Posted inଖେଳ

ରୋନାଲ୍ଡିନୋଙ୍କୁ ଜେଲରୁ ବାହାର କରିବା ପାଇଁ ମେସି ଖର୍ଚ୍ଚ କଲେ ୨୯ କୋଟି ଟଙ୍କା

ବାର୍ସିଲୋନା,୧୪।୩- କାସିନୋ ମାଲିକଙ୍କ ଆମନ୍ତ୍ରଣରେ ପୂର୍ବତନ ବ୍ରାଜିଲ ଓ ବାର୍ସିଲୋନା ଷ୍ଟାର ରୋନାଲ୍ଡିନୋ ଫେକ ପାସପୋର୍ଟ ସହ ପାରାଗୁଏ ଗସ୍ତ କରିଥିଲେ। ୨୦୦୨ ଫିଫା ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟଙ୍କୁ ସେଠାରେ ପୋଲିସ ଗିରଫ କରି ଜେଲକୁ ପଠାଇଛି। ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ପୁରୁଣା ବନ୍ଧୁ ଲିଓନେଲ ମେସି। ସର୍ବାଧିକ ୬ ଥର ବାଲୋନ ଡି’ଅର ସମ୍ମାନ ପ୍ରାପ୍ତ ମେସି ୩୯ ବର୍ଷୀୟ ରୋନାଲ୍ଡିନୋଙ୍କୁ ଜେଲରୁ ବାହାରକୁ ଆଣିବା ଲାଗି ୪ ଓକିଲଙ୍କୁ ନିଯୁକ୍ତ କରିଛନ୍ତି। ଏଥି ପାଇଁ ସେ ୪ ନିୟୁତ ୟୁରୋ ଖର୍ଚ୍ଚ କରିଛନ୍ତି। ଭାରତୀୟ ମୂଦ୍ରାରେ ସାଢ଼େ ୨୯ କୋଟି ଟଙ୍କାରୁ ଊର୍ଦ୍ଧ୍ୱ। ମେସି ଜୁନିୟର ସ୍ତରରେ ଷ୍ଟାର ହୋଇ ଉଭା ହେଉଥିବାବେଳେ ରୋନାଲ୍ଡିନୋ ବିଶ୍ୱର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହେଉଥିଲେ। ଏହାପରେ ରୋନାଲ୍ଡିନୋଙ୍କ ନେତୃତ୍ୱରେ ମେସି ଶୀର୍ଷ ସ୍ତରରେ ଖେଳିବା ଆରମ୍ଭ କରିଥିଲେ। ସେତେବେଳେ ଆରମ୍ଭ ହୋଇଥିବା ବନ୍ଧୁତା ଏବେ ପର୍ଯ୍ୟନ୍ତ ଅତୁଟ ରହିଛି। ଉଲ୍ଲେଖଯୋଗ୍ୟ, ଦୁହେଁ ୩ ବର୍ଷ ୪ ମାସ ଏକାଠି ବାର୍ସିଲୋନା ପାଇଁ ଖେଳିଥିଲେ। ତାଙ୍କ ପ୍ରତିନିଧିତ୍ୱରେ ବାର୍ସିଲୋନା ଦୁଇ ଥର ଲା ଲିଗା ଲିଗ୍‌ ଚାମ୍ପିୟନ ହୋଇଥିବେଳେ ଥରେ ଚାମ୍ପିୟନ୍ସ ଲିଗ୍‌ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାମ କରି ସମସ୍ତଙ୍କ ହୃଦୟ ଜିତିଲେ କାର୍ତ୍ତିକ ଆର୍ଯ୍ୟନ: ମୁଖ୍ୟମନ୍ତ୍ରୀ କହିଲେ ବାଃ ବାଃ

ଆସାମରେ ଭୟଙ୍କର ବନ୍ୟା। ଲକ୍ଷ ଲକ୍ଷ ଲୋକ ନିଜ ଘର ଛାଡି ବିସ୍ଥାପିତ ହୋଇଛନ୍ତି। ଅନେକ ଲୋକଙ୍କ ଜୀବନ ଯାଇଛି ଏବଂ ପରିସ୍ଥିତି ଖରାପ ଆଡ଼କୁ ଗତି…

ରୋଟାରୀ କ୍ଲବର ଅଧିଷ୍ଠାନ, ଚାର୍ଟର ଦିବସ ପାଳିତ: ନୂଆ ସଭାପତି, ସମ୍ପାଦକ ଭାବେ ଦାୟିତ୍ୱ ନେଲେ…

ଛତ୍ରପୁର, ୩୧।୭(ଦିଲ୍ଲୀପ ସାମଲ /ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ଗୁରୁବାର କ୍ଲବ ପରିସରରେ ଆୟୋଜିତ ହୋଇଯାଇଛି। ସଭାପତି ପଦ୍ମ ଚରଣ ସାହୁଙ୍କ ସଭାପତିତ୍ୱରେ…

‘ପରିବାରର ମୁଖ୍ୟ ପରି ଛାତ୍ରମାନଙ୍କ କଥା ଶୁଣିଥିଲେ ପ୍ରଧାନମନ୍ତ୍ରୀ ମୋଦି,’ ଆଣ୍ଟି ପେପର ଲିକ ବିଲକୁ ନେଇ ଏମିତି କହିଲେ ରାଘବ ଚଢା, ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୭: ରାଜ୍ୟ ସଭାରେ ସାଧାରଣ ପରୀକ୍ଷା (ଅନ୍ୟାୟ ନିବାରଣ) ସଂଶୋଧନ ବିଲ, 2026 ଉପରେ ଆଲୋଚନା ସମୟରେ, ଆମ ଆଦମୀ ପାର୍ଟିରୁ ଭାଜପାରେ ଯୋଗ ଦେଇଥିବା ସାଂସଦ…

ଫୁଲୁଛି ବିରୂପା, ନଦୀକୂଳିଆ ଗାଁ ଲୋକେ ଆତଙ୍କିତ

ଡେରାବିଶ,୩୧ା୭(ବେବର୍ତ୍ତା ଅଜୟ ଦାସ): ବିରୂପା ନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି। ଏହାକୁ ନେଇ ଡେରାବିଶ ବ୍ଲକ ଅଧିନ ବେଣିପୁର, ମଙ୍ଗଳପୁର ଓ ଛୋଟି ପଞ୍ଚାୟତର ନଦୀକୂଳିଆ ଅଧିବାସୀ…

ଓଡ଼ିଶା ପ୍ରଶାସନିକ ସେବାର ୬ ପ୍ରଶିକ୍ଷାର୍ଥୀଙ୍କ ପିକକ ଶିଶୁ ଅଧିକାର କାର୍ଯ୍ୟ ପରିଦର୍ଶନ, ପାଟଣା ବିଡ଼ିଓଙ୍କୁ ଭେଟି…

ପାଟଣା ୩୧।୭ (ବୀର କିଶୋର ଦାଶ) : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର -୨୦୨୩ ବ୍ୟାଚ ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ପ୍ରଶିକ୍ଷଣର ଅଂଶବିଶେଷ ଭାବେ ପିପୁଲସ କଲଚରାଲ ସେଣ୍ଟର(…

ଷଣ୍ଢକୁ ବଞ୍ଚାଇବା ପାଇଁ ହଠାତ୍‌ ଟ୍ରେନ୍‌ ଅଟକାଇଲେ ଲୋକ ପାଇଲଟ: ଆଉ ତା’ପରେ ଘଟିଲା..

ନୂଆଦିଲ୍ଲୀ,୩୧।୭:ମାନବିକତା ଏବଂ ବୁଦ୍ଧିର ଉପସ୍ଥିତିକୁ ପ୍ରତିପାଦିତ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଜଣେ ଲୋକୋ ପାଇଲଟ କେବଳ ଏକ ପ୍ରାଣୀର ଜୀବନ…

ଲକ୍ଷ ଟଙ୍କାର ଚାକିରି ଛାଡ଼ି ଗାଁରେ ଉଠାଇଲେ ଗୋବର, ଆଜି ୮୦୦ କୋଟିର ସାମ୍ରାଜ୍ୟର ମାଲିକ ୨ ଭାଇ! ସଂଘର୍ଷର କାହାଣୀ ଶୁଣିଲେ…

ନୂଆଦିଲ୍ଲୀ, ୩୧।୭: ଆମ ଦେଶରେ ପ୍ରାୟତଃ ଏକ କଥା ବହୁତ ସହଜରେ କୁହାଯାଏ ଯେ ଚାଷବାସ ହେଉଛି ଏକ କ୍ଷତିର ସୌଦା। ଗାଁର ଯୁବକ ହେଉନ୍ତୁ କିମ୍ବା…

CJP ଆନ୍ଦୋଳନରେ ଆହତ ପୋଲିସଙ୍କ ପରିବାର ବଖାଣିଲେ ଦୁଃଖ, ‘ଭିଡ଼ ପ୍ରାୟ ବାପାଙ୍କୁ ମାରିଦେଇଥାନ୍ତା’

ନୂଆଦିଲ୍ଲୀ,୩୧।୭: NEET ପେପର ଲିକ୍ ବିରୋଧରେ କକ୍ରୋଚ ଜନତା ପାର୍ଟି’ ଦ୍ୱାରା ଆୟୋଜିତ ‘ସଂସଦ ଚଲୋ ମାର୍ଚ୍ଚ’ ସମୟରେ ଜୁଲାଇ ୨୦ ରେ ହୋଇଥିବା ହିଂସାତ୍ମକ ସଂଘର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri