଲେଙ୍ଗେନାକୁ କାମ କରିବାକୁ ଯାଇଥିବା କଳାହାଣ୍ଡି ଜିଲା ଜୁନାଗଡ ବ୍ଲକର ୨୪ଜଣ ପ୍ରବାସୀ ଓଡିଆ ମଙ୍ଗଳବାର ବସ୍‌ ଭଡା କରି ଜୁନାଗଡରେ ପହଞ୍ଚିଛନ୍ତି। ଏଥିରେ...

Advertisement
Archives

Model This Week