Posted inଖେଳ

ରୋହିତ-ଧାଓ୍ବନଙ୍କ ରେକର୍ଡ

ରାଜକୋଟ,୮।୧୧- ଭାରତୀୟ ଦଳର ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ବନଙ୍କ ଯୋଡ଼ି ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତୀୟ ଓପନିଂ ଯୋଡ଼ି ୧୦.୫ ଓଭରରେ ୧୧୮ ରନ୍‌ ଯୋଡ଼ିଥିଲା। ଟି୨୦ ଫର୍ମାଟରେ ରୋହିତ ଓ ଧାଓ୍ବନଙ୍କ ଓପନିଂ ଯୋଡ଼ି ପାଇଁ ଏହା ଚତୁର୍ଥ ଶତକୀୟ ଭାଗୀଦାରି। କ୍ରିକେଟର ଛୋଟିଆ ଫର୍ମାଟରେ ଏହା ଯେ କୌଣସି ଓପନିଂ ଯୋଡ଼ି ପାଇଁ ସର୍ବାଧିକ। ଏହି ତାଲିକାରେ ଅଷ୍ଟ୍ରେଲିଆର ସେନ ଓ୍ବାଟସନ-ଡେଭିଡ ଓ୍ବାର୍ନର, ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ-କେନ ଓ୍ବିଲିୟମସନ, ଭାରତର ରୋହିତ-ବିରାଟ କୋହଲି, ନ୍ୟୁଜିଲାଣ୍ଡ ଗୁପଟିଲ-କଲିନ ମୁନ୍‌ରୋଙ୍କ ଓପନିଂ ଯୋଡ଼ି ରହିଛି। ଏହି ସମସ୍ତ ଯୋଡ଼ି ଅନ୍ତର୍ଜାତୀୟ ଟି୨୦ରେ ୩ ଥର ଶତକୀୟ ଭାଗୀଦାରି କରିଛନ୍ତି। ଉଲ୍ଲେଖଥାଉ କି, ରୋହିତ ୪୩ ବଲରୁ ବିସ୍ଫୋରକ ୮୫ ଓ ଧାଓ୍ବନ ୩୧ ରନ୍‌ କରି ଭାରତୀୟ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଭାସ୍କର-ତେନ୍ଦୁଲକରଙ୍କ କ୍ଲବ୍‌ରେ ସାମିଲ ହେଲେ ପୂଜାରା

ସିଡନୀ,୧୧।୧: ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ କ୍ରିକେଟର୍‌ ଚେତେଶ୍ୱର ପୂଜାରା କମାଲ ପ୍ରଦର୍ଶନ କରିଛନ୍ତି। ସେ ଅର୍ଦ୍ଧଶତକ ହାସଲ କରି କେବଳ...

ଜୋକୋଭିଚ୍‌ଙ୍କୁ ୫ମ ଓ୍ବିମ୍ବେଲଡନ ଟାଇଟଲ

ଲଣ୍ଡନ, ୧୫ା୭ (ଏଏଫ୍‌ପି)-ସୁଇଜରଲାଣ୍ଡର ରୋଜର ଫେଡରରଙ୍କୁ ୭-୬ (୭/୫), ୧-୬, ୭-୬ (୭/୪), ୪-୬, ୧୩-୧୨ (୭/୩) ସେଟ୍‌ରେ ହରାଇ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ୫ମ...

ଅଭ୍ୟାସ ମ୍ୟାଚ୍‌: ଭାରତ ଅଗ୍ରଣୀ: ଦ୍ରୁତ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ

ହାମିଲଟନ, ୧୬।୨(ପି.ଟି.)- ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତୀୟ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଶନିବାର ଦ୍ୱିତୀୟ...

ରେକର୍ଡ ବ୍ରେକିଂ ପ୍ରଦର୍ଶନ ସତ୍ତ୍ୱେ ଦଳରୁ ବାଦ୍‌ ପଡିଲେ ଏହି ଖେଳାଳି

ଖ୍ରୀଷ୍ଟଚର୍ଚ୍ଚ,୨୩।୧୨: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ୧୩ ଜଣିଆ ଦଳ ଘୋଷଣା କରିଛି। ହେଲେ ଆଶ୍ଚର୍ଯ୍ୟନକ ଭାବେ ସ୍ପିନର ଏଜାଜ ପଟେଲ...

ନୀଳ ମାସ୍କ, ପିପିଇ କିଟ୍‌ ପିନ୍ଧି ଅଷ୍ଟ୍ରେଲିଆ ଅଭିମୁଖେ ବାହାରିଲା ଭାରତୀୟ ଦଳ

ଦୁବାଇ,୧୨।୧୧: ଆଇପିଏଲ୍‌ ଶେଷ ହେବା ପରେ ଭାରତୀୟ କ୍ରିକେଟ ଦଳ ଦୁବାଇରୁ ସିଧା ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି। ଦଳର ସବୁ ଖେଳାଳିଙ୍କ ନୀଳ ମାସ୍କ ଏବଂ...

ସ୍ବତନ୍ତ୍ର ଦିନକୁ ସ୍ମରଣୀୟ କରିପାରିଲେ ନାହିଁ ବିରାଟ କୋହଲି: ଆଇପିଏଲ୍‌ ସାଥୀ ଖେଳାଳି କରିଦେଲେ ଫିକା

ସାଉଥମ୍ପଟନ,୨୦।୬: ଭାରତୀୟ ଅଧିନାୟକ ବିରାଟ କୋହଲି ଆଜି ତାଙ୍କ ଟେଷ୍ଟ କ୍ୟାରିୟରର ୧୦ ବର୍ଷ ପୂରଣ କରିଛନ୍ତି। ଆଜି ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଦିନ।...

ରାଫାଲ ବାୟୁସେନାରେ ସାମିଲ ହେବା ଦେଶ ପାଇଁ ଗର୍ବ ଏବଂ ଗୌରବ: ଧୋନୀ

ନୂଆଦିଲ୍ଲୀ,୧୧।୯: ପୂର୍ବ ଲଦାଖ ସୀମାରେ ଭାରତ ଏବଂ ଚାଇନା ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବାବେଳେ ଆଜି ଭାରତୀୟ ବାୟୁସେନାରେ ସର୍ବାଧୁନିକ ଯୁଦ୍ଧ ବିମାନ...

ଭାରତ ଗସ୍ତ: ବାଂଲାଦେଶ ଟି୨୦, ଟେଷ୍ଟ ଦଳ ଘୋଷିତ

ଢାକା, ୩୦।୧୦(ପି.ଟି.)- ଆଗାମୀ ଭାରତ ଗସ୍ତ ପାଇଁ ମଙ୍ଗଳବାର ବାଂଲାଦେଶ ଟି୨୦ ଓ ଟେଷ୍ଟ ଦଳ ଘୋଷିତ ହୋଇଛି। ମହମୁଦୁଲ୍ଲା ରିୟାଦ ଓ ମୋମିନୁଲ ହକ୍‌...

Advertisement


Archives

Model This Week