Posted inଖେଳ

ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ ଟି୨୦: ଶ୍ରୀଲଙ୍କା ଲିଜେଣ୍ଡ୍ସର ରୋମାଞ୍ଚକ ବିଜୟ

ମୁମ୍ବାଇ, ୯।୩- ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ ଟି୨୦ର ରବିବାର ଅନୁଷ୍ଠିତ ରୋମାଞ୍ଚକ ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ଲିଜେଣ୍ଡ୍ସ ୭ ରନରେ ଅଷ୍ଟ୍ରେଲିଆ ଲିଜେଣ୍ଡ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଲିଜେଣ୍ଡ୍ସ ୨୦ ଓଭରରେ ୮ ଉଇକେଟ ହରାଇ ୧୬୧ ରନ କରିଥିଲା। ରମେଶ କାଳୁଓ୍ବିଥରାଣା ସର୍ବାଧିକ ୩୦, ଚାମରା କପୁଗେଡେରା ୨୮ ଓ ପରଭେଜ ମାହାରୁଫ ୨୦* ରନ କରିଥିଲେ। ପ୍ରତିପକ୍ଷ ଦଳର ଜାଭିଅନ ଡୋହର୍ଟି, ଜାସନ କ୍ରେଜା ଓ ବ୍ରାଡ୍‌ ହଜ୍‌ ୨ଟି ଲେଖାଏ ଏବଂ କ୍ଲିଣ୍ଟ ମ୍ୟାକକୟ ଓ ମାର୍କ କସଗ୍ରୋଭ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୧୬୨ ରନ ବିଜୟ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ଲିଜେଣ୍ଡ୍ସ ୧୯.୫ ଓଭରରେ ୧୫୪ ରନକରି ଅଲଆଉଟ ହୋଇ ଯାଇଥିଲା। ନାଥାନ ରିର୍ଡନ ୫୩ ବଲ୍‌ରୁ ୯ ଚୌକା ଓ ୫ ଛକା ସହାୟତାରେ ୯୬ ରନ ସ୍କୋର କରିଥିଲେ ହେଁ ଦଳକୁ ଜିତାଇପାରି ନ ଥିଲେ। ୭ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ଶ୍ରୀଲଙ୍କା ଲିଜେଣ୍ଡ୍ସ ବୋଲରଙ୍କ ମଧ୍ୟରେ ଅଧିନାୟକ ତିଳକରନେତ୍ ଦିଲସାନ ୩ଟି, ରଙ୍ଗନା ହେରାଥ ଓ ପରଭେଜ ମାହାରୁଫ ୨ଟି ଲେଖାଏ ଏବଂ ଚାମିଣ୍ଡା ଭାସ ଓ ସଚିତ୍ର ସେନାନାୟକେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲିଜେଣ୍ଡ୍ସ ମ୍ୟାଚ ଖେଳିବେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୪।୮ (କ୍ରୀଡ଼ା ପ୍ରତିନିଧି):୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ୭ମ ସଂସ୍କରଣ ଆସନ୍ତା ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମ୍ୟାଚ...

ପୂର୍ବ ଚୟନକର୍ତ୍ତାଙ୍କ ଖୁଲାସା: ଏପରି ନ ହୋଇଥିଲେ ଟି୨୦ ବିଶ୍ୱକପ୍‌ ଖେଳିଥାନ୍ତେ ଧୋନୀ

ନୂଆଦିଲ୍ଲୀ,୨୧।୨: ୨୦୧୯ ଅଗଷ୍ଟରେ ଭାରତୀୟ ଟିମ୍‌ର ପୂର୍ବ ଅଧିନାୟକ ତଥା ଅଭିଜ୍ଞ ଉଇକେଟକିପର ମହେନ୍ଦ୍ର ସିଂହ ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ...

ଆଙ୍ଗୁଲୋଙ୍କ ଡବଲ ଗୋଲ: ଗୋଆ ବିଜୟୀ

ଭାସ୍କୋ, ୨୪।୧୨- ସ୍ଥାନୀୟ ତିଳକ ମଇଦାନରେ ବୁଧବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ମ୍ୟାଚରେ ଏଫ୍‌ସି ଗୋଆ ୨-୧ ଗୋଲରେ ଜାମସେଦପୁର ଏଫ୍‌ସିକୁ ପରାସ୍ତ କରିଛି।...

କୋହଲି ହିଁ ଆମର ଅଧିନାୟକ, ଆମେ ସବୁ ତାଙ୍କ ସହ ଅଛୁ: ରାହାଣେ

ନୂଆଦିଲ୍ଲୀ,୧୬।୧୨: ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ହାଇଭୋଲ୍ଟେଜ ସିରିଜ। ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ...

ଧୋନୀଙ୍କ ପାଇଁ ବିଦାୟୀ ମ୍ୟାଚ୍‌ ଆୟୋଜନ କରିପାରେ ବିସିସିଆଇ

ନୂଆଦିଲ୍ଲୀ, ୧୯।୮: ଭାରତୀୟ କ୍ରିକେଟ୍‌ ଦଳର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଅଗଷ୍ଟ ୧୫ ତାରିଖ ସନ୍ଧ୍ୟାରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ...

ନାଡାଲଙ୍କ ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ

ନ୍ୟୁୟର୍କ,୯।୯(ଏପି): ସ୍ପାନିଶ ଟେନିସ କିମ୍ବଦନ୍ତୀ ରାଫାଲ ନାଡାଲ ରବିବାର କ୍ୟାରିୟରର ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଏଠାରେ ଚାଲିଥିବା ୟୁଏସ୍‌ ଓପନ ଫାଇନାଲରେ ଡାନିଏଲ...

ଏହି ଫିଲ୍ମ ଦେଖିବାକୁ ଅପେକ୍ଷା କରିଛନ୍ତି ସଚିନ ତେନ୍ଦୁଲକର

ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜଙ୍କ ଜୀବନୀ ଉପରେ ଆଧାରିତ ‘ଶାବାସ ମିଠୁ’ ଫିଲ୍ମର ଟ୍ରେଲର ମୁକ୍ତିଲାଭ କରିଛି। ଟ୍ରେଲରକୁ ସୋସିଆଲ...

୨୦୨୨ ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ: କଳିଙ୍ଗରେ ଭାରତ-କାତାର ମ୍ୟାଚ ସମ୍ଭାବନା

ଭୁବନେଶ୍ୱର, ୧୧।୯(କ୍ରୀଡ଼ା ପ୍ରତିନିଧି): ଭାରତର ଅଘୋଷିତ କ୍ରୀଡ଼ା ରାଜଧାନୀଭାବେ ବିବେଚିତ ହେଉଥିବା ଭୁବନେଶ୍ୱରକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ବଡ଼ ମ୍ୟାଚ। ବିଶ୍ୱସ୍ତରୀୟ କ୍ରୀଡ଼ା...

Advertisement
Archives

Model This Week