ରୋଜ୍‌ ଡେ’: ଗୋଲାପ ପ୍ରେମ ବଢ଼ାଇବା ସହ ଆଣିଥାଏ ସୁନିଦ୍ରା

ଭାଲେଣ୍ଟାଇନ୍‌ ସପ୍ତାହ ରୋଜ୍‌ ଡେ’ରୁ ହିଁ ଆରମ୍ଭ ହୋଇଥାଏ। ଅର୍ଥାତ୍‌ ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ଏହାକୁ ପାଳନ କରିଥା’ନ୍ତି। ଗୋଲାପ ମାଧ୍ୟମରେ ଆଜିର ଯୁବପିଢ଼ି ନିଜ ନିଜର ପାର୍ଟନରଙ୍କୁ ପ୍ରପୋଜ କରିଥା’ନ୍ତି। କାରଣ ପ୍ରେମର ପ୍ରତୀକ ହେଉଛି ଗୋଲାପ। ଏହା ସମସ୍ତଙ୍କୁ ଆକର୍ଷିତ କରିଥାଏ। ରୋଜ୍‌ ଡେ’ରେ ପ୍ରେମୀଯୁଗଳ ନିଜ ମନକଥା ଗୋଲାପ ଜରିଆରେ ସାଥୀ ନିକଟରେ ପ୍ରକାଶ କରିଥାନ୍ତି। କିନ୍ତୁ ଜାଣିଛନ୍ତି ଗୋଲାପ ଖାଲି ପ୍ରେମକୁ ସୁଦୃଢ଼ କରେ ନାହିଁ, ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭଦାୟକ। ଜାଣନ୍ତୁ ଏ ସମ୍ପର୍କରେ…

ଗୋଲାପକୁ ନେଇ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି, ଏହା ସୁନିଦ୍ରା ଆଣିବା ସହ ଚେହେରାରେ ଚମକ ଆଣିଥାଏ। ଗୋଲାପର ବାସ୍ନା ପଢ଼ିବା ପାଇଁ ମନରେ ଏକାଗ୍ରତା ଆଣିଥାଏ।


ରିସର୍ଚ୍ଚ ଜର୍ନାଲ ‘ସାଇଣ୍ଟ୍‌ଫିକ୍‌ ରିପୋର୍ଟସ’ ଅନୁଯାୟୀ, ଜମାର୍ନୀର ଏକ ସ୍କୁଲରେ ପଢୁଥିବା ୫୪ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଏଥିରେ ଯେଉଁମାନେ ଷ୍ଟଡିରୁମ୍‌ରେ ଗୋଲାପ ରଖି ପାଠ ପଢ଼ିଥିଲେ ବା ବାସ୍ନା ଶୁଙ୍ଘିଥିଲେ ସେମାନଙ୍କର ଇଂରାଜୀ ଭଲ ମନେ ରହିଥିଲା। ତେଣୁ ରାତିରେ ବିଛଣାରେ ଗୋଲାପ ବିଛାଇ ଶୋଇଲେ କିମ୍ବା ଗୋଲାପର ଧୂପକାଠି କୋଠରିରେ ଲଗାଇଲେ ମନରେ ଶାନ୍ତି ଆସିବା ସହ ସ୍ମରଣଶକ୍ତି ବଢ଼ିଥାଏ। ସାବଧାନ! ଗୋଲାପ ଅଗରବତୀ ଲଗାଇଲା ସମୟରେ ଏହା ଯେମିତି ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ନ ପକାଏ। ଏଥିପାଇଁ ଯତ୍ନବାନ ହେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ଘାତକ ମଧୁମେହ

ମଧୁମେହ ସାମ୍ପ୍ରତିକ ସମୟରେ ଘୋର ସମସ୍ୟା ଭାବେ ଉଭା ହୋଇ ସାଂଘାତିକ ଭାବେ ବ୍ୟାପୁଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଏହା ଏକ ପ୍ରକାର ଆତଙ୍କ ସୃଷ୍ଟି କରିଛି।...

ଭକ୍ତର ଅନୁଭୂତି: ଭକ୍ତି ଭାବରେ ବନ୍ଧା କାଳିଆସାଆନ୍ତ, ଭାବକୁ ନିକଟ ସେ ଯେ ଅଭାବକୁ ଦୂର

ଶ୍ରୀଜଗନ୍ନାଥ ସଂସ୍କୃତି ସର୍ବଧର୍ମ ସମ୍ମନ୍ବୟର ପ୍ରତୀକ। ଭକ୍ତର ଭକ୍ତିଭାବରେ ବନ୍ଧା କାଳିଆସାଆନ୍ତ ହିଁ ଭକ୍ତର ଭଗବାନ । ତାଙ୍କ ପାଖରେ ନଥାଏ ଜାତିଧର୍ମର ଭେଦଭାବ। ସେ...

୧୪୦୦ରୁ ଅଧିକ ସନ୍ତାନଙ୍କ ଜନନୀ ସିନ୍ଧୁତାଇ

ମୁମ୍ବାଇ,୧୦।୫: ଜଣେ ମହିଳା ପୁଣି ସେ ୧୪୦୦ରୁ ଅଧିକ ସନ୍ତାନଙ୍କ ଜନନୀ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ମହାରାଷ୍ଟ୍ରର ସିନ୍ଧୁତାଇ...

ବୋତଲ ଦେଖି ଗୁଣ୍ଡୁଚିମୂଷା ମାଗିଲା ପାଣି, ଆଉ ତାପରେ ଘଟିଲା ଏମିତି: ଭିଡିଓ ଭାଇରାଲ

https://www.youtube.com/watch?v=lN2LozRzUUkସୋସିଆଲ ମିଡିଆରେ ଅନେକ ପଶୁ,ପକ୍ଷୀଙ୍କ ଭିଡିଓ ଭାଇରାଲ ହୋଇଥାଏ। ଯାହାକୁ ଦେଖିବା ପରେ ଅନେକ ସମୟରେ ମଜା ଆସିଥାଏ। ଏପରି ଏକ ଭଡିଓ ଭାଇରାଲ ହେବାରେ...

ହୋମ୍‌ ଡେକୋରେଶନ

ଘର ସଜାଇବାକୁ ତ ସମସ୍ତଙ୍କର ଇଚ୍ଛା। କିନ୍ତୁ ହୋମ୍‌ ଡେକୋରେସନ୍‌ ଜିନିଷର ଦାମ୍‌ ଦେଖି ବେଳେବେଳେ ମନ ଫିକା ପଡିଯାଏ। ତେବେ କମ୍‌ ସମୟ ଓ...

ପର୍ଯ୍ୟଟନସ୍ଥଳୀ: ପ୍ରାଚୀନ ମନ୍ଦିରର ସହର ଅବନ୍ତିପୁର

ଜମ୍ମୁ ଓ କଶ୍ମୀରସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଅବନ୍ତିପୁରର ବେଶ୍‌ ନାଁ ରହିଛି। ପ୍ରାକୃତିକ ବୈଭବରେ ଭରା ଏହି ପର୍ଯ୍ୟଟନସ୍ଥଳୀରେ ଅନେକ ପ୍ରାଚୀନ ମନ୍ଦିର...

ପ୍ରଥମ ରୋଜଗାର: ରୋଜଗାର ଟଙ୍କା ବ୍ୟବସାୟରେ ଲଗାଉଥିଲି

ଲେଖକ, ସଂସ୍କୃତିପ୍ରେମୀ ତଥା ଜୟୀ ରାଜଗୁରୁ ସ୍ମୃତି ପରିଷଦର ସାଧାରଣ ସମ୍ପାଦକ ଜଟାଧାରୀ ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ପୁରୀ ଜିଲା...

ଶରୀର ସହିତ ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ ହୋଇଥାଏ ଗ୍ରୀନ ଟି

ଗ୍ରୀନ ଟି ସ୍ବାସ୍ଥ୍ୟପକ୍ଷେ ଅଧିକ ଲାଭଦାୟକ । ଏହା ଶରୀର ସହିତ ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ ହୋଇଥାଏ। ତ୍ୱଚା ସମସ୍ୟ ଯାଥା କଳା...

Advertisement


Archives

Model This Week

Why Dharitri