Posted inଖେଳ

ରୋହିତଙ୍କୁ କ୍ୟାରିୟରର ଶ୍ରେଷ୍ଠ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌

ଦୁବାଇ,୮।୧୦: ଓପନର ଭାବେ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଶତକ କରିବାରେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା କ୍ୟାରିୟରର ଶ୍ରେଷ୍ଠ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗ୍‌ ହାସଲ କରିଛନ୍ତି। ପୂର୍ବରୁ ୫୩ତମ ସ୍ଥାନରେ ଥିବା ରୋହିତ ପ୍ରଥମ ଟେଷ୍ଟ ପରେ ୧୭ତମ ସ୍ଥାନକୁ ଉଠିଛନ୍ତି। ଏପର୍ଯ୍ୟନ୍ତ ୨୮ ଟେଷ୍ଟ ଖେଳିଥିବା ଡାହଣହାତୀ ବ୍ୟାଟ୍ସମ୍ୟାନ ଏକାଥରେ ୩୬ ସ୍ଥାନ ଉପରକୁ ଉଠି ଆସିଛନ୍ତି। ଭାଇଜାଗ ଟେଷ୍ଟରେ ଦ୍ୱିଶତକ ହାସଲ କରିଥିବା ମୟଙ୍କ ଅଗ୍ରଓ୍ବାଲ ୩୮ ସୋପାନ ଉପରକୁ ଉଠି ୨୫ତମ ସ୍ଥାନ ଅଧିକାର କରିଛନ୍ତି। ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌। ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ସ୍ପଟ ବଜାୟ ରଖିଛନ୍ତି। କିନ୍ତୁ ତାଙ୍କ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ୯୦୦ ତଳକୁ ଖସି ଆସିଛି। କୋହଲିଙ୍କ ନିକଟରେ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ଏବେ ୮୯୯ ରହିଛି। ତାଙ୍କଠାରୁ ଅଧିକ ୩୮ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ। ବୋଲରଙ୍କ ମଧ୍ୟରେ ରବିଚନ୍ଦ୍ରନ ଅଶ୍ୱିନ ଟପ୍‌ ୧୦କୁ ଫେରିଛନ୍ତି। ସେ ଭାଇଜାଗ ଟେଷ୍ଟରେ ମୋଟ ୧୪୫ ରନ୍‌ ବ୍ୟୟ କରି ୭ ଉଇକେଟ ନେଇଥିଲେ। ପୂର୍ବତନ ନମ୍ବର ଓ୍ବାନ ବୋଲର ୧୪ ତମ ସ୍ଥାନରୁ ଉଠି ୧୦ମ ସ୍ଥାନରେ ରହିଛନ୍ତି। ଅଲରାଉଣ୍ଡ ଟପ୍‌ ୫ ତାଲିକାରେ ମଧ୍ୟ ସ୍ଥାନ ପାଇଛନ୍ତି। ପେସର ମହମ୍ମଦ ସାମି ଦୁଇଟି ସ୍ଥାନ ଉପରକୁ ଉଠି ୧୬ତମ ଓ ରବୀନ୍ଦ୍ର ଜାଡେଜା ବାଂଲାଦେଶର ଶାକିବ ଅଲ ହାସନଙ୍କୁ ପଛରେ ପକାଇ ଦ୍ୱିତୀୟ ର଼୍ୟାଙ୍କ ଅଲରାଉଣ୍ଡ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱିତୀୟ ଟେଷ୍ଟ: ଶ୍ରୀଲଙ୍କା ଅଗ୍ରଣୀ

କରାଚୀ,୨୧।୧୨- ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଶ୍ରୀଲଙ୍କା ପ୍ରଥମ ଇନିଂସରେ ଅଗ୍ରଣୀ ହୋଇଛି। ଟସ୍‌ ଜିତି ପାକିସ୍ତାନ...

ଟେନ୍‌ସନ୍‌ରେ ଏହି ୨ କ୍ରିକେଟର୍‌

ଲଣ୍ଡନ,୯।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଡ୍ରରେ ଶେଷ ହୋଇଛି। ବର୍ଷା ହେତୁ ପଞ୍ଚମ ଦିନରେ ଗୋଟିଏ ବଲ ବୋଲିଂ...

ଗୋଲକିପରଙ୍କୁ ମାରି ରେଫରି ବାସନ୍ଦ

ମିଲନ,୧୨।୨- ଚଳିତ ମାସରେ ଏକ ଲିଗ୍‌ ମ୍ୟାଚ୍‌ ବେଳେ ଜଣେ ଇଟାଲିଆନ ରେଫରି ଗୋଲକିପରଙ୍କୁ ମୁଣ୍ଡିଆ ମାରିଥିଲେ। ଏଥିନେଇ ରେଫରିଙ୍କୁ ଏକ ବର୍ଷ ପାଇଁ ବାସନ୍ଦ...

ଚେନ୍ନାଇରେ ପହଞ୍ଚିଲେ ଇଂଲଣ୍ଡ ଖେଳାଳି

ଚେନ୍ନାଇ,୨୭।୧: ଭାରତ ବିପକ୍ଷରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଅଧିନାୟକ ଜୋ ରୁଟ୍‌ଙ୍କ ସମେତ ଇଂଲଣ୍ଡ କ୍ରିକେଟ ଦଳର କେତେକ ସଦସ୍ୟ ବୁଧବାର...

ଟି୨୦ ବିଶ୍ୱକପ୍‌ ବାତିଲ ହେଲେ ଆଇପିଏଲ୍‌ ଲାଗି ବାଟ ଖୋଲିବ: ଟେଲର

ମେଲବୋର୍ନ,୧୭।୫(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁଥିବା ଟି୨୦ ବିଶ୍ୱକପ୍‌ ବାତିଲ ହେବା ସମ୍ଭାବନା ସୃଷ୍ଟି ହୋଇଛି। ଯଦି ଏହି ମେଗା...

ଫର୍ମୁଲା ଓ୍ବାନ୍‌ ଆୟୋଜନରୁ ଓହରିବନି ମେକ୍ସିକୋ ସିଟି

ମେକ୍ସିକୋ ସିଟି, ୯ା୮ (ଏଏଫ୍‌ପି)- ମେକ୍ସିକୋ ସିଟି ୨୦୨୨ ପର୍ଯ୍ୟନ୍ତ ଫର୍ମୁଲା ଓ୍ବାନ କାର୍‌ ରେସ୍‌ ଗ୍ରାଁ ପ୍ରି ଆୟୋଜନ ଜାରି ରଖିବ। ଶୁକ୍ରବାର ଇଣ୍ଟରନ୍ୟାଶନାଲ...

ଉଇକେଟ୍‌ ନେବା ପରେ ବି ମାଡ ଖାଉଥିଲେ ଏହି କ୍ରିକେଟର୍‌

ଆଜି ଟିମ ଇଣ୍ଡିଆର ଲେଗ ସ୍ପିନର ରାହୁଲ ଚହରଙ୍କ ଜନ୍ମଦିନ। ରାହୁଲ ଚହରଙ୍କୁ ୨୨ ବର୍ଷ ବୟସ ହୋଇଛି। ରାହୁଲ ୨୦୧୯ରେ ଭାରତ ପାଇଁ ଡେବ୍ୟୁ...

କୋଚ୍‌ ଏଲ୍‌କୋଙ୍କଠାରୁ ଅଲଗା ହେଲା କେରଳ ବ୍ଲାଷ୍ଟର

ନୂଆଦିଲ୍ଲୀ,୨୨।୪ (ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) କ୍ଲବ କେରଳ ବ୍ଲାଷ୍ଟର୍ସ ହେଡ୍‌ କୋଚ୍‌ ଏଲ୍‌କୋ ସ୍କାଟୋରୀଙ୍କଠାରୁ ଅଲଗା ହୋଇଛି। ଏ ସଂକ୍ରାନ୍ତରେ କେରଳ ବୁଧବାର...

Advertisement
Archives

Model This Week