Posted inଖେଳ

ରୋହିତ, ଧାଓ୍ବନଙ୍କୁ ଚକିତ କଲେ ୧୯ ବର୍ଷୀୟ ଲୋକାଲ ପେସର

ନୂଆଦିଲ୍ଲୀ,୩।୧୧- ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚ୍‌ ପୂର୍ବରୁ ୧୯ ବର୍ଷୀୟ ଲୋକାଲ ପେସର କେଶବ ଦବସ ଭାରତୀୟ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ବନଙ୍କୁ ଚକିତ କରିଦେଇଛନ୍ତି। ସେ ନିଜର ଦକ୍ଷ ବୋଲିଂରେ ରୋହିତଙ୍କୁ ଆଉଟ କରିବା ପରେ ଧାଓ୍ବନଙ୍କୁ ଉଇକେଟ ଓପାଡ଼ି ଦେଇଛନ୍ତି। ଏହି ଘଟଣା ଭାରତୀୟ ଦଳର ଅଭ୍ୟାସ ସେସନରେ ଘଟିଥିଲା। ଏକ ସାକ୍ଷାତ୍‌କାର ଦେଇ କହିଛନ୍ତି, ଦେଶର ଦୁଇ ଦକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରି ଚମତ୍କାର ଅନୁଭବ କରୁଛି। କ’ଣ କହିବି ଜାଣି ପାରୁ ନାହିଁ। ମୋତେ ଦଳୀୟ ବୋଲର ଶାର୍ଦ୍ଦୁଳ ଠାକୁର ପ୍ରଶଂସା କରିଥିଲେ। ରିପୋର୍ଟ ଅନୁଯାୟୀ ଭଲ ଲେନ୍ଥରେ ଓ ଅତ୍ୟଧିକ ବାଉନ୍ସ ଯୋଗୁ ବଲ ରୋହିତଙ୍କ ବ୍ୟାଟ୍‌ର ଏଜ୍‌ ନେଇଥିଲା। କାମଚଳା ଅଧିନାୟକ ବଲ ଫେରାଇବା ପୂର୍ବରୁ କେଶବ ଉଲ୍ଲସିତ ହୋଇ ପବନରେ ମୁଥା ମାରିଥିଲେ। କିନ୍ତୁ ଧାଓ୍ବନଙ୍କୁ କ୍ଲିନ ବୋଲ୍ଡ କରିବା ପରେ ୧୯ ବର୍ଷୀୟ ପେସର କିଛି ରିଆକଶନ ଦେଇ ନ ଥିଲେ। ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ବୋଲିଂ କରିବା ତାଙ୍କ ପାଇଁ ନୂଆ ଘଟଣା ନୁହେଁ। ଚଳିତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ବେଳେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବୋଲିଂ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମଙ୍କ୍‌ଡିଙ୍ଗ୍‌ ନେଇ ବ୍ୟାଟ୍ସମ୍ୟାନଙ୍କୁ ଅଶ୍ୱିନଙ୍କ ପ୍ରଥମ ଓ ଅନ୍ତିମ ଚେତାବନୀ

ଦୁବାଇ,୭।୧୦ (ପି.ଟି.): ଭାରତ ତଥା ଦିଲ୍ଲୀ କ୍ୟାପିଟାଲ୍ସ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମଙ୍କଡିଙ୍ଗ୍‌ ନେଇ ନିଜର ପ୍ରଥମ ଓ ଅନ୍ତିମ ଚେତାବନୀ ଦେଇଛନ୍ତି। ଦିଲ୍ଲୀ...

ଭାରତ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା…

ନୂଆଦିଲ୍ଲୀ,୩୦।୧୧ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚଟି ହକି ଟେଷ୍ଟ ମ୍ୟାଚ ଖେଳାଯାଉଛି। ସିରିଜର ତୃତୀୟ ମ୍ୟାଚରେ ଭାରତୀୟ ହକି ଦଳ ରୋମାଞ୍ଚକର ଢଙ୍ଗରେ...

ଅଷ୍ଟ୍ରେଲିଆନ ଫର୍ମୁଲାଓ୍ବାନ ଗ୍ରାଁପ୍ରି ବାତିଲ

ମେଲବୋର୍ନ, ୧୩ା୩ (ଏଏଫ୍‌ପି): ଶୁକ୍ରବାର ପ୍ରାକ୍ଟିସ ସେସନ ଆରମ୍ଭ ପୂର୍ବରୁ ସିଜନ ଓପନିଂ ଅଷ୍ଟ୍ରେଲିଆନ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରିକୁ ବାତିଲ କରିଦିଆଯାଇଛି। ମ୍ୟାକଲରେନ ଟିମ୍‌ର...

ମାଞ୍ଚେଷ୍ଟର ଟେଷ୍ଟ: ଚତୁର୍ଥ ଦିବସ ଖେଳ ବାତିଲ

ମାଞ୍ଚେଷ୍ଟର, ୨୭।୭- ବର୍ଷା ଯୋଗୁ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ତୃତୀୟ କ୍ରିକେଟ ଟେଷ୍ଟର ଚତୁର୍ଥ ଦିବସ ଖେଳ ସୋମବାର ବାତିଲ ହୋଇଛି। ଫଳରେ ଫଳାଫଳ ପାଇଁ ଉଭୟ ଦଳକୁ...

ପୋଲିସ ସବଇନ୍ସପେକ୍ଟରଙ୍କୁ ବିବାହ କରିଛନ୍ତି ଏହି ଭାରତୀୟ ଖେଳାଳି

ଭାରତୀୟ ଟିମର ପେସ୍‌ ବୋଲର୍‌ ପରୱିନ୍ଦର ଆୱାନା ଜଣେ ପୋଲିସଙ୍କୁ ବିବାହ କରିଛନ୍ତି। ପରୱିନ୍ଦରଙ୍କ ସ୍ତ୍ରୀ ସଙ୍ଗୀତା କସାନା ଦିଲ୍ଲୀ ପୋଲିସରେ ସବଇନ୍ସପେକ୍ଟର ଅଛନ୍ତି। ପରୱିନ୍ଦର...

ମୁମ୍ବାଇ ସମର୍ଥନରେ ବାହାରିଲା ଆର୍‌ସିବି; ପ୍ରଶଂସକ କହିଲେ ‘ଓଭରଆକ୍ଟିଂ ପାଇଁ…

ମୁମ୍ବାଇ,୨୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ପାଇଁ ଏହି...

ଆଜି ପ୍ରଥମ କ୍ୱାଲିଫାୟର ମ୍ୟାଚ ଖେଳିବେ ସିଏସ୍‌କେ-ଜିଟି

ଆଇପିଏଲ ୨୦୨୩ର ୧୬ ତମ ସିଜନରେ ମଙ୍ଗଳବାରଠାରୁ ପ୍ଲେ ଅଫ ମ୍ୟାଚ ଖେଳାଯିବ। ତେବେ ଏହି ସିଜନର ପ୍ରଥମ କ୍ୱାଲିଫାୟର ମ୍ୟାଚ ଆଜି ଚେନ୍ନାଇ ସୁପର...

ପଡ଼ିଆରେ ଶୋଇ ଏହି କଥା ଚିନ୍ତା କରୁଛନ୍ତି ରୋହିତ ଶର୍ମା

ଅହମଦାବାଦ,୧।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାରି ଟେଷ୍ଟ ସିରିଜର ଶେଷ ମ୍ୟାଚ ମାର୍ଚ୍ଚ ୪ରୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ସିରିଜ...

Advertisement
Archives

Model This Week