ରୋମାନ୍ସ, ସସ୍‌ପେନ୍ସରେ ଭରପୂର ରହିବ ଭାଲେଣ୍ଟାଇନ୍‌ ସପ୍ତାହ: ପରଦାକୁ ଆସୁଛି ଏସବୁ ଫିଲ୍ମ

ବମ୍ବେ: ଆଗକୁ ଆସୁଛି ଭାଲେଣ୍ଟାଇନ୍‌ ଡେ। ଚଳଚ୍ଚିତ୍ର ନିର୍ମାତାମାନେ ଏହାକୁ ଦୃଷ୍ଟିରେ ରଖି ରୋମାନ୍ସ ଏବଂ ସସ୍‌ପେନ୍ସ ଉପରେ ଆଧାରିତ ଏକାଧିକ ଫିଲ୍ମ ଭେଟିଦେବାକୁ ଯାଉଛନ୍ତି।

ଭାଲେଣ୍ଟାଇନ୍‌ ସପ୍ତାହରେ ଦୁଇଟି ଶୁକ୍ରବାର ପଡ଼ୁଥିବାବେଳେ ଫେବୃୟାରୀ ୭ ତାରିଖରେ ରିଲିଜ ହେବ ହିନା ଖାଁ ଅଭିନୀତ ‘ହ୍ୟାକ୍ଡ’। ଏହା ହିନାଙ୍କ ଡେବ୍ୟୁ ଫିଲ୍ମ। ନିକଟରେ ଏହାର ଟ୍ରେଲର୍‌ ରିଲିଜ ହେବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍କଣ୍ଠା ବଢ଼ିଯାଇଛି। ଜଣେ ସାଇକୋ ଲଭର୍‌ଙ୍କ ଗତିବିଧି ଯୋଗୁ କିଭଳି ଜଣେ ଝିଅଙ୍କ ଜୀବନରେ ପରିବର୍ତ୍ତନ ଆସୁଛି ତାହା ଫିଲ୍ମର କାହାଣୀ।

ସେହିଭଳି ଏହି ଦିନ ଆଉ ଏକ ଫିଲ୍ମ ମଧ୍ୟ ରିଲିଜ ହେଉଛି। କଶ୍ମୀର ପଣ୍ଡିତଙ୍କ ମାଇଗ୍ରେଶନ ଉପରେ ଆଧାରିତ ଫିଲ୍ମ ‘ଶିକାରା’ ଦୀର୍ଘଦିନ ଧରି ବିବାଦରେ ରହି ଆସୁଛି। ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶନାରେ ଫିଲ୍ମର ନିର୍ମାଣ ହୋଇଛି। ଏଥିରେ ଥିବା ପ୍ରେମକାହାଣୀ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଚର୍ଚ୍ଚା ହେଉଛି।

ଅନିଲ କପୁର, ଆଦିତ୍ୟ ରୟ କପୁର, ଦିଶା ପଟାନୀ ପ୍ରମୁଖ ଅଭିନୀତ ଫିଲ୍ମ ‘ମଲଙ୍ଗ’ ମଧ୍ୟ ଭାଲେଣ୍ଟାଇନ୍‌ ସପ୍ତାହରେ ରିଲିଜ ହେବ। ଏହାର ଟ୍ରେଲର ଏବେ ଦର୍ଶକଙ୍କ ମନ କିଣିଛି। ଫିଲ୍ମରେ କୁନାଲ ଖେମୁ ମଧ୍ୟ ନଜର ଆସିବେ।

ଭ୍ୟାଲେଣ୍ଟାଇନ୍‌ ଡେ’ ଅର୍ଥାତ ୧୪ ଫେବୃୟାରୀରେ ରିଲିଜ ହେବ କାର୍ତ୍ତିକ ଆର୍ୟନ-ସାରା ଅଭିନୀତ ‘ଲଭ ଆଜ୍‌ କଲ-୨’। ଉଭୟଙ୍କ କେମିଷ୍ଟ୍ରି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ନିର୍ମାତା ଆଶା ରଖିଛନ୍ତି। ଏହି ଦିନ ‘ହମ୍‌ ଭି ଅକେଲେ ତୁମ୍‌ ଭି ଅକେଲେ’ ରିଲିଜ ହେବାକୁ ଯାଉଛି। ହେଲେ ଫିଲ୍ମକୁ ନେଇ କୌଣସି ବଜ୍‌ ଶୁଣିବାକୁ ମିଳୁନାହିଁ। ଏହାଛଡ଼ା ଫିଲ୍ମ ‘ହବାଏଁ’ ମଧ୍ୟ ଉକ୍ତ ଦିନ ପରଦାକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

୩୭ରେ କରିଶ୍ମା

ମୁମ୍ବାଇ,୨୧।୧୨: ଛୋଟପରଦାରୁ ବଲିଉଡ୍‌ରେ ପାଦ ଥାପିଥିବା ସୁନ୍ଦରୀ ଅଭିନେତ୍ରୀ କରିଶ୍ମା ତନ୍ନା ସୋମବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୩ ଡିସେମ୍ବର ୨୧ରେ ସେ ମୁମ୍ବାଇରେ...

ବାପା ହେବେ ଆଉ ଜଣେ ଅଭିନେତା

‘ଟଶନ ଏ ଇଶ୍କ’, ‘ଖୁଶିୟୋକି ଗୁଲକ ଆଶି’ ଏବଂ ‘କସମ୍‌ ସେ’ ପରି ଟିଭି ଶୋ’ରେ କାମ କରିସାରିଥିବା ଅଭିନେତା ନମନ୍‌ ଖାଁ ଖୁବ୍‌ଶୀଘ୍ର ବାପା...

ପରିବାର ଲୋକଙ୍କ ସହ ହନିମୁନ ଯିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ଅଭିନେତ୍ରୀ ୟାମି ଗୌତମ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହର ମାତ୍ର କେଇଟା ଦିନ ପରେ ସେ ପୁଣି ଶୁଟିଂକୁ ଫେରିଛନ୍ତି। ନିକଟରେ ସୈଫ...

ଅଙ୍କିତା-ଭିକିଙ୍କ ରିସେପଶନ ସ୍ଥଗିତ

ମୁମ୍ବାଇ: ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଡିସେମ୍ବର ୧୪ରେ ବ୍ୟବସାୟୀ ଭିକି ଜୈନଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହ ବେଶ୍‌ ଧୂମଧାମରେ ହୋଇଥିଲା।...

ଆଉ ଏକ ନୂଆ ଗୀତ ଗାଇଲେ ‘ବଚ୍‌ପନ୍‌ କା ପ୍ୟାର୍‌’ ଫେମ୍‌

ମୁମ୍ବାଇ: କିଛିଦିନ ତଳେ ‘ଜାନେ ମେରୀ ଜାନେ ମନ୍‌, ବଚପନ୍‌ କା ପ୍ୟାର୍‌’ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା କୁନି ଗାୟକ ସହଦେବ ଦିର୍ଦୋ ଏକ...

ଆଇସ୍‌କ୍ରିମପ୍ରିୟ ତମନ୍ନା

ନିଜର ମନ ପସନ୍ଦର ଖାଦ୍ୟ ଖାଇବାକୁ ସେ ତ ପଛାଇ ନ ଥାନ୍ତି। ହେଲେ ଗୋଟିଏ ଜିନିଷ ଦେଖିଲେ ତାଙ୍କ ପାଟିରୁ ଲାଳ ଗଡ଼େ। ତାକୁ...

ନିର୍ବନ୍ଧରେ ସବୁଠୁ ଦାମୀ ମୁଦି ପିନ୍ଧିଥିଲେ ଏହି ଅଭିନେତ୍ରୀ, ବିରୁଷ୍କା ବି ପଛରେ

୨୦୧୬ରେ ଆମୀର ଖାନଙ୍କ ସୁପରହିଟ ଚଳଚ୍ଚିତ୍ର ‘ଗଜିନରେ’ ଅଭିନୟ କରିଥିଲେ ଅଭିନେତ୍ରୀ ଆସିନ ଥଟ୍ଟୁମକାଲ। ସେ ଦକ୍ଷିଣ ଭାରତର ସବୁଠାରୁ ଦାମୀ ଅଭିନେତ୍ରୀ ଭାବେ ମଧ୍ୟ...

ସାଢ଼େ ଚାରି ବର୍ଷ ସମ୍ପର୍କରେ ରହିବା ପରେ ଶାହିଦଙ୍କଠାରୁ ଅଲଗା ହୋଇଥିଲେ କରିନା, ବ୍ରେକ୍‌ଅପ୍‌ ନେଇ…

ବମ୍ବେ: ଏକ ସମୟରେ ଅଭିନେତ୍ରୀ କରିନା କପୁର ଏବଂ ଅଭିନେତା ଶାହିଦ କପୁରଙ୍କ ଯୋଡ଼ିକୁ ଆଦର୍ଶ କୁହାଯାଉଥିଲା। ହେଲେ ଯେତେବେଳେ ସେମାନେ ଅଲଗା ହୋଇଥିଲେ ସବୁକିଛି...

Advertisement
Archives

Model This Week