Posted inଖେଳ

ରୋନାଲ୍ଡୋଙ୍କୁ ୬ଷ୍ଠ ବାଲୋନ ଡି’ଅର ପୁରସ୍କାରରୁ ବଞ୍ଚିତ କରିଥିଲା ମାଡ୍ରିଡ୍‌

ପ୍ୟାରିସ,୪ା୧୨- ଚଳିତବର୍ଷର ଶ୍ରେଷ୍ଠ ଫୁଟବଲର ବାଲୋନ ଡି’ଅର ସମ୍ମାନ ଆର୍ଜେଣ୍ଟିନାର ଲିଓନେଲ ମେସି ହାତେଇବା ପରେ ଜୁଭେଣ୍ଟସର ଅଭିଜ୍ଞ ଡିଫେଣ୍ଡର ଗିର୍ଗିଓ ଚିଲିନି ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ଗତବର୍ଷ ୨୦୧୮ର ବାଲୋନ ଡି’ଅର ପୁରସ୍କାର ପତ୍ତୁର୍ଗାଲର ରୋନାଲ୍ଡୋଙ୍କୁ ମିଳିବାର ଥିଲା। ଏହା ହୋଇଥିଲେ ରୋନାଲ୍ଡୋ ସର୍ବାଧିକ ୬ଷ୍ଠ ଥରପାଇଁ ବାଲୋନ ଡି’ଅର ସମ୍ମାନ ହାସଲ କରିଥାନ୍ତା। ମାତ୍ର ସେ ରିଅଲ ମାଡ୍ରିଡ୍‌ ଛାଡ଼ି ସିରି ଏ କ୍ଲବ ଜୁଭେଣ୍ଟସରେ ଯୋଗ ଦେବାରୁ ତାଙ୍କ ବଦଳରେ ମାଡ୍ରିଡ୍‌ ଲୁକା ମୋଡ୍ରିଚଙ୍କୁ ଭୋଟ ଦେଇଥିଲା। କାରଣ ମାଡ୍ରିଡ୍‌ ଚାହୁଁଥିଲା ନିଜ ଖେଳାଳି ହିଁ ଏହି ପୁରସ୍କାର ହାସଲ କରନ୍ତୁ। ରୋନାଲ୍ଡୋ ପ୍ୟାରିସରେ ଅନୁଷ୍ଠିତ ବାଲୋନ ଡି’ଅର ପୁରସ୍କାର ବିତରଣୀ ଉତ୍ସବରେ ଯୋଗଦେଇ ନ ଥିଲେ। ତାଙ୍କୁ ସେହି ଦିନ ମିଲନଠାରେ ସିରି ଏ’ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଏହି ପୁରସ୍କାର ବିତରଣୀ ଉତ୍ସବରେ ଗିର୍ଗିଓ ଏଭଳି ଚାଞ୍ଚଲ୍ୟକର ଟିପଣି ଦେଇଛନ୍ତି। ଉଲ୍ଲେଖଥାଉ କି, ମୋଡ୍ରିଚଙ୍କ ପ୍ରତିନିଧିତ୍ୱରେ ରିଅଲ ମାଡ୍ରିଡ୍‌ ଚାମ୍ପିୟନ୍ସ ଲିଗ୍‌ ଜିତିଥିଲା ଓ ୨୦୧୮ ବିଶ୍ୱକପ୍‌ରେ କ୍ରୋଏସିଆ ଦଳ ଉପ ବିଜେତା ହୋଇ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନବଜାତ ଶିଶୁଙ୍କୁ ସୁନାମୁଦି ଦେବେନି ବିଜୟ? ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୯।୯: ତାମିଲନାଡୁରେ କ୍ଷମତା ସମ୍ଭାଳିବା ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନବଜାତ ଶିଶୁମାନଙ୍କୁ ସୁନା ମୁଦି ପ୍ରଦାନ କରିବା ସମ୍ପର୍କିତ ଚର୍ଚ୍ଚିତ ଯୋଜନାର ଶୁଭାରମ୍ଭ ବର୍ତ୍ତମାନ…

ଧାନ କାଟିବାକୁ ଯାଇଥିବା ନାବାଳିକାଙ୍କୁ ବଳାତ୍କାର, ଜଣେ ନାବାଳକଙ୍କୁ ଅଟକ ରଖି…

ବଞ୍ଚୋ,୯ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗରେ ଜଣେ ୧୭ ବର୍ଷ ୧୦ ମାସ ବୟସର ନାବାଳକଙ୍କୁ ପୋଲିସ…

ଘର ଆଗରୁ ବାଇକ୍‌ ଚୋରି କରି ନେଇଗଲେ ଦୁର୍ବୃତ୍ତ

ଦିଗପହଣ୍ଡି,୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜନଗର ମେନ୍‌ରୋଡ୍‌ରେ ଥିବା ଏ. ମୁନା ଦୋରାଙ୍କ ଘର ସମ୍ମୁଖରୁ କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌କୁ ଚୋରି କରି…

ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ…

ଗଣେଶ ପୂଜାରେ ୫ ରାଶିଙ୍କ ଫିଟିବ ଭାଗ୍ୟ; ଅଚାନକ ମିଳିବ ଧନ, କଟିଯିବ ସବୁ ବିପଦ…

ଗଣେଶ ଚତୁର୍ଥୀ ଅବସରରେ ଶୁଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ ମାତା ପାର୍ୱତୀଙ୍କ ପୂଜା ପାଇଁ ହରତାଳିକା ତୀଜ ବ୍ରତ ରହିଛି। ଶିବଙ୍କ ପୂଜା ପାଇଁ…

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ସରକାର ଦେବେ ସବସିଡିଯୁକ୍ତ ଶସ୍ତା ଭଡ଼ା ଘର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍‌ଲୀ,୯।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ମୋଦୀ ସରକାର ସହରରେ ରହୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକୁ ଦୃଷ୍ଟିରେ ରଖି…

ପେନଶନର୍‌ଙ୍କ ପାଇଁ ଖୁସି ଖବର, ୮ମ ବେତନ ଆୟୋଗରେ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୯।୯: ୮ମ କେନ୍ଦ୍ରୀୟ ବେତନ ଆୟୋଗ (8th Pay Commission) ସୁପାରିଶକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ଏବେ ଏକ ନୂଆ…

ବଡ଼ ରାଜଯୋଗ: ୨୬ ସେପ୍ଟେମ୍ବର ଯାଏ ୩ ରାଶିଙ୍କର ବଲ୍ଲେ-ବଲ୍ଲେ, ଅଚାନକ ଚାକିରି-ବ୍ୟବସାୟରେ…

ବୁଧ ଗ୍ରହ କନ୍ୟା ରାଶିରେ ଗୋଚର କରିସାରିଛନ୍ତି। କନ୍ୟା ରାଶିର ସ୍ବାମୀ ହେଉଛନ୍ତି ସ୍ବୟଂ ବୁଧ ଦେବ। ଏଭଳି ସ୍ଥିତିରେ ବୁଧ ନିଜ ରାଶିରେ ପ୍ରବେଶ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri